ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ
ନୂଆଦିଲ୍ଲୀ- ପୂର୍ବତନ ପ୍ରଧାନମନ୍ତ୍ରୀ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତନ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାଜପେୟୀଙ୍କ ସ୍ମାରକସ୍ଥଳ ସଦୈବ ଅଟଳଠାରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟ ନେତାମାନେ ସଦୈବ ଅଟଳ ସ୍ମାରକ ନିକଟରେ ପହଞ୍ଚି ବାଜପେୟୀଙ୍କୁ ଶ୍ରଦ୍ଧାସୁମନ ଜଣାଇଛନ୍ତି। ମୋଦୀ ଟ୍ବିଟ୍ କରି ଲେଖିଛନ୍ତି ଯେ, ଦେଶବାସୀଙ୍କ ହୃଦୟରେ ବସା ବାନ୍ଧିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ଜନ୍ମ ଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ। ସୂଚନାଥାଉକି ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ୧୯୨୪ ମସିହା ଡିସେମ୍ବର ୨୫ ତାରିଖରେ ମଧ୍ୟପ୍ରଦେଶର ଗ୍ବାଲିଅରଠାରେ ଜନ୍ମଗ୍ରହଣ କରିଥିଲେ। ସେ ୩ ଥର ଦେଶର ପ୍ରଧାନମନ୍ତ୍ରୀ ପଦବୀ ଅଳଙ୍କୃତ କରିଥିଲେ।


