ଆଜି ପୌର ନିର୍ବାଚନର ତାରିଖ ଘୋଷଣା
ବାଲେଶ୍ୱର, (ସରୋଜ ପଣ୍ଡା) :-ଦୀର୍ଘ ସାଢ଼େ ତିନି ବର୍ଷ ନଗରବାସୀଙ୍କୁ ଗଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ କରିବା ପରେ ନ୍ୟାୟାଳୟଙ୍କ ଆଦେଶ କ୍ରମେ ରାଜ୍ୟ ସରକାର ଆଜି ପୌର ନିର୍ବାଚନର ତାରିଖ ଘୋଷଣା କରିଛନ୍ତି । ଆପଣ ମାନଙ୍କ ଅବଗତି ନିମନ୍ତେ ଜଣାଇ ରଖୁଛି କି ନଗର ନିର୍ବାଚନ କରିବା ପାଇଁ ସମସ୍ତ ରାଜନୈତିକ ପ୍ରୟାସ ବିଫଳ ହେବା ପରେ ବିଜେପି ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲା । ପରାଜୟ ଭୟରେ ଦୀର୍ଘ ସମୟ ଧରି ନିର୍ବାଚନକୁ ଅଟକାଇ ରଖିଥିବା ଶାସକ ବିଜୁ ଜନତା ଦଳ ପୌର ଭୋଟର ତାଲିକାରେ ଵ୍ୟାପକ ଅନିୟମିତତା କରିବା ସହିତ ଓ୍ବାର୍ଡ଼ ଆରକ୍ଷଣରେ ମନମୂଖି ଚୟନ କରିଛନ୍ତି । ଏସବୁ ସ୍ଵତ୍ତେ ବିଜେପି ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି, କାରଣ ସାଂଗଠନିକ ଦୃଷ୍ଟିରୁ ଜିଲ୍ଲାର ସମସ୍ତ ନଗରାଞ୍ଚଳରେ ବିଜେପି ଯଥେଷ୍ଟ ଆଗରେ ରହିଛି ଓ ସମସ୍ତ ନଗର ନିର୍ବାଚନରେ ବିଜୟ ହାସଲ କରିବ ବୋଲି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଦୃଢ଼କ୍ତି ପ୍ରକାଶ କରିଛନ୍ତି I


