ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଙ୍କ ଜନ୍ମଦିନ
ଶିକ୍ଷକତା ରୁ ରାଜନେତା ପାଲଟି ଥିବା ଉତ୍ତର ପ୍ରଦେଶ ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମୋଦି କ୍ୟାବିନେଟ ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଙ୍କ ର ୬୮ ତମ ଜନ୍ମ ଦିନ ପାଳନ କରିଛନ୍ତି । ୧୯୫୧ ରେ ଜୁଲାଇ ୧୦ ତାରିଖ ରେ ଉତ୍ତର ପ୍ରଦେଶ ର ଚାନ୍ଦୋଲି ରେ ଜନ୍ମ ଗ୍ରହଣ କରିଥିବା ଏହି ରାଜନେତା ଗୋଟିଏ ପରେ ଗୋଟଏ ସଫଳତା ପାଇଛନ୍ତି । ବିଜେପି ର ଏହି ହାଇପ୍ରୋଫାଇଲ ନେତା ପ୍ରଥମ ମୋଦି ସରକାରରେ ଗୃହମନ୍ତ୍ରୀ ଭାବେ ନିଜର ଦକ୍ଷତା ର ପ୍ରମାଣ ସେ ଦେଇଛନ୍ତି ସେ ଗୃହମନ୍ତ୍ରୀ ଥିବା ସମୟରେ ଜାମ୍ମୁକାଶ୍ମୀରରେ ଆତଙ୍କବାଦ ଅନୁପ୍ରବେଶ ଉପରେ ଦୃଢ ପଦକ୍ଷେପ ନେଇଥିଲେ । ତାଙ୍କ ସମୟରେ ଭାରତ ର ଭୂସ୍ୱର୍ଗ କାଶ୍ମରରେ ଆତଙ୍କବାଦ ବିରୋଧରେ ଜିରୋଟଲୋରାନ୍ସ ଆପଣେଇଥିଲେ ।


