ଆଜି ବିଜେପି ପକ୍ଷରୁ ସହରର ମାହେଶ୍ୱରୀ ଭବନରେ କେନ୍ଦ୍ରୀୟ ପ୍ରଭାରୀ ମନୋରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ସୋସିଆଲ ମିଡ଼ିଆ ଏବଂ ଆଇଟିର ଏକ ବୈଠକ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା) : ଚଳିତ ନିର୍ବାଚନରେ ପ୍ରଚାର ପ୍ରସାର ପାଇଁ ସୋସିଆଲ ମିଡିଆ ପ୍ରମୁଖ ମାଧ୍ୟମ ଅଟେ । ୨୦୨୪ରେ କେନ୍ଦ୍ରରେ ପୁଣିଥରେ ବିଜେପି ସରକାର ଗଢ଼ିବା ସହିତ ଓଡ଼ିଶାରେ ବିଜେପି ସରକାର ହେବ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜଣେ ଓଡ଼ିଆ ହେବେ ଏହି ବାର୍ତ୍ତାକୁ ବାଲେଶ୍ଵରରେ ଘରେ ଘରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ସୋସିଆଲ ମିଡ଼ିଆର ବୋଲି ଉପସ୍ଥିତ ସମସ୍ତ ସୋସିଆଲ ମିଡ଼ିଆ ଯୋଦ୍ଧାଙ୍କୁ ଗୁରୁମନ୍ତ୍ର ଦେଇଥିଲେ କେନ୍ଦ୍ରୀୟ ପ୍ରଭାରୀ । ଏଥିସହିତ ମୋଦୀ ସରକାରର ସମସ୍ତ ଜନହିତକର ଯୋଜନାକୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବେ ସାଇବର ଯୋଦ୍ଧା । ଆଗାମୀ ଦିନରେ ସୋସିଆଲ ମିଡିଆରେ ଆହୁରି ଜୋରଦାର ପ୍ରଚାର କରିବ ଦଳ ।ବାଲେଶ୍ଵର ଲୋକସଭା କ୍ଷେତ୍ରରେ ପ୍ରତି ବିଧାନସଭା କ୍ଷେତ୍ରରୁ ୫୦ ଜଣ ସାଇବର ଯୋଦ୍ଧା ଏଥିରେ ସାମିଲ ହୋଇଛନ୍ତି । ଉକ୍ତ ବୈଠକରେ ବାଲେଶ୍ଵର ଲୋକସଭା କ୍ଷେତ୍ରର ସୋସିଆଲ ମିଡ଼ିଆ ସଂଯୋଜକ ଅରୂପ ଜେନା,ସଦରର ସଂଯୋଜକ ପବନ କମି଼ଳା, ରେମୁଣାର ସଂଯୋଜକ ଅମର ରଣା ଓ ମାନସ ମହାନ୍ତି, ଜଳେଶ୍ଵରର ସଂଯୋଜକ ଅଞ୍ଜନ କୁମାର ଦାସ ଓ ସତ୍ୟବ୍ରତ ପଣ୍ଡା, ବସ୍ତାର ସଂଯୋଜକ ହରିଶଙ୍କର ଜେନା, ନୀଳଗିରିର ସଂଯୋଜକ ପଙ୍କଜ ପଣ୍ଡା, ବଡ଼ସାହିର ସଂଯୋଜକ ଜୀବନ ପଣ୍ଡା, ପ୍ରଦୀପ ମହନ୍ତ, ଭବାନୀ ଶଙ୍କର ସାହୁ, ଶାନ୍ତନୁ ପଣ୍ଡା ଏବଂ ଅନ୍ୟମାନଙ୍କ ମଧ୍ୟରେ ସରୋଜ ପରିଡ଼ା, ପ୍ରତାପ ଚନ୍ଦ୍ର ପ୍ରଧାନ, ଶେଖ ମୀରାଜ, କାହ୍ନୁଚରଣ ମହାଳିକ ପ୍ରମୁଖ ଯୋଗଦେଇଥିଲେ ।