ଆଜି ବିଶାଖାପଟ୍ଟନମ୍ ରେ ଦ୍ୱିତୀୟ ଦିନିକିଆ
ବିଶାଖାପଟ୍ଟନମ୍- ବୁଧବାର ବିଶାଖାପଟ୍ଟନମ୍ ରେ ଖେଳାଯିବ ଦ୍ୱିତୀୟ ଦିନିକିଆ ଏହି ମ୍ୟାଚକୁ ଜିିତି ସିରିଜକୁ ପ୍ରତ୍ୟାବର୍ତ୍ତନ କରିବାରଲକ୍ଷ୍ୟ ରଖିଛି
ଟିମ୍ ଇଣ୍ଡିଆ ଚେନ୍ନାଇରେ ଖେଳାଯାଇଥିବା ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ବୋଲରମାନେ ଭଲ ପ୍ରଦର୍ଶନ କରିନଥିଲେ । ଏବଂ ପ୍ରମୁଖ ପେସ୍ ବୋଲର ଦୀପକ ଚହର୍, ମହମ୍ମଦ ଶାମି, କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜାଙ୍କୁ ବୋଲିଂରେ ସଂଘର୍ଷ କରିଥିବାର ଦେଖିବାକୁ ମିଳିଥିଲା। ସିରିଜରେ ଭାରତ ୦-୧ରେ ପଛୁଆ ରହିଛି। ଏଭଳି ସ୍ଥିତିରେ ସିରିଜକୁ ଫେରିବା ପାଇଁ ବିରାଟ୍ କୋହଲିଙ୍କୁ ଆଜିର ମ୍ୟାଚ ଜିତିବା ଜରୁରୀ ତେଣୁ ଟିମ୍ ଇଣ୍ଡିଆକୁ ଏଥିପାଇଁ ବୋଲିଂ କମ୍ବିନେଶନରେ ସୁଧାର କରିବାକୁ ହେବ ।ଟସ୍ ଜିତି ଫିଲ୍ଡଂ ନିଷ୍ପତ୍ତି ନେଇଛି ୱେଷ୍ଟ ଇଣ୍ଡିଜ । ମିଳିଥିବା ସୁଚନାନୁସାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ରେ ଭାରତୀୟ ଓପନର ଲୋକେଶ ରାହୁଲ ଓ ରୋହିତ ଶର୍ମାଙ୍କ ଓପନିଂ ଯୋଡ଼ି ୧୪୫ ରନ୍ର ଅପରାଜିତ ଭାଗୀଦାରି କରିଛନ୍ତି। ଦିନିକିଆ କ୍ରିକେଟରେ ରାହୁଲ-ରୋହିତଙ୍କ ଓପନିଂ ଯୋଡ଼ି ୪ର୍ଥ ଥର ପାଇଁ ୧୦୦ ରନ୍ ଅତିକ୍ରମ କରିଛନ୍ତି। ପୂର୍ବରୁ ଦୁହେଁ ପାକିସ୍ତାନ ବିପକ୍ଷରେ ମ୍ୟାଞ୍ଚେଷ୍ଟରଠାରେ ୧୩୬ ରନ୍ କରିଥିଲେ। ବର୍ତ୍ତମାନ ଟିମ୍ ଇଣ୍ଡିଆ ୩୮ ଓଭର ସୁଦ୍ଧା ୨ଓି୍ୱଇକେଟ୍ ବିନିମୟରେ ୨୩୭ ରନ୍ ସଂଗ୍ରହ କରିଛି ।


