ଆଜି ବିଶ୍ୱକପରେ ଇଂଲଣ୍ଡ କୁ ଭେଟିବ ପାକିସ୍ତାନ
ବିଶ୍ୱକପର ଦ୍ୱାଦଶ ସଂସ୍କରଣ ରେ ହଟ ଫେବୋରାଇଟ ଇଂଲଣ୍ଡ ପାକିସ୍ତାନ କୁ ଭେଟିବ । ନଟିଂହାମ ର ଟ୍ରେଣ୍ଡ ବ୍ରିଜ ରେ ଖେଳାଯିବ ଏହି ମ୍ୟାଚ । ଆଇସିସି ଦିନିକିଆ ତାଲିକାରେ ଇଂଲଣ୍ଡ ପ୍ରଥମ ସ୍ଥାନରେ ଥିଲା ବେଳେ କ୍ରୀଡାପ୍ରେମୀ ଙ୍କ ଏହି ମ୍ୟାଚ ଉପରେ ରହିଛି ନଜର । ମିଳିଥିବା ସୂଚନା ଅନୁସାରେ ଇଂଲଣ୍ଡ ର କ୍ୟାପଟେନ ଇୟାନ ମୋର୍ଗାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଏବେ ପାକିସ୍ଥାନ ର ବ୍ୟାଟିଂ ଉପରେ ରହିବ ନଜର ।