ଆଜି ବିଶ୍ୱ ପଖାଳ ଦିବସ

କରୋନା ଲାଗି ଫିକା ପଡିଛି କିନ୍ତୁ ଅନେକ ସ୍ଥାନରେ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଛି ବାହାରୁ ଆସି ପଖାଳ ଗଣ୍ଡେ ଖାଇ ତୋରାଣି ଟିକେ ପିଇ ଦେଲେ ପାଟିରୁ ଆପେ ବାହାରି ଯାଏ ‘ଓଃ କି ଶାନ୍ତିଟ୍ଟ’। ଏହି ସ୍ବତନ୍ତ୍ର ଖାଦ୍ୟ ନିହାତି ଭାବେ ଓଡ଼ିଆଙ୍କ ପରିଚୟର ପ୍ରତୀକ। ଖାଲି ଓଡ଼ିଆ କାହିଁକି ସେମାନଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ ବି ପଖାଳକୁ ଭୁଲନ୍ତି ନାହିଁ। ଶ୍ରୀମନ୍ଦିରର ଟଙ୍କ ତୋରାଣି ଏହାର ପ୍ରମାଣ। ଶ୍ରୀକୃଷ୍ଣ ଦହି ପଖାଳ ଖାଇବା କାହାଣୀ ବି ପୁରାଣ ବର୍ଣ୍ଣିତ। ହେଲେ ଚଳିତ ଖରା ଦିନରେ ବିଶ୍ବବ୍ୟାପୀ କରୋନା ଭୟ ପଖାଳ କଂସାକୁ ବି ଶକ୍ତ ଚାପୁଡ଼ା ଦେଇଛି। କରୋନାର ମୁଖ୍ୟ ଲକ୍ଷଣ ଥଣ୍ଡା ହୋଇଥିବାରୁ ପଖାଳ ଖାଇବାରୁ ଏବେ ସମସ୍ତେ ନିବୃତ୍ତ ରହିବାର ସ୍ଥିତି ଉପୁଜିଛି। ସେମିତିରେ ଦେଖିବାକୁ ଗଲେ ଓଡ଼ିଆଙ୍କ ଘରେ କେଉଁ କାଳରୁ ପ୍ରତିଟି ଦିନ ‘ପଖାଳ ଦିବସ’ ହୋଇଥାଏ କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ରାଜଧାନୀରେ ଖୁବ୍‌ ନିଆରା ଢଙ୍ଗରେ ଏହାକୁ ପାଳନ କରାଯାଏ। ହୋଟେଲ ଓ ରେସ୍ତୋରାଁଗୁଡ଼ିକରେ ପଖାଳ ନେଇ ସ୍ବତନ୍ତ୍ର ପ୍ରସ୍ତୁତି ହେଉଥିଲା। କିନ୍ତୁ କରୋନା ଯୋଗୁଁ ବିଭିନ୍ନ କଟକଣା ଯୋଗୁଁ ଚଳିତ ‘ପଖାଳ ଦିବସ’ ଫିକା ପଡ଼ିଛି।ଖରାଦିନ ଆସିଲେ ପଖାଳ ବେଶି ମନେ ପଡ଼େ। ଅତ୍ୟାଧୁନିକ ଜୀବନଶୈଳୀରେ ଅନେକ ପରମ୍ପରା ବଳି ପଡ଼ିଥିଲେ ବି ପଖାଳ ତା’ର ସତ୍ତା କିମ୍ବା ମହକ ହରାଇ ନାହିଁ। ଓଡ଼ିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଲୋକପ୍ରିୟ କରିବା ତଥା ଗ୍ରୀଷ୍ମକୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱବ୍ୟାପୀ ପଖାଳ ଦିବସ’ ଭାବେ ଘୋଷଣା କରାଯାଇଛି। ୨୦୧୨ ମସିହାରୁ ଏହା ପାଳନ ହୋଇଆସୁଛି। ଗ୍ରାହକଙ୍କ ପଖାଳ ଚାହିଦାକୁ ପୂରଣ କରିବାକୁ ଛୋଟ ବଡ଼ ହୋଟେଲଠାରୁ ଆରମ୍ଭ କରି ତାରକା ହୋଟେଲ ଗୁଡିକ ମଧ୍ୟ ସ୍ବତନ୍ତ୍ର ପ୍ରସ୍ତୁତି କରନ୍ତି। କିନ୍ତୁ ଚଳିତ ବର୍ଷ କରୋନା ‌ମହାମାରୀ ଓଡ଼ିଆଙ୍କ ଏହି ଦିବସକୁ ଫିକା କରିଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ