ଆଜି ବିଶ୍ୱ ହୃଦୟ ଦିବସ 

(ଯୁଗାବ୍ଦ ନ୍ୟୁଜ )ଆଜି ବିଶ୍ୱ ବ୍ୟାପି ପାଳନ ହେଉଛି ବିଶ୍ୱ ହୃଦୟ ଦିବସ ।। କର୍ମମୟ ଜୀବନରେ ମନୁଷ୍ୟ ସମସ୍ତ ଆବଶ୍ୱକତା ପ୍ରତି ନଜର ଦେଉଥିବା ବେଳେ ଦୈନଦିନ ନିଜର ସ୍ୱାସ୍ଥ ପ୍ରତି ଧ୍ୟାନ ନଦେବା ସହ ବ୍ୟାୟାମରୁ ଦୂରେଇ ରହିବା କାରଣହିଁ ପରବର୍ତ୍ତି ଅବସ୍ଥାରେ ତାର ଚିନ୍ତାର କାରଣ ହୋଇଥାଏ । ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଲା ଜନସାଧାରଣଙ୍କୁ ବିଭିନ୍ନ ପ୍ରକାରର ହୃଦ୍ରୋଗର କାରଣ ସଂପର୍କରେ ଜଣାଇବା ସହ ତାହାର ପ୍ରତିକାର ବା ନିରାକରଣ ବତାଇବା । ‘ଓ୍ଵାର୍ଲଡ୍ ହାର୍ଟ ଡେ ‘ ପାଳନ ପାଇଁ ବିଶ୍ୱ ହାର୍ଟ ଫେଡେରେସନ୍ ପକ୍ଷରୁ ପ୍ରତ୍ୟେକ ବର୍ଷ ଭିନ୍ନ ଭିନ୍ନ ବିଷୟ ରହିଥାଏ। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷର ବିଷୟ ରହିଛି ‘ହାର୍ଟ ହିରୋ ‘। ଏପରି ବଷୟ ରଖିବା ପଛରେ ମୁଖ୍ୟ ଓ ମୂଳ ଉଦ୍ଦେଶ୍ୟ ହେଉଛି  ‘ହାର୍ଟ ହିରୋ ‘ ସାଜି ଆପଣ ଆପଣଙ୍କ ନିଜ ହୃଦୟର ଯତ୍ନ ନେବା ସହ କିପରି ଅନ୍ୟମାନଙ୍କର ହୃଦୟର ମଧ୍ୟ ଯତ୍ନ ନେବେ। ‘ବିଶ୍ୱ ହୃଦୟ ଦିବସ’ ପାଳନର ସବୁଠାରୁ ବଡ଼ ସଫଳତା ହେବ ଚିକିତ୍ସା ଅପେକ୍ଷା ପ୍ରତିଷେଧକ ବ୍ୟବସ୍ଥା ସର୍ବଦା ଗ୍ରହଣୀୟ ଓ ସଚେତନତା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ