ଆଜି ବି ଦର୍ଶକ ଙ୍କ ମନରେ ଜୀବିତ ଅଛନ୍ତି ବଲିଉଡ ର ‘ମୋଗାମ୍ବୋ’

ହିନ୍ଦୀ ଫିଲ୍ମରେ ଖଳନାୟକ ଚରିତ୍ରକୁ ଜୀବନ୍ତ ଫୁଟାଇ ପାରୁଥିବା ୮୦ ଦଶକ ର କଳାକାର ଅମରେଶ ପୁରୀ ଙ୍କ ଆଜି ଜନ୍ମ ଦିବସରେ ସାରା ବିଶ୍ ମନେ ପକାଇଛି । ସେତେବେଳେ ହିନ୍ଦୀ ଫିଲ୍ମରେ ଖଳନାୟକ ଭୂମିକା କଥା ଉଠିଲେ, ଏହି ଚରିତ୍ର କେବଳ ହିରୋଠାରୁ ମାଡ ଖାଇବାରେ ହିଁ ସୀମିତ ରହୁଥିଲା। ହେଲେ ତାଙ୍କ ଏଣ୍ଟ୍ରି ଭିଲିଆନର ସଂଜ୍ଞା ବଦଳାଇ ଦେଇଥିଲା। ଗୁଗୁଲ ସୁପରହିଟ ଫିଲ୍ମ ‘ଦିଲୱାଲେ ଦୁଲହନିଆ ଲେ ଜାଏଙ୍ଗେ’ ରେ ତାଙ୍କ ଲୁକ୍କୁ ନେଇ ସ୍କେଚ୍ କରିଛି। ମହାନ କଳାକାର ୧୯୩୨ ମସିହା ଜୁନ୍ ୨୨ ତାରିଖରେ ପଞ୍ଜାବରେ ଏକ ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ଅମରେଶ ପୁରୀ ବଲିଉଡକୁ ଆସିବା ପୂର୍ବରୁ ତାଙ୍କ ୨ ଭାଇ ଚମନ ପୁରୀ ଓ ମଦନ ପୁରୀ ବଲିଉଡରେ ନିଜ ଆସ୍ଥାନ ଜମାଇ ସାରିଥିଲେ। ସେମାନଙ୍କ ପଦାଙ୍କ ଅନୁସରଣ କରି ଅମରେଶ ବି ଫିଲ୍ମ ଦୁନିଆରେ ହିରୋ ହେବାକୁ ମନସ୍ଥ କରିଥିଲେ। ୧୯୮୦-୯୦ ଦଶକରେ କାଁଭାଁ ଏପରି ଫିଲ୍ମ ଥିବା, ଯେଉଁଥିରେ କି ଖଳନାୟକ ଅମରେଶ ପୁରୀ ନ ଥିବେ। ହେଲେ ୧୯୮୭ ମସିହାରେ ଶେଖର କପୁରଙ୍କ ଫିଲ୍ମ ମିଷ୍ଟର ଇଣ୍ଡିଆରେ ମୋଗାମ୍ୱୋ ଚରିତ୍ରରେ ତାଙ୍କୁ ବହୁତ ପ୍ରଶଂସା ମିଳିଥିଲା। ବିରାସତ, ଇତିହାସ, ଡିଡିଏଲଜେ, ଘାତକ ଆଦି ବହୁ ଫିଲ୍ମରେ ତାଙ୍କ ଅଭିନୟ ଲୋକଙ୍କ ହୃଦୟରେ ବସା ବାନ୍ଧି ରହିଯାଇଥିଲା। ସେ ପ୍ରାୟ ୪୦୦ ଫିଲ୍ମରେ କାମ କରିଥିଲେ। ସେ ହଲିଉଡ ଫିଲ୍ମରେ ବି ନିଜ ଅଭିନୟ ଯାଦୁ ଦେଖାଇ ସାରିଛନ୍ତି। , ହଲିଉଡର ନାମୀ ନିର୍ଦ୍ଦେଶକ ସ୍ଟିୱନ ସ୍ପିଲବର୍ଗଙ୍କ ‘ଇଣ୍ଡିୟାନା ଜୋନ୍ସ ଆଣ୍ଡ ଦି ଟେମ୍ପଲ ଅଫ୍ ଡୁମ୍’ ରେ ମଧ୍ୟ ସେ ଅଭିନୟର ଯାଦୁ ଦେଖାଇଥିଲେ । ଅଭିନୟ ଲାଗି ତାଙ୍କ ପାଗଳାମି ଦେଖି ସ୍ପିଲବର୍ଗ ଅମେରେଶ ପୁରୀଙ୍କ ଫ୍ୟାନ୍ ହୋଇ ଯାଇଥିଲେ। ଦୀର୍ଘ ବର୍ଷ ଦର୍ଶକଙ୍କୁ ନିଜ ଅଭିନୟ ଯାଦୁରେ ହସାଇବା ଓ କନ୍ଦାଇବା ସହ ଡରାଇବା ପରେ ୨୦୦୫ ମସିହା ଜାନୁୟାରୀ ୧୨ ତାରିଖରେ ଆଖି ବୁଜିଲେ ଏହି ମହାନ ଅଭିନେତା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ