ଆଜି ବି ବଞ୍ଚିଛି ମାନବିକତା

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ଆଜିର ଏହି ସ୍ୱାର୍ଥପରତା ଦୁନିଆରେ ବଞ୍ଚି ରହିଛି ମାନବିକତା । ମଣିଷର ସ୍ୱାର୍ଥରେ ଟିକିଏ ଆଞ୍ଚ ଆସିଲେ ହତ୍ୟା ଭଳି ଜଘନ୍ୟ ଅପରାଧ କରିବାକୁ ପଛାଉନଥିବାବେଳେ ନିଜର ସମସ୍ତ ସ୍ୱାର୍ଥକୁ ତ୍ୟାଗ କରି ଜଣେ ଦୃଷ୍ଟିହୀନକୁ ବିବାହ କରି ସମାଜରେ ମଣିଷ ପଣିଆର ଉଦାହରଣ ପାଲଟିଛନ୍ତି ଆନ୍ଧ୍ର ପ୍ରଦେଶର ମଦନମୋହନ । ସେ ଗଞ୍ଜାମ ଜିଲ୍ଲାର ଦୃଷ୍ଟିହୀନ ସୌମ୍ୟାଙ୍କ ହାତ ଧରିଛନ୍ତି । ରବିବାର ଦିନ ବ୍ରହ୍ମପୁରର ଏକ କଲ୍ୟାଣୀ ମଣ୍ଡପରେ ଉଭୟ ନବ ଦମ୍ପତିଙ୍କର ଶୁଭ ବିବାହ ଅନୁଷ୍ଠିତ ହୋଇଯାଇଛି । କୁହାଯାଏ , ବିବାହ ହେଉଛି ଅନେକ ଏକ ସମ୍ପର୍କ , ଯାହା ପ୍ରଜାପତି ବ୍ରହ୍ମା ସ୍ୱର୍ଗ ଲୋକରେ ସୃଷ୍ଟି କରଥିନ୍ତି । ଆଉ ଶେଷରେ ଦୃଷ୍ଟିହୀନ ଝିଅ ସୌମ୍ୟାଙ୍କୁ ସ୍ତ୍ରୀ ରୁପେ ପାଇ ମଦନ ବେଶ ଖୁସି ଥବା କହିଛନ୍ତି । ବ୍ରହ୍ମପୁର ଗେଟ ବଜାର ରାଧାକୃଷ୍ଣ , ସାହିର ଜି . ଏଲ ଏନ ସ୍ୱମୀ ଶେଖରଙ୍କ ସାନଝିଅ ସୌମ୍ୟ ଜନ୍ମ୍‌ରୁ ଆଶିଂକ ଦୃଷ୍ଟିହୀନ । ସୌମ୍ୟାଙ୍କୁ ଯେତେବେଳେ ୧୪ ବର୍ଷ ସେ ମସ୍ତିଷ୍କ ଜ୍ୱରରେ ଆକ୍ରାନ୍ତ ହୋଇ ଭଲ ହୋଇଯାନ୍ତି ସତ କିନ୍ତୁ ସେ ସବୁଦିନ ପାଇଁ ତାଙ୍କର ଦୃଷ୍ଟି ଶକ୍ତି ହରାଇବସନ୍ତି । ତାଙ୍କ ବାପା ସ୍ୱାମୀ ଶେଖର ଏକ ଘରୋଇ କମ୍ପାନୀରେ ଚାକିରି କୁଥିଲେ । ସ୍ୱଳ୍ପ ଆୟରେ ସେ ନିଜ ଝିଅର ଚିକିତ୍ସା କରାଇଥିଲେ ମଧ୍ୟ ଦୃଷ୍ଟି ଶକ୍ତି ଫେରି ପାଇଥିଲେ ସୌମ୍ୟା । ଆସ୍ତେ ଆସ୍ତେ ଝିଅ ବଡ ହେବା ସହ ବଢିଯାଇଥିଲା ପରିବାର ଲୋକଙ୍କ ଚିନ୍ତା । ପରିଣତ ବୟସରେ କୁଏ ବାହା ହେବ ସୌମ୍ୟାଙ୍କୁ , ଏହି କଥା ଭାବି ବାପାଙ୍କ ଆଖିରୁ ନିଦ ହଜିଯାଇଥିଲା । ଦୈବକୁ ଭଗବାନ ଶାହା ହେବା ପରି ଆନ୍ଦ୍ରପ୍ରଦେଶର ବିଜୟ ନଗରେ ରହୁଥିବା ମଦନ ମୋହନଙ୍କ କଥା ଜଣେ ସମ୍ପର୍କିୟାଙ୍କୁ କହିୁଥଲେ । ମଦନ ମୋହନ ଆନ୍ଦ୍ର ପ୍ରଦେଶ ତିରୁପତିର ଜି.ଭେଙ୍କେଟ ସ୍ୱାମୀଙ୍କର ପୁଅ । ସେ ତିରୁପତି ମନ୍ଦିର କ୍ୟାଣ୍ଟିନରେ କାମ କରନ୍ତି । ଏହି ବିଷୟରେ ମଦନ ସବୁକଥା ଜାଣିସାରିବେ ପରେ ସୌମ୍ୟାଙ୍କୁ ଜୀବନ ସାଥି ଭାବେ ବାଛିଛନ୍ତି । ମଦନଙ୍କ ଏହିଭଳି ମହାନୀୟତା କାର୍ଯ୍ୟକୁ ଚାରିଆଡୁ ପ୍ରଶଂସାର ସୁଅ ଛୁଠୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ