ଆଜି ବି ବ୍ରିଟେନ୍‌କୁ ଏହି ସ୍ଥାନର ଟ୍ୟାକ୍ସ ଦେଉଛି ଭାରତ

ବ୍ରିଟେନ ବା ଇଂରେଜମାନଙ୍କ କବଳରୁ ଭାରତ ୭୩ ବର୍ଷ ହେଲା ସ୍ୱାଧୀନ ହୋଇସାରିଲାଣି । କିନ୍ତୁ ଆଜି ମଧ୍ୟ କିଛି ଅଂଶ ଇଂରେଜମାନଙ୍କ କବଳରେ ରହିଛି । ବ୍ରିଟେନ୍‌ର ଏକ ରେଳଟ୍ରାକ୍ ଭାରତରେ ରହିଛି । ମାତ୍ର ଏହାର ଟ୍ୟାକ୍ସ ବ୍ରିଟେନ୍ ସରକାରଙ୍କୁ ଭାରତ ଦେଉଛି । ଟ୍ରାକ୍‌ର ଦେଖାଶୁଣା ବ୍ରିଟେନ୍ ସରକାର କରୁଥିଲେ ହେଁ ଭାରତ ସରକାର ପ୍ରତିବର୍ଷ ଅର୍ଥ ବ୍ୟୟ କରୁଛନ୍ତି । ଏପରିକି ଭାରତୀୟ ରେଳ ବିଭାଗ ଅଧୀନରେ ଏକ ବେସରକାରୀ କମ୍ପାନୀ ପ୍ରତିବର୍ଷ ପ୍ରାୟ ୨୦ ଲକ୍ଷ ଟଙ୍କାର ଟ୍ୟାକ୍ସ ବ୍ରିଟେନ୍‌କୁ ଦେଉଛି । ଏହି ଟ୍ରାକ୍‌ରେ ଶକୁନ୍ତଳା ଏକ୍ସପ୍ରେସ ନାମକ ଏକ ପାସେଞ୍ଜର ଟ୍ରେନ୍ ଚଳାଚଳ କରୁଛି । ଆନ୍ଧ୍ରପ୍ରଦେଶର ଅମରାବତୀରୁ ମୂର୍ତଜାପୁର ୧୮୯ କି.ମି ଯାତ୍ରା କରୁଥିବା ଉକ୍ତ ଟ୍ରେନ୍ ଅଚଳପୁର, ଜବତମାଲ ପରି ଛୋଟବଡ଼ ଷ୍ଟେଶନ ଅତିକ୍ରମ କରୁଛି । ୧୦୦ ବର୍ଷର ପୁରୁଣା ଏହି ଟ୍ରେନରେ ୫ଟି ବଗି ରହିଛି । ଟ୍ରେନ୍‌ଟି ବ୍ରିଟେନ୍‌ର ମାଞ୍ଚେଷ୍ଟର ସହରର ଏକ କାରଖାନାରେ ୧୯୨୧ ମସିହାରେ ତିଆରି ହୋଇଥିଲା । ୧୯୯୪ରେ ଉକ୍ତ ଟ୍ରେନ୍‌ର ଇଞ୍ଜିନ୍ ବଦଳାଯାଇଥିଲା । ଟ୍ରେନରେ ଦୈନିକ ୧ ହଜାରରୁ ଊଦ୍ଧ୍ୱର୍ ଯାତ୍ରୀ ଯାତାୟାତ କରୁଥିବାବେଳେ ଏହାର ଘଣ୍ଟା ପ୍ରତି ବେଗ ୨୦ କି.ମି ରହିଛି । ଟ୍ରାକ୍‌ର ଦୁରାବସ୍ଥା ଦେଖି ଏକ୍ସପ୍ରେସକୁ ଦୁଇ ଥର ବନ୍ଦ କରା ଯାଇସାରିଲାଣି । କିନ୍ତୁ ସ୍ଥାନୀୟ ଲୋକଙ୍କ ଦାବି ଅନୁଯାୟୀ, ଏହି ଟ୍ରାକ୍‌ରେ ଉକ୍ତ ଟ୍ରେନ୍‌ଟି ଚଳାଚଳ କରୁଛି । ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଭାରତ ସରକାର ଏହାକୁ କିଣିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ମାତ୍ର ଏହା ଦ୍ୱାରା ଅନେକ ଅସୁବିଧା ସୃଷ୍ଟି ହେବାର ଆଶଙ୍କା କରି ଆଜି ପର୍ଯ୍ୟନ୍ତ ସମାଧାନ ହୋଇପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ