ଆଜି ବୁଧବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳରୁ…

ମେଷ :-ଆଜି ଆପଣଙ୍କ ପାଇଁ ଦିନଟି ଶୁଭ ପ୍ରଦ ହେବ ।‌ଶାରୀରିକ ମାନସିକ ଅଭିବୃଦ୍ଧି ଘଟିବ।ବ୍ୟବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ ନୂତନ ନିଯୁକ୍ତି ପାଇବାର ସମ୍ଭାବନା ରହିଛିମହିଳାମାନେ ପରିବାରରେ ଆଦରଣୀୟା ହେବେ ଛାତ୍ରଛାତ୍ରୀମାନେ ପ୍ରତିଯୋଗୀତାରେ ବିଜୟୀ ହେବେ।ପ୍ରତିକାର ହନୁମାନଙ୍କ ସିନ୍ଦୂର ମଥାରେ ଲଗାନ୍ତୁ ହନୁମାନ ଚାଳିଶା ପାଠ କରନ୍ତୁ।

ବୃଷ :-ଆଜି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରିଙ୍କର ସହଯୋଗ ପାଇ ଅଟକି ଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ ସାସଂରିକ ଜିବନ ସୁଖମୟ ହେବ । ଶରୀର ସୁସ୍ଥ ରହିବ ମାନସିକ ଦୁଶ୍ଚିନ୍ତା ଦୂର ହୋଇଯିବ ଛାତ୍ରଛାତ୍ରୀମାନେ ବିଦ୍ୟାରେ କୃତକାର୍ଯ୍ୟ ହେବେ ‌। ସାହିତ୍ୟ ସଙ୍ଗୀତ ଅଭିନୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ।ପ୍ରତିକାର ଚନ୍ଦନର ଟିକା ମଥାରେ ଲଗାନ୍ତୁ।

ମିଥୁନ :-ଆଜି ଆପଣଙ୍କୁ ସମସ୍ତ ଦିଗରେ ସଫଳତା ମିଳିବ ବ୍ୟବସାୟରେ ଲାଭବାନ ହେବେ ।ପାରିବାରିକ ଶାନ୍ତି ମିଳିବ କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ । ମହିଳା ଓ ଛାତ୍ରଛାତ୍ରୀମାନେ ଦିନଟିକୁ ଆନନ୍ଦ ଉଲ୍ଲାସରେ ଅତିବାହିତ କରିବେ ।ପ୍ରତିକାର ବୁଲା କୁକୁରକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

କର୍କଟ :-ଆଜିି ସନ୍ତାନ ମାନଙ୍କ ଉନ୍ନତିକୁ ନେଇ ଗର୍ବ ଅନୁଭବ କରିବେ, ନୂତନ ବସ୍ତ୍ର ଆଭୂଷଣ ପ୍ରାପ୍ତିର ଯୋଗ ରହିଛି ।ଆର୍ଥିକ ଉନ୍ନତି ବୃଦ୍ଧି ପାଇବ ମହିଳାମାନେ ପରିବାରରେ ଆଦରଣୀୟା ହେବେ । ଛାତ୍ରୀମାନେ ସମସ୍ତ କ୍ଷେତ୍ରରେ ଆଶାନୁରୂପ ସଫଳତା ହାସଲ କରିବେ ‌।ପ୍ରତିକାର ଓଁ ନମଃ ଶିବାୟ ମନ୍ତ୍ରରେ ଶିବଲିଙ୍ଗରେ ପାଞ୍ଚଟି ତ୍ରୀଶାଖା ବେଲପତ୍ର ଚଢାନ୍ତୁ।

ସିଂହ :-ଆଜିି ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ପାଇବ ଧନ ସଂଚୟ ପାଇଁ ଦିନଟି ଅନୁକୂଳ ରହିବ।କର୍ମ କ୍ଷେତ୍ରରେ ନୂତନ ଦାୟିତ୍ବ ମିଳିବା ଶରୀର ସୁସ୍ଥ ରହିବ, ସୁସ୍ବାଦୁ ଭୋଜନ ମିଳିବ।ପ୍ରତିକାର ଓଁ ଘୃଣି ସୂର୍ଯ୍ଯାୟ ନମଃ ଏହି ମନ୍ତ୍ରରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ।

କନ୍ୟା :-ଆଜି ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ।ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ।ରାଜନୈତିକ କ୍ଷେତ୍ରରେ ଥିଲେ ଜନ କଲ୍ୟାଣ କାର୍ଯ୍ୟରେ ବ୍ୟସ୍ତ ରହିବେ ମହିଳାମାନେ ହସ ଖୁସିରେ ଦିନଟି ଅତିବାହିତ କରିବେ ।ଛାତ୍ର ଛାତ୍ରୀମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବେ।ପ୍ରତିକାର ତୁଳସୀ ମୂଳେ ଜଳ ପ୍ରଦାନ କରନ୍ତୁ।

ତୁଳା :-ଆଜି କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନହେଲେ କିଛି କ୍ଷତି ସହିବାକୁ ପଡିପାରେ ।ବହୁଦିନରୁ ଲାଗିରହିଥିବା ମାଲିମକୋଦମାର ସମାଧାନ ହୋଇ ପାରେ। କୃଷି କ୍ଷେତ୍ରରେ ଉନ୍ନତି କରିବେ ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ।ପ୍ରତିକାର ଗୁଡ ରୁଟି ମିଶାଇ ଗାଈକୁ ଖାଇବାକୁ ଦିଅନ୍ତୁ।

ବିଛା :-ଆଜି ଦିନଟି ହସ ଖୁସିରେ ଅତିବାହିତ କରିବେ। ଆର୍ଥିକ ଅଭିବୃଦ୍ଧିବୃଦ୍ଧି ଘଟିବ ।କର୍ମ କ୍ଷେତ୍ରରେ ପଦୋନ୍ନତି ପାଇବେ ବକେୟା ଅର୍ଥ ହସ୍ତଗତ ହେବ।ସାହିତ୍ୟ ସଙ୍ଗୀତ ଅଭିନୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ।ପ୍ରତିକାର କୈାଣସି ଅସହାୟ ବ୍ୟକ୍ତିକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

ଧନୁ :-ଆଜି ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହେବ ବସ୍ତ୍ର ଆଭୂଷଣ ପ୍ରାପ୍ତିର ଯୋଗ ରହିଛି।କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ ମହିଳା ଓ ଛାତ୍ରଛାତ୍ରୀମାନେ ଆନନ୍ଦ ଉଲ୍ଲାସରେ ଦିନଟି କାଟିବେ ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ ‌।ପ୍ରତିକାର ହଳଦୀ ରଙ୍ଗର ରୁମାଲ ବ୍ୟବହାର କରନ୍ତୁ।

ମକର :-ଆଜି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଭାରାକ୍ରାନ୍ତ କରିଦେବ ଚିନ୍ତା ଯୋଗୁଁ ରକ୍ତଚାପ ଦେଖା ଦେଇପାରେ ‌‌ବ୍ୟବସାୟରେ ଲାଭ କମ ହେବ ଆୟ ତୁଳନାରେ ବ୍ଯୟ ଅଧିକ ହୋଇଯିବ। ମହିଳାମାନଙ୍କର କାର୍ଯ୍ୟ ପ୍ରଶଂସନୀୟ ହେବ,ଗୁପ୍ତ ଶତୃମାନେ ପରାଜିତ ହେବେ।ପ୍ରତିକାର ସାତଟି ନୀଳ ଅପରାଜିତା ଫୁଲ ମା କାଳୀଙ୍କୁ ଚଢାନ୍ତୁ।

କୁମ୍ଭ :-ଆଜି କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ମହିଳାମାନେ ପାରିବାରିକ ପରିବେଶରେ ନିଜର ସ୍ଥିତି ସୁଦୃଢ କରିବେ ।ବିଦ୍ୟାର୍ଥିମାନେ ପଢାପଢିରେ ଏକାଗ୍ରତା ରଖି କୃତକାର୍ଯ୍ୟ ହେବେ।ପ୍ରତିକାର ଓଁ ନମଃ ଶିବାୟ ଏହି ମନ୍ତ୍ରକୁ ୨୭ଥର ଜପ କରନ୍ତୁ ।

ମୀନ :-ଆଜି ଦେହ ମନ ଭଲ ରହିବ, ଉଚ୍ଚ କତୃପକ୍ଷଙ୍କ ସାହାଯ୍ୟ ସହଯୋଗ ପାଇବାରୁ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ବରାନ୍ବିତ କରି ଶେଷ ପର୍ଯ୍ୟାୟରେ ପହ଼଼ଞ୍ଚାଇବେ।କର୍ମ କ୍ଷେତ୍ରରେ ସଫଳତା ମିଳିବ ମହିଳାମାନେ ଗୃହ କାର୍ଯ୍ୟରେ ମନୋନିବେଶ କରିବେ।
ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ହାସଲ କରିବେ ।ପ୍ରତିକାର ପ୍ରଭୁ ଜଗନ୍ନାଥଙ୍କ ପାଖରେ ଘୃତ ଦୀପ ଟିଏ ଜାଳନ୍ତୁ ପ୍ରଭୁଙ୍କୁ ସ୍ମରଣ କରି ବାହାରକୁ ଯାଆନ୍ତୁ।

ଜ୍ୟୋତିଷ ବାଣୀ
ଶାରୀରିକ ମାନସିକ ଅଭିବୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସରଳ ପ୍ରତିକାର।
ପ୍ରତିକାର ପ୍ରତ୍ୟକ ଦିନ ତମ୍ବା ପାତ୍ରରେ ପାଣିରେ ଗୁଡ଼ ମିଶାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ସୂର୍ଯ୍ୟ ନମସ୍କାର କରନ୍ତୁ। ଏହି ଉପାୟ ରବିବାର ଦିନ ଆରମ୍ଭ କରନ୍ତୁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ