ଆଜି ବୁଧବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳରୁ…

ମେଷ :-ଆଜି ଆପଣଙ୍କର ଅସମ୍ପୂର୍ଣ୍ଣ କାମ ସମ୍ପୂର୍ଣ୍ଣ ହେବ। ବିବାଦର ସମାଧାନ ହୋଇଯିବ । ମନ ଚାହୁଁଥିବା ଜିନିଷ ଲାଭ କରିବା ଦିଗରେ ଚେଷ୍ଟା ଅବ୍ୟାହତ ରଖନ୍ତୁ ।ବାଣିଜ୍ୟ,ବ୍ୟବସାୟ ସଫଳତା ମିଳିବ । ଯାତ୍ରା ଓ ବନ୍ଧୁମିଳର ଯୋଗ ରହିଛି ପ୍ରତିକାର–ଅଶ୍ୱତ୍ଥ ବୃକ୍ଷ ମୂଳରେ କଞ୍ଚା କ୍ଷୀରରେ କଳାରାଶି ମିଶାଇ ଢାଳନ୍ତୁ ଓ ସେ ବୃକ୍ଷକୁ ସାତ ଥର ପ୍ରଦକ୍ଷିଣ କରନ୍ତୁ।

ବୃଷ :-ଅଟକି ରହିଥିବା କାମଗୁଡିକୁ ତ୍ୱରାନ୍ବିତ କରି ଶେଷ କରିବେ । ଆଶା କରୁଥିବା ଦିଗରୁ ଧନପ୍ରାପ୍ତି ହେବ । ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି । ଜମିଜମା,କଚେରି ମାମଲାରୁ ଉପକୃତ ହେବେ।ପ୍ରତିକାର–ତୁଳସୀ ବୃକ୍ଷମୂଳରେ ଜଳ ପ୍ରଦାନ କରନ୍ତୁ ତୁଳସୀ ମୂଳର ମାଟି ମଥାରେ ଲଗାନ୍ତୁ।

ମିଥୁନ :-କର୍ମକ୍ଷେତ୍ରରେ ସାହାଯ୍ୟ ମିଳିବ । ଚେଷ୍ଟା କରୁଥିବା ଦିଗରୁ ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ। ସୌଖୀନ ଦ୍ରବ୍ୟ କ୍ରୟକରିପାରନ୍ତି।ଅଫିସ୍‌ କାମରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ। ପ୍ରତିକାର-ନୀଳରଙ୍ଗର ରୁମାଲ ଟିଏ ଆଜି ନିଜ ପାଖରେ ରଖନ୍ତୁ।

କର୍କଟ :-ଭାବପ୍ରବଣତାବଶତଃ କଥା କହି ଅପଦସ୍ଥ ହୋଇପାରନ୍ତିପରକଥାରେ ପ୍ରଭାବିତ ହୋଇ ଭୁଲ୍‌ ମାର୍ଗର ଅନୁସରଣ କରିପାରନ୍ତି । ଆକସ୍ମିକ ଆଗନ୍ତୁକ ନୂତନ ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇବେ।ନିକଟସମ୍ପର୍କୀୟମାନଙ୍କ ସହ ମିତ୍ରତା ସ୍ଥାପନ କରିପାରନ୍ତି।ପ୍ରତିକାର–ସାତୋଟି ନୀଳ ଅପରାଜିତା ଫୁଲ ମା କାଳୀଙ୍କୁ ଚଢାନ୍ତୁ।

ସିଂହ :-ଆଜି ଆପଣ ଅନ୍ୟମାନଙ୍କ ସକାଶେ ପ୍ରେରଣାର ପାତ୍ର ହେବେ । ପାରିବାରିକ ଆବଶ୍ୟକତାକୁ ନେଇ ବ୍ୟୟର ମାତ୍ରା କ୍ରମଶଃ ବୃଦ୍ଧି ଘଟିବ । ଅତି ନିକଟତମ ମିତ୍ର କେହି ଛଳନା କରି ଦୂରେଇ ଯାଇପାରନ୍ତି।ପ୍ରତିକାର-ବୁଲା କୁକୁରକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

କନ୍ୟା :-ଆଜି ଆପଣ ସାମାଜିକ ଜୀବନରେ ଅନ୍ୟାୟ ବିରୋଧରେ ସ୍ବର ଉଠାଇ ସମସ୍ୟାକୁ ନିମନ୍ତ୍ରଣ କରିବେ। ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ଆକସ୍ମିକ ଭାବରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ ଏବଂ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ।ପ୍ରତିକାର–ସାତୋଟି ଲାଲ୍ ମନ୍ଦାର ଗ୍ରାମ ଦେବତୀଙ୍କୁ ଚଢାନ୍ତୁ।

ତୁଳା :-ପରିବାର ଭିତରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ । ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇବେ । ଆଧ୍ୟାତ୍ମିକ ପ୍ରବଚନ, ସାହିତ୍ୟ ଚର୍ଚ୍ଚା ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ସ୍ବାସ୍ଥ୍ୟରେ ଉନ୍ନତି ଘଟିବ ।ପ୍ରତିକାର–କଳା ବିରି ଦୁବଘାସ ଗାଈକୁ ଖାଇବାକୁ ଦିଅନ୍ତୁ।

ବିଛା :-ପରିବେଶ ଓ ପରିସ୍ଥିତିକୁ ନେଇ ଅସ୍ଥିରତା ସୃଷ୍ଟି ହୋଇପାରେ । ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡି ଖର୍ଚ୍ଚ କରିବାକୁ ବାଧ୍ୟ ହେବେ । ରାଜନୈତିକ ସ୍ଥିତି, ଅର୍ଥନୈତିକ ପ୍ରଗତି ସାଙ୍ଗକୁ ସାମାଜିକ ପ୍ରତିଷ୍ଠା ମଧ୍ୟ ବୃଦ୍ଧି ପାଇବ । ପ୍ରତିକାର–ପାଞ୍ଚୋଟି ତ୍ରିଶାଖା ବେଲ ପତ୍ର ମହା ମୃତ୍ଯୁଞ୍ଜୟ ମନ୍ତ୍ରରେ ଶିବଲିଙ୍ଗରେ ଚଢାନ୍ତୁ।

ଧନୁ :-ଅପ୍ରିୟ ସତ୍ଯ କହି ନିଜ ଲୋକମାନଙ୍କ ଚକ୍ଷୁଶିଳ ହେବେ । ପରିବାରରୁ ସ୍ନେହ ଶ୍ରଦ୍ଧା,ସମ୍ମାନ ଓ ଆଦର ମିଳିବ । କର୍ମକ୍ଷେତ୍ରରେ ଅସହଯୋଗ କାରଣଜନିତ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ । ପ୍ରତିକାର-କୈ।ଣସି ଧାର୍ମିକ ଅନୁଷ୍ଠାନରେ କିଛି ମିଷ୍ଟାନ୍ନ ଦାନ କରନ୍ତୁ।କଉଡ଼ିଟିଏ ନିଜ ପାଖରେ ରଖନ୍ତୁ।

ମକର :-ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିପାରନ୍ତି। ଶିଳ୍ପ, ବାଣିଜ୍ୟ,ବ୍ୟବସାୟ,ପରିବହନ ଓ ଏଜେନ୍‌ଶିପ୍‌ରୁ ଲାଭବାନ ହେବେ । ପ୍ରତିକାର–ରୁଟିରେ ଗୁଡ ମିଶାଇ ଗାଈକୁ ଖାଇବାକୁ ଦିଅନ୍ତୁ।

କୁମ୍ଭ :-ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟ ଓ ସାହସିକତାର ସହ ସମସ୍ୟାକୁ ସୁଧାରି ନେବେ। ଘର ସାଜସଜ୍ଜା ନିର୍ମାଣରେ, ଆନୁଷ୍ଠାନିକ କାମରେଯୋଗ ଦେବେ।ଆର୍ଥିକ ପରିସ୍ଥିତି ଭଲ ରହିବ। କୌଣସି ଜନହିତକର କାମରେ ତାହାକୁ ବିନିଯୋଗ କରିବା ପାଇଁ ଚିନ୍ତା କରିବେ।ପ୍ରତିକାର-ଲକ୍ଷ୍ମୀ ନାରାୟଣଙ୍କ ପାଖରେ ଘିଅ ଦୀପ ଟିଏ ଜାଳନ୍ତୁ ।

ମୀନ :-ସାଧାରଣ କଥାକୁ କେନ୍ଦ୍ରକରି ପାରିବାରିକ ସମସ୍ଯା ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରତ୍ଯେକ କ୍ଷେତ୍ରରେ ଯେତେ ଭଲ କାମ କଲେ ସୁଦ୍ଧା କର୍ମକ୍ଷେତ୍ରରେ ସମାଲୋଚିତ ହେବେ । ଶିଳ୍ପ ,ବାଣିଜ୍ୟ, ରାଜନୀତି କ୍ଷେତ୍ରରେ ସଫଳତା ହାସଲ କରିବେ।ପ୍ରତିକାର- ଇଷ୍ଟ ଦେବତାଙ୍କୁ କର୍ପୁର ଆଳତୀ କରି ଆଳତୀର କଳାକୁ ମୁଣ୍ଡରେ ମାରନ୍ତୁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ