ଆଜି ବୁଧବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶି ଫଳରୁ…
ମେଷ -ଶୁଭ ରଙ୍ଗ – ଧଳା କିମ୍ବା ସବୁଜ
ମାନ, ସମ୍ମାନ ଏବଂ ଧନ ହାନି, ଅର୍ଥପିଡା, କର୍ମକ୍ଷେତ୍ରରେ ଅସ୍ଥିରତା ଓ ମାନସିକ ପିଡା ରହିଛି ॥
ମା ତାରିଣିଙ୍କର ମନ୍ଦିର ଦର୍ଶନ ଓ
ତାରା ଗାୟତ୍ରୀ ଜପ ॥।
ସତର୍କତା – ଆଜି ହଳଦିଅା ଓ ଲାଲ ବ୍ୟବହାର କରନ୍ତୁ ନାହିଁ
ବୃଷ -ଶୁଭ ରଙ୍ଗ – ହଳଦିଆ, ଧଳା ॥
କୌଣସି ସୁତ୍ରରୁ ଶୁଭ ଖବର ମିଳିବ, ପରିବାର କିମ୍ବା କମକ୍ଷେତ୍ରରେ ସୁସଂପର୍କ ବଢିବ, ରୋଜଗାର ବଢିବାର ସୁଯୋଗ ରହିଛି ॥
ଶିବ ଭଗବାନଙ୍କୁ କେଶର, ମହୁ ଏବଂ ପଇଡ ଚଢାନ୍ତୁ ॥
ସତର୍କତା – କାହାକୁ କିଛି କମିଟମେଣ୍ଟ କରନ୍ତୁ ନାହିଁ ॥
ମିଥିନ – ଶୁଭ ରଙ୍ଗ – ଗୋଲାପି କିମ୍ବା ଧଳା
ଆତ୍ମବଳ ଦୃଢ ରହିବ ଫଳରେ ସମସ୍ତ ଅଶୁଭତ୍ବ ସତ୍ବେ ମାନସିକ ଶାନ୍ତି ବଜାୟ ରହିବ ଓ ସମସ୍ତ କ୍ଷେତ୍ରରେ ଶୁଭଫଳ ମିଳିବ ॥
ଅରଖ ଫୁଲ ଶିବଭଗବାନଙ୍କୁ ଚଢାନ୍ତୁ ॥
ଗାଡି ଚଲାଇଲା ବେଳେ ସତର୍କ ରୁହନ୍ତୁ ॥
କର୍କଟ – ଶୁଭ ରଙ୍ଗ – ଧଳା କିମ୍ବା ହଳଦିଆ
ଆଜି ଶୁଭଦିନ ରହିଛି, ଅର୍ଥ ପ୍ରାପ୍ତି ଯୋଗ ରହିଛି, ଜାଗାବାଡିକୁ ନେଇ ଶୁଭଫଳ ରହିଛି ॥
ସ୍ନାନପରେ ତୁଳସି ପତ୍ର ୭ଟି ସେବନ କରି ଦିନଟି ଆରମ୍ଭ କରନ୍ତୁ ॥
ସବୁଜ ରଙ୍ଗ ବ୍ୟବହାର କରିବେ ନାହିଁ ॥
ସିଂହ -ଶୁଭ ରଙ୍ଗ – ଧଳା କିମ୍ବା ଧୁସର
ଶୁଭଦିନ ରହିଛି ମାନସିକ ଶାନ୍ତି ସହିତ ସମସ୍ତ ଇଛା ପୂରଣ ହେବ ॥
ହନୁମାନ ଭଗବାନଙ୍କୁ ଦର୍ଶନ କରି ଦିବସ ଆରମ୍ଭ କରନ୍ତୁ ॥
କନ୍ୟା – ଶୁଭରଙ୍ଗ- ସବୁଜ
ଆତ୍ମବଳ ଦୃଢ ରହିବ, ସମ୍ପର୍କିୟଙ୍କର ସହଯୋଗ ରହିବ, ଲୋକସମ୍ପର୍କ ବୃଦ୍ଧି ହେବ ॥
– ତମ୍ବା ପାତ୍ରରେ ଜଳ ସହିତ ଯବଧାନ ଓ ଧଳାରାଶି ମିଶାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବେ ॥
ଖଇରିଅା ଓ ଲାଲ ରଙ୍ଗ ବ୍ୟବହାର କରିବେ ନାହିଁ ॥
ତୁଳା -ଶୁଭରଙ୍ଗ – ହଳଦିଆ କିମ୍ବା ଗୋଲାପି ॥
ବାକିଥିବା ଅର୍ଥପ୍ରାପ୍ତି ଓ ପୁରୁଣା ମାଲିମକୋଦମାରେ ଜୟ ଓ ବ୍ୟବସାୟରେ ଲାଭ ॥
ନୃସିଂହ ଭଗବାନଙ୍କୁ ସ୍ମରଣ କରି ଦିନଟି ଆରମ୍ଭ କରିବେ ॥ ଲାଲରଙ୍ଗ ଓ କଳା ରଙ୍ଗ ବ୍ୟବହାର କରନ୍ତୁ ନାହିଁ ॥
ବିଛା -ଶୁଭ ରଙ୍ଗ – ଲାଲ & ଧଳା
ଶୁଭ ଦିନ ରହିଛି ସମସ୍ତ କାଯ୍ୟ ସହଜରେ ହେବ ଦିନଭରି ମନୋବଳ ସୁଦୃଢ ରହିଵ ॥
କଳା କିମ୍ବା ନିଳ ରଙ୍ଗ ବ୍ୟବହାର କରିବେ ନାହିଁ॥
ଗହମ, ମସୁର ଡାଲି ଓ ଗୁଡ ଦାନ କରିବେ ॥
ଧନୁ -ଶୁଭରଙ୍ଗ – ଧଳା କିମ୍ବା ଗୋଲାପି
କୌଣସି ମାଲିମକୋଦମାରେ ଫସିପାରନ୍ତି, ଅର୍ଥାଭାବ ରହିଵ ତଥାପି ମନୋବଳ ଦୃଢରହିବ ତେଣୁ ଯେକୌଣସି କାମରେ ମନବଳାଇବେ ସଫଳ ହେବେ ॥
ସତର୍କତା – ଦୂରଯାତ୍ରା କରନ୍ତୁ ନାହିଁ
ସକାଳୁ ହଳଦିଆ ବସ୍ତ୍ର ପରିଧାନ କରି “ଓଁ ବୃଂ ବୃହଷ୍ପତୟେ ନମଃ” ୨୭ଥର ଜପ ॥
ମକର -ଶୁଭ ରଙ୍ଗ – କମଳା, ଧଳା, ଗୋଲାପି
ଆର୍ଥିକ ପରିସ୍ଥିତି ଭଲ ରହିବ, ସମୟର ସହଯୋଗ ମିଳିବ, ମନ ଶାନ୍ତ ରହିବ ॥
କୌଣସି ଗୁରୁଜନଙ୍କୁ ଅଶନ୍ତୁଷ୍ଟ କରିବେ ନାହିଁ ॥
ଶନିଭଗବାନଙ୍କୁ ଦର୍ଶନ ପରେ ଜଳରେ ଗୁଡ ମିଶାଇ ଅଶ୍ବସ୍ଥ ବୃକ୍ଷମୂଳରେ ଅର୍ପଣ କରିବ ॥
କୁମ୍ଭ -ଶୁଭ ରଙ୍ଗ – ଧଳା
ବ୍ୟବସାୟରେ ଲାଭ ବୃଦ୍ଧି, ସମାଜରେ ଲୋକସମ୍ପର୍କ ବୃଦ୍ଧି, ଶୁଭ କର୍ମ ଗୃହରେ ହେବ ॥
ସତର୍କତା – ଦକ୍ଷିଣ ଦିଗକୁ ଯାତ୍ରା କରନ୍ତୁ ନାହି ॥
ଆଜି କୌଣସି ଅସହାୟଙ୍କୁ ସୋରିଷ ତେଲ ଦାନ କରିବ ॥
ମୀନ -ଶୁଭ ରଙ୍ଗ – ଧଳା ଓ କମଳା
ବ୍ୟବସାୟ, ଚାକିରି କିମ୍ବା ରାଜନୈତିକ ପରିବେଷରେ ଶୁଭଫଳ ବୃଦ୍ଧି ହେବ, ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ ମିଳିବ, ମାନସିକ ଶାନ୍ତି ରହିବ ॥
ସତର୍କତା – ଗାଡି ଚଲାଇବେଳେ ସତର୍କ ରହିବେ ॥
ଶ୍ରଦ୍ଧାର ସହ କୌଣସି ବୟସାଧିକ ବ୍ୟକ୍ତିଙ୍କୁ ମିଠା ଖାଇବାକୁ ଦେବ ॥