ଆଜି ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ଗତ ସେପ୍ଟେମ୍ବର ମାସରେ ବେଲଗୁଣ୍ଠା ପଞ୍ଚାୟତ ସମିତିର ତତ୍କାଳୀନ ଅଧ୍ୟକ୍ଷ ପ୍ରଶାନ୍ତ ନାୟକଙ୍କ ପରଲୋକ ଘଟିବା ପରେ ପ୍ରଶାସନ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ହସ୍ତାନ୍ତର କରିଥିଲେ I ତେବେ ଛଅ ମାସ ମଧ୍ୟରେ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହେବାର ନିୟମ ଥିବାରୁ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକ୍ରମେ ଜାନୁୟାରି ତିରିଶି ତାରିଖରେ ଅଧ୍ୟକ୍ଷ ନିର୍ବାଚନ ପାଇଁ ରାଜ୍ୟ ସରକାର ଦିନ ଧାର୍ଯ୍ୟ କରିଛନ୍ତି I ବେଲଗୁଣ୍ଠା ବ୍ଳକ୍ ର 18 ଟି ପଂଚାୟତରୁ 17 ଜଣ ସମିତି ସଭ୍ୟ ଥିବା ବେଳେ ଅଧ୍ୟକ୍ଷ ସ୍ଵର୍ଗତ ନାୟକଙ୍କ ଦେହାନ୍ତ ପରେ ଧୂମୁଛାଇ ସମିତିସଭ୍ୟ ପଦବୀ ଖାଲି ପଡିଛି I ତେଣୁ ବର୍ତ୍ତମାନ 17 ଜଣ ସମିତିସଭ୍ୟ ଆଜି ଅଧ୍ୟକ୍ଷ ନିର୍ବାଚନ କରିବେ I ଏନେଇ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି I ଭଞ୍ଜନଗର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀଙ୍କ ତତ୍ତ୍ୱାବଧାନରେ ନିର୍ବାଚନ ଅଧିକାରୀ ରୂପେ ଭଞ୍ଜନଗର ତହସିଲଦାର ଦାୟିତ୍ୱ ତୁଲାଉଥିବା ବେଳେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ, ବିଡିଓ ବିଭିନ୍ନ ଦାୟିତ୍ୱରେ ରହି ନିର୍ବାଚନକୁ ପରିଚାଳନା କରିବେ ବୋଲି ସୂଚନା ମିଳିଛି I ଅପରାହ୍ଣ 12 ଘଣ୍ଟା 30 ମିନିଟ୍ ରୁ 2:00 ଘଣ୍ଟା ପର୍ଯ୍ୟନ୍ତ ମତଦାନ ହେବ ଏବଂ ଆଜି ହିଁ ଭୋଟ୍ ଗଣତି କରାଯିବ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ