ଆଜି ଭସାଣି, ପୁଣି ଅପେକ୍ଷା ଆର ବର୍ଷ କୁ

( ଯୁଗାବ୍ଦ ନ୍ୟୁଜ) ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଜଗତ୍ଜନନୀ ମା ‘ ଦୁର୍ଗା । ବୁଧବାର ବିଭିନ୍ନ ସ୍ଥାନରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ ।କେତେକ ସ୍ଥାନରେ ମୂର୍ତ୍ତି ବିସର୍ଜନ ଆରମ୍ଭ ହୋଇସାରିଲାଣି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୫୭ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ୩୦୦ ଅଫିସର, ୪ ଅତିରିକ୍ତ ଡ଼ିସିପିଙ୍କ ସହ ରାପିଡ୍ ଆକ୍ସନ ଫୋର୍ସ, ଷ୍ଟ୍ରାଇକିଂ ଫୋର୍ସ ମୁତୟନ ହୋଇଛନ୍ତି। ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏଥିନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରାଜଧାନୀର ତିନିଟି ସ୍ଥାନରେ ଭସାଣ ଶୋଭାଯାତ୍ରା ଅନୁଷ୍ଠିତ ହେବ। ମୂର୍ତ୍ତି ବିସର୍ଜନ ପାଇଁ କୁଆଖାଇ ଓ ଦୟାନଦୀ କୂଳରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି। ନୟାପଲ୍ଲୀ ପଡ଼ିଆରେ ୨୦ଟି ମେଢ ଏକାଠି ହେବ। ସେଠାରୁ ହିଁ ଭସାଣ ଉତ୍ସବ ଆରମ୍ଭ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ