ଆଜି ଭାରତ ଶ୍ରୀଲଙ୍କା ଲଢେଇ , ପଏଣ୍ଟ ଟେବୁଲ ର ଶୀର୍ଷ ରେ ରହିବା ଲକ୍ଷ୍ୟ ନେଇ ଖେଳିବ ଟିମ ଇଣ୍ଡିଆ
ଆଇସିସି ୨୦୧୯ ବିଶ୍ୱକପ ରେ ଆଜି ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା । ଶ୍ରୀଲଙ୍କା ବିଶ୍ୱକପ ସେମିଫଆଇନାଲ ରୁ ବାଦ ପଡିଥିବା ବେଳ ଭାରତ ସେମିଫାଇନାଲରେ ନିଜ ସ୍ଥିତି ବଜାୟ ରଖିଛି। ଭାରତ ଏବେ ୧୩ ପଏଣ୍ଟରେ ରହିଛି। ଶୀର୍ଷରେ ଥିବା ଅଷ୍ଟ୍ରେଲିଆଠୁ ୧ ପଏଣ୍ଟ ତଳେ ରହିଛି। ଏପରି ହେଲେ ଆସନ୍ତା ୧୧ ତାରିଖରେ ଭାରତ – ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ – ଅଷ୍ଟ୍ରେଲିଆ ମଧ୍ୟରେ ସେମିଫାଇନାଲ ହେବ। ଯଦି ଅଷ୍ଟ୍ରେଲିଆ ପରାସ୍ତ ହୁଏ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତେବେ ସମୀକରଣ ବଦଳିଯିବ ଭାରତ – ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ – ଇଂଲଣ୍ଡ ସେମିଫାଇନାଲ ହେବ। ତେଣୁ ଆଜିର ମ୍ୟାଚ ଭାରତକୁ ଜିତି ଶୀର୍ଷ ସ୍ଥାନ ହାସଲ କରକିବାକୁ ହେବ। ଅନ୍ୟପକ୍ଷରେ ଚଳିତ ବିଶ୍ଵକପ ଶ୍ରୀଲଙ୍କା ପାଇଁ ଭଲ ରହିନାହିଁ। ଦଳ ଏହି ମ୍ୟାଚରେ ବିଜୟୀ ହେଲେ ମଧ୍ୟ ସେମିଫାଇନାଲ ଖେଳିପାରିବ ନାହିଁ।


