ଆଜି ଭାଲେଣ୍ଟାଇନ୍ ଡ଼େ’ କାରୁକଳାରେ ପ୍ରକୃତି ପ୍ରେମର ବାର୍ତ୍ତା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି ହେଉଛି ଭାଲେଣ୍ଟାଇନ୍ ଡ଼େ’ । ଯାହାକୁ ଆମେ ପ୍ରେମ ଦିବସ ରୂପେ ପାଳନ କରିଥାଉ । ପ୍ରେମ ଶାଶ୍ୱତ ଓ ଚିରନ୍ତନ । ପ୍ରେମର ନିଦର୍ଶନ କେବଳ ପାଶ୍ଚାତ୍ୟ ସଂସ୍କୃତିରେ ନୁହେଁ ବରଂ ଭାରତୀୟ ସଂସ୍କୃତିରେ ଏହାର ଅଜସ୍ର ଉଦାହରଣ ରହିଛି । ଆଜି ଦିନଟିରେ ଯୁବ ସମାଜ ଅଧିକ ଚଳଚଞ୍ଚଳ ଓ ଉତ୍ସାହିତ । ପ୍ରେମର ଅନେକ ଭାଷା ରହିଛି ଆଉ ତାକୁ କିଏ କେଉଁ ପ୍ରକାର ଭାବରେ ପ୍ରକାଶ କରିଥାଏ । ପ୍ରେମ ଦିବସରେ ପ୍ରେମ ସମ୍ଭାଷଣ ପାଇଁ କିଏ ଗୋଲାପ ଫୁଲ, ଗ୍ରୀଟିଙ୍ଗ୍ସ କାର୍ଡ଼ ଓ ଉପହାର ଦିଆନିଆ କରିଥାଏ ତ ଆଉ କେହି ବିଭିନ୍ନ ସାମାଜିକ କାର୍ଯ୍ୟ କରି ଭଲ ପାଇବାର ବାର୍ତ୍ତା ବାଣ୍ଟିଥାଏ । ହେଲେ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳର ୧୦ ବର୍ଷ ବୟସର କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ କାରୁକଳାରେ ସାରା ବିଶ୍ୱକୁ ପ୍ରକୃତି ପ୍ରେମର ବଳିଷ୍ଠ ବାର୍ତ୍ତା ଦେଇଛନ୍ତି । ସୁପର କ୍ଳେ କୁ ବ୍ୟବହାର କରି ହୃଦୟ ରୂପକ ବୃକ୍ଷ (ଲଭ୍ ଟ୍ରି)କୁ ଅତି ନିଖୁଣ ରୂପେ ତିଆରିଛନ୍ତି । ଆସ ଆମେ ପ୍ରକୃତିକୁ ଭଲ ପାଇବା । ପ୍ରକୃତି ବଞ୍ôଚଲେ, ସଭିଏଁ ବଞ୍ôଚବା, ପ୍ରେମ ବି ବଞ୍ôଚବ । ଭାଲେଣ୍ଟାଇନ୍ ଡ଼େ’ର ମହତ୍ତ୍ୱ ଚିରଦିନ ପାଇଁ ବଞ୍ôଚରହିବ ବୋଲି ଶାନ୍ତନୁ ଏହି ପରିପ୍ରେକ୍ଷୀରେ ମତ ପ୍ରକାଶ କରିଛନ୍ତି ।