ଆଜି ଭୁବନେଶ୍ୱରର ର ପ୍ରତିଷ୍ଠା ଦିବସ

ଆଜି ହେଉଛି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । ଆଜକୁ ଠିକ ୭୧ବର୍ଷ ତଳେ ଅର୍ଥାତ ୧୯୪୮ ମସିହା ଆଜିର ଦିନରେ ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଏହାର ଶିଳାନ୍ୟାସ କରିଥିଲେ । ପ୍ରଥମେ କଟକକୁ ଓଡ଼ିଶାର ରାଜଧାନୀ ପ୍ରତିଷ୍ଠା ପାଇଁ ସୁପାରିଶ କରାଯାଇଥିଲା । ମାତ୍ର କଟକର ଉଭୟ ପଟରେ ଦୁଇଟି ନଦୀ ପ୍ରବାହିତ ହେଉଥିବାରୁ ଓ ସଂକୀର୍ଣ୍ଣତା କାରଣରୁ ସେତବେଳର ବ୍ରିଟିଶ ସରକାର ଏଥିରେ ଅମଙ୍ଗ ହୋଇଥିଲେ । ସ୍ୱାଧୀନତା ପରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡ଼ଃ ହରେକୃଷ୍ଣ ମହତାବ ଭୁବନେଶ୍ୱରକୁ ରାଜଧାନୀ କରିବାକୁ ବିଧାନସଭାରେ ପ୍ରସ୍ତାବ ରଖିଥିଲେ । ପ୍ରସ୍ତାବଟି ବିଧାନସଭାରେ ଗୃହୀତ ହୋଇଥିଲେ । ଆଉ ଭୁବନେଶ୍ୱର ଓଡ଼ିଶାର ନୂଆ ରାଜଧାନୀ ଭାବରେ ଉଭା ହୋଇଥିଲା । ପ୍ରାଥମିକ ପର‌୍ୟ୍ୟାୟରେ ମାତ୍ର ୧୬.୫ ବର୍ଗ କିଲୋମିଟର ପରିସୀମାରେ ଏହା ପ୍ରତିଷ୍ଠା କରାଯାଇଥିଲା ଓ ସେତବେଳର ଲୋକସଂଖ୍ୟା ଥିଲା ମାତ୍ର ୧୬ହଜାର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ