ଆଜି ମଙ୍ଗଳବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳ ରୁ …
ମେଷ -ଶୁଭ ରଙ୍ଗ ଧଳା, ଲାଲ ଓ ମାଟିଆ ସମସ୍ତ କ୍ଷେତ୍ରରେ ସୁସମ୍ପର୍କ ରହିବ, ନୂତନ ଯାନବାହାନ କ୍ରୟ କରିବାର ସୁଯୋଗ ରହିବ, ଜାଗାବାଡି,ଠିକାଦାରି, ସାମରିକ ବିଭାଗ, ଔଷଧ ବ୍ୟବସାୟ କ୍ଷେତ୍ରରେ ସୁଫଳ ପ୍ରାପ୍ତ ହେବ ॥ କଳା କିମ୍ବା ନିଳ ରଙ୍ଗ ବ୍ୟବହାର କରିବେ ନାହିଁ ॥ ବଜ୍ରଙ୍ଗବାଲୀଙ୍କୁ ଗୋଟା ନଡିଆ ଅର୍ପଣ କରନ୍ତୁ ॥
ବୃଷ -ଶୁଭ ରଙ୍ଗ ଧଳା, କମଳା॥ କର୍ମକ୍ଷେତ୍ରରେ ସାହାର୍ଯ୍ୟ ସହଯୋଗ ମିଳିବ, ବ୍ୟବସାୟରେ ଲାଭ ବଢିବ, ଦାମ୍ପତ୍ୟ କିମ୍ବା ପ୍ରେମିଯୁଗଳ ଙ୍କର ସ୍ଥିତି ଭଲ ରହିବ,ମାତ୍ର ଘାତଚନ୍ଦ୍ର ହେତୁ ଶୁଭକର୍ମ ବର୍ଜନିୟ ॥ଆଜି ଆମିଷ ଭକ୍ଷଣ କରନ୍ତୁ ନାହିଁ ॥ କୌଣସି କିନ୍ନରଙ୍କୁ କିଛିଭି ଦାନ କରନ୍ତୁ ॥
ମିଥିନ-ଶୁଭ ରଙ୍ଗ ଧଳା ଯାନବାହାନ ଜନିତ କ୍ଷୟକ୍ଷତି ହେବ, ମା’ଙ୍କର ସ୍ବାସ୍ଥ୍ୟ ବିଗିଡିବ କିମ୍ବା ଅସହଯୋଗର ସମ୍ମୁଖିନ ହେବେ, ପାରିବାରିକ ସ୍ଥିତି ଭଲରହିବ ନାହିଁ॥ ଅଚାନକ ଦୁର୍ଘଟଣା ପ୍ରତି ସତର୍କ ରୁହନ୍ତୁ ॥ ମାଦକ୍ଷୀଣକାଳୀଙ୍କୁ ଦର୍ଶନ କରନ୍ତୁ ରିଷ୍ଟ କଟିଯିବ ॥
କର୍କଟ-ଶୁଭ ରଙ୍ଗ ଧଳା,ଖଇରିଆ କିମ୍ବା ଗୋଲାପି ମାନସିକ ଶାନ୍ତି ସହିତ ଆତ୍ମବଳ ଦୃଢ ରହିବ, ନିଜ ବାକ୍ୟର ସୁମୂଲ୍ୟ ମିଳିବା ସହିତ ମାନସମ୍ମାନ ମିଳିବ ॥ ଆଜି ସହଜରେ କାହାକୁ ବିଶ୍ବାସ କରନ୍ତୁ ନାହିଁ ॥ ଟଙ୍କାପଇସା ବିଷୟରେ ସତର୍କ ରହିବେ ॥
ସିଂହ -ଶୁଭରଙ୍ଗ ଧଳା, ଲାଲ ଓ ଗୋଲାପି କର୍ମକ୍ଷେତ୍ରରେ ଶୁଭଫଳ ପ୍ରାପ୍ତିର ଯୋଗ ରହିଛି, ମନୋବଳ ଦୃଢରହିବ ଏବଂ ଯେକୌଣସି କାମରେ ମନବଳାଇବେ ନିଶ୍ଚୟ ସଫଳତା ମିଳିବ ॥
ଭୋକିଲାକୁ ପେଟଭରି ଖାଇବାକୁ ଦିଅନ୍ତୁ ॥ ସ୍ନାନପରେ ତୁଳସି କିମ୍ବା ବେଲପତ୍ର ଖାଇଲେ ଅଧିକ ଶୁଭ ॥
କନ୍ୟା -ଶୁଭରଙ୍ଗ ଧଳା,ଧୁସର, ମାଟିଆ କର୍ମକ୍ଷେତ୍ର ଓ ପାରିବାରିକ ପରିବେଷ ଭଲ ରହିବ, ମନମୁତାବକ କାର୍ଯ୍ୟ ସଂପର୍ଣ୍ଣ ହେବାରେ ସମୟ ସାଥ ଦେବ ॥ ସବୁଜ ପରିବା ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ ॥ ଯାନବାହାନ ଚଳାଚଳ ପ୍ରତି ସତର୍କ ରୁହନ୍ତୁ ॥
ତୁଳା -ଶୁଭରଙ୍ଗ ନିଳ ଏବଂ କଳା ମାନ ସମ୍ମାନ ଧନ ଓ ଆତ୍ମବଳ ଦୃଢ ରହିବ, ମାତ୍ର ଅଚାନକ ସ୍ବାସ୍ଥ୍ୟ ବିଗିଡି ପାରେ ଏବଂ ଘାତବାର ହେତୁ ଶୁଭକର୍ମ ବର୍ଜନିୟ ॥ ଶିବ ପଞ୍ଚାକ୍ଷରି “ଓଁ ନମଃ ଶିବାୟ” ଦିନଭରି ସ୍ମରଣ କରନ୍ତୁ ॥ ଭାଗିଦାରି ଅାର୍ଥିକ ବ୍ୟାପାରରେ ସତର୍କ ରହିବେ ॥
ବିଛା -ଶୁଭରଙ୍ଗ ଧଳା ଶୁଭଚନ୍ଦ୍ରଙ୍କର ପ୍ରଭାବ ଥିଲେ ମଧ୍ୟ ଆର୍ଥିକ ଦୁର୍ବଳତା ସହିତ ମାନ, ସମ୍ମାନ ଓ ଲୋକସଂପର୍କ କ୍ଷେତ୍ରରେ ବାଧାବିଘ୍ନ ରହିବ ॥ କାହା ସାଥିରେ ବି ଭାଗିଦାରି ହୋଇ କିଛି କରନ୍ତୁ ନାହିଁ ॥ମାତା ଦୁର୍ଗାଙ୍କର ସ୍ତୁତି ଜପ କରନ୍ତୁ ॥
ଧନୁ -ଶୁଭ ରଙ୍ଗ ଧଳ ଓ ସବୁଜ ଶୁଭଦିନ ରହିଛି କର୍ମକ୍ଷେତ୍ର ଏବଂ ଆଥିକ ସ୍ଥିତିରେ ସମୟ ସାଥ ଦେବ, ମାତ୍ର ପାରିବାରିକ କିମ୍ବା ଲୋକସମ୍ପର୍କ କ୍ଷେତ୍ରରେ ସମୟ ସାଥ ଦେବ ନାହିଁ ॥
ନିଜ ବାକ୍ୟ ପ୍ରତି ସତର୍କ ରହିବେ॥ ମାତାରାଙ୍କର ବିଜମନ୍ତ୍ର ” ଓଁ ହ୍ରୀଂ ସ୍ତ୍ରୀଂ ହୁଂ ଫଟ୍ ତାରା ଦେବୈ ନମଃ ୨୭ଥର ଜପ ॥
ମକର -ଶୁଭ ରଙ୍ଗ ହଳଦିଆ କିମ୍ବା ଗେରୁଆ ସବୁକ୍ଷେତ୍ରରେ ସହଯୋଗ ମିଳିବ, ମନୋବଳ ସୁଦୃଢ ରହିଵ, ଜାଗାବାଡି କିମ୍ବା ଯାନବାହାନ କ୍ଷେତ୍ରରେ ଲାଭ ମିଳିବ’ ନୂତନ ଯୋଜନାରେ ସଫଳ ହେବେ ॥
ସରକାରି ସ୍ତରରେ ପ୍ରତିକାମରେ ସତର୍କ ରହିବେ ॥ ଓଁ ଆଦିୟ୍ୟାୟ ବିଦ୍ମହେ ଦିବାକରାୟ ଧିମହି ତନ୍ନୋ ରବି ପ୍ରଚୋଦୟାତ୍ ୨୧ଥର ଜପ କରନ୍ତୁ ॥
କୁମ୍ଭ -ଶୁଭ ରଙ୍ଗ ନିଳ ଓ କମଳା ଅଶୁଭ ଚନ୍ଦ୍ର ସହିତ ଘାତବାର ହେତୁ ନୁତନ କାର୍ଯ୍ୟ ଆରମ୍ଭ କରିବେ ନାହିଁ ଏବଂ ପ୍ରତି କାମରେ ବିଘ୍ନ ଆସିବ ତଥାପି ନିଜ ଇଷ୍ଟଦେବଙ୍କୁ ସ୍ମରଣ କରି କାମକଲେ ସୁଫଳ ମିଳିବ ॥ କାହାକୁ ହତାଦାର କରନ୍ତୁ ନାହିଁ ॥ ସ୍ନାନ ପରେ ମହୁ ଖାଇ ଦିନଟି ଆରମ୍ଭ କରିବେ ॥
ମୀନ -ଶୁଭ ରଙ୍ଗ ଗୋଲାପି ଓ ହଳଦିଆ ଆର୍ଥିକ ସ୍ଥିତି ସହିତ ପାରିବାରିକ ପରିବେଷ ଭଲ ରହିବ, କର୍ମ କ୍ଷେତ୍ରରେ ଚେଷ୍ଟା କଲେ ଶୁଭଫଳ ନିଶ୍ଚୟ ପ୍ରାପ୍ତ ହେବ ॥ ଯାନବାହାନ ଓ ଅଗ୍ନିଜନିତ ସତର୍କତା ଅବଲମ୍ବନ କରିବେ ॥ ଗଣେଷଙ୍କର ବନ୍ଦନା ଜପ କରନ୍ତୁ ॥