ଆଜି ମଙ୍ଗଳବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳ ରୁ …
ମେଷ -ଶୁଭ ରଙ୍ଗ ଧଳା କିମ୍ବା ସବୁଜ କୌଣସି ସୁତ୍ରରୁ ଶୁଭ ଖବର ମିଳିବ, ପରିବାର କିମ୍ବା କମକ୍ଷେତ୍ରରେ ସୁସଂପର୍କ ବଢିବ, ମାତ୍ର ଛୋଟମୋଟ ଦୁର୍ଘଟଣାର ଦୁର୍ଯୋଗ ରହିଛି ॥ ହନୁମାନ ଭଗବାନଙ୍କୁ ଦର୍ଶନ ଓ ନିଜ ରକ୍ତଦାନ କରନ୍ତୁ॥ ସତର୍କତା ଆଜି ଆମିଷ ଖାଆନ୍ତୁ ନାହିଁ ॥
ବୃଷ -ଶୁଭ ରଙ୍ଗ ଗୋଲାପି, ଖଇରିଆ କିମ୍ବା କ୍ରିମଂ ରଙ୍ଗ ॥ ଦିନର ସମୟ ସାଥ ଦେଲେ ମଧ୍ୟ ଅଚାନକ ଦୁର୍ଘଟଣା ପ୍ରତି ସତର୍କ ରହିବେ, ସରକାରି ସାହାର୍ଯ୍ୟ ମିଳିବ ॥ ଶିବ ଭଗବାନଙ୍କୁ କେଶର, ମହୁ ଏବଂ ପଇଡ ଚଢାନ୍ତୁ ॥ ସତର୍କତା – ନିଜର ଯୋଜନା କାହାକୁ ପ୍ରକାଶ କରନ୍ତୁ ନାହିଁ ॥
ମିଥିନ – ଶୁଭ ରଙ୍ଗ ଖଇରିଆ କିମ୍ବା ଧଳା ଆତ୍ମବଳ ଦୃଢ ରହିବ ମାତ୍ର କାମଗୁଡିକ ବିଗିଡିଯିବ, ଯାନବାହାନ, ବିଦ୍ୟୁତ, ଅଗ୍ନି କିମ୍ବା ଦାମ୍ପତ୍ୟ ଜିବନରେ ସତର୍କ ରହିବେ ॥ଶିବଭଗବାନଙ୍କୁ ଦର୍ଶନ ସହିତ “ଓଁ ନମଃ ଶିବାୟ” ଦିନଭରି ମନେମନେ ସ୍ମରଣ କରିବ ॥ ଗାଡି ଚଲାଇଲା ବେଳେ ସତର୍କ ରୁହନ୍ତୁ ॥
କର୍କଟ – ଶୁଭ ରଙ୍ଗ ଧଳା କିମ୍ବା ହଳଦିଆ ଆଜି ଶୁଭାଶୁଭ ମିଶ୍ରଫଳ ରହିଛି, ଅଯଥା ବ୍ୟୟ କିମ୍ବା ଝଗଡାଝାଟି ସହିତ ମାନସିକ ସ୍ଥିତି ଭଲ ରହିବ ନାହିଁ, ବିଦ୍ୟାକୁ ନେଇ ଚଳୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଶୁଭ ॥ ସ୍ନାନପରେ ତୁଳସି ପତ୍ର ୭ଟି ସେବନ କରି ଦିନଟି ଆରମ୍ଭ କରନ୍ତୁ ॥ ନିଳ କିମ୍ବା କଳା ରଙ୍ଗ ବ୍ୟବହାର କରିବେ ନାହିଁ ॥
ସିଂହ -ଶୁଭ ରଙ୍ଗ ଧଳା,ଲାଲ କିମ୍ବା ଧୁସର ଶୁଭଦିନ ରହିଛି ମାନସିକ ଶାନ୍ତି ସହିତ ସମସ୍ତ ଇଛା ପୂରଣ ହେବ ॥ ହନୁମାନ ଭଗବାନଙ୍କୁ ତୁଳସି ଅର୍ପଣ କରନ୍ତୁ ॥ ଟଙ୍କାପଇସା ଦେଣନେଣ ଓ କଳା ରଙ୍ଗ ପ୍ରତି ସତର୍କ ॥
କନ୍ୟା -ଶୁଭରଙ୍ଗ ସବୁଜ ଶୁଭଦିନ ରହିଛି ମନମୁତାବକ ଫଳ ପ୍ରାପ୍ତି ହେବ ମାତ୍ର ପାରିବାରିକ ପରିସ୍ଥିତି କିମ୍ବା ଯାନବାହାନ ପ୍ରତି ସତର୍କ ରହିବେ ॥ ତମ୍ବା ପାତ୍ରରେ ଜଳ ସହିତ ଲାଲଚନ୍ଦନ ଓ ଧଳାରାଶି ମିଶାଇ ସୂର୍ଯ୍ୟଙ୍କୁ ଜଳଅର୍ଘ୍ୟ ଦେବେ ॥ ଖଇରିଅା ଓ ଲାଲ ରଙ୍ଗ ବ୍ୟବହାର କରିବେ ନାହିଁ ॥
ତୁଳା -ଶୁଭରଙ୍ଗ ନିଳ,କଳା କିମ୍ବା ଗୋଲାପି ॥ ଆତ୍ମବଳ ଦୃଢ ରହିବ, ସାମାଜିକ କିମ୍ବା ଧାର୍ମିକ ଅନୁଷ୍ଠାନ ସହିତ ଜଡିତ ରହି ଆତ୍ମତୃପ୍ତି ପାଇବେ ॥ ଦୁର୍ଗାମାଙ୍କୁ ଦର୍ଶନ କରି ଦିନ ଆରମ୍ଭ କରନ୍ତୁ ॥ ଲାଲରଙ୍ଗ ବ୍ୟବହାର କରନ୍ତୁ ନାହିଁ ॥
ବିଛା -ଶୁଭ ରଙ୍ଗ ସବୁଜ ବ୍ୟବସାୟ, ଦାମ୍ପତ୍ୟ ଜିବନ, ଯାନବାହାନ, ଅର୍ଥଦେଣନେଣ ଆଦି କ୍ଷେତ୍ରରେ ସମ୍ପୂର୍ଣ୍ଣ ସତର୍କ ରହିବେ ॥ କଳା, ନିଳ ଓ ଲାଲ ରଙ୍ଗ ବ୍ୟବହାର କରିବେ ନାହିଁ ॥ ଗହମ, ମସୁର ଡାଲି ଓ ଗୁଡ କୌଣସି ଅସହାୟକୁ ଦାନ କରିବେ ॥
ଧନୁ -ଶୁଭରଙ୍ଗ ଇସତ୍ ଲାଲ ଦିନର ସମୟ ଆଜି ସାଥ ଦେବ ନାହିଁ ତେଣୁ ପ୍ରତି କାର୍ଯ୍ୟରେ ସତର୍କତା ଅବଲମ୍ବନ କରିବେ ॥ ସତର୍କତା – ଦୂରଯାତ୍ରା କରନ୍ତୁ ନାହିଁ ହଳଦିଆ ବସ୍ତ୍ର ପରିଧାନ କରି “ଓଁ ହ୍ରୀଂ ସ୍ତ୍ରିଂ ହୁଂ ଫଟ ତାରାଦେବୈ ନମଃ” ଜପକରି ଦିନ କାଟନ୍ତୁ ॥
ମକର -ଶୁଭ ରଙ୍ଗ କମଳା, ଧଳା, ଗୋଲାପି ଶୁଭଦିନ ରହିଛି ପ୍ରତି କାର୍ଯ୍ୟରେ ସମୟ ସାଥ ଦେବ ॥
ଯେକୌଣସି ନୂତନ କାମ ଆରମ୍ଭ କରନ୍ତୁ ଶୁଭଫଳ ମିଳିବ ॥ ଅଧିକ ଭାବବିହ୍ବଳ ହୋଇ କାହାକୁ କିଛି କଥା ଦିଅନ୍ତୁ ନାହିଁ ॥
କୁମ୍ଭ -ଶୁଭ ରଙ୍ଗ ନିଳ,କଳା ଓ କଇରିଆ ବ୍ୟବସାୟରେ ଲାଭ ବୃଦ୍ଧି, ସମାଜରେ ଲୋକସମ୍ପର୍କ ବୃଦ୍ଧି, ଶୁଭ କର୍ମ ଗୃହରେ ହେବ ॥ ସତର୍କତା – ଆମିଷ ଭକ୍ଷଣ କରନ୍ତୁ ନାହିଁ ॥ ଅସହାୟଙ୍କୁ ରାଶିତେଲ ଦାନ କରିନ୍ତୁ ॥
ମୀନ -ଶୁଭ ରଙ୍ଗ ଲାଲ ଓ କମଳା ବ୍ୟବସାୟ କିମ୍ବା ଚାକିରିରେ ଅଶୁଭଫଳ ବୃଦ୍ଧି ହେବ, ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହିବେ, ମାନସିକ ସ୍ଥିତି ଦୋଦୁଲ୍ୟମାନ ରହିବ ॥ସତର୍କତା ଆମିଷ ଭକ୍ଷଣ କରିବେ ନାହିଁ ॥ ମହାମୃତ୍ୟୁଞ୍ଜୟ ଜପକରି ଦିନ କାଟନ୍ତୁ ॥