ଆଜି ମହାପ୍ରଭୁ ଙ୍କର ସୁନାବେଶ

ଆଜି ସୁନା ବେଶ ,ମହଣ ମହଣ ସୁନା ରେ ସଜେଇ ହେବେ ତିନି ଠାକୁର ଏଥି ପାଇଁ ଚଳଚଞ୍ଚଳ ପୁରୀ । ଏଥି ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି । ଅପରାହ୍ନ ୪ ଟାରୁ ସୁନାବେଶ ଆରମ୍ଭ ହେବାର ସୂଚନା ରହିଛି । ସୁନାବେଶ ଆରମ୍ଭ ହେବା ପରେ ରଥ ଉପରେ ସନ୍ଧ୍ୟା ଧୂପ ରାତି ୧୨ଟା୩୦ ରେ ଚନ୍ଦନ ଲାଗି ହେବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ମହାପ୍ରଭୁ ଙ୍କ ର ବଡ ସିଂହାର ବେଶ ଅନୁଷ୍ଠିତ ହେବ । ମାହାପ୍ରଭୁ ଙ୍କ ର ସୁନାବେଶ ଦେଖିବା ଲାଗି ଜମସମୁଦ୍ର ରେ ପରିଣତ ହେଲାଣି ବଡଦାଣ୍ଡ । ଏଥି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ