ଆଜି ମା’ରାମଚଣ୍ଡୀ ପୀଠରେ ୧୦୮ ସପ୍ତଶତୀଚଣ୍ଡୀ ମହାଯଜ୍ଞ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ପ୍ରସିଦ୍ଧ ମା’ରାମଚଣ୍ଡୀ ପୀଠରେ ରବିବାର ଗୋଟିଏ ଦିନ ପାଇଁ ୧୦୮ ସପ୍ତଶତୀଚଣ୍ଡୀ ମହାଯଜ୍ଞ ଅନୁଷ୍ଠିତ ହେବ l ଏଥିପାଇଁ ପୀଠରେ କାର୍ଯ୍ୟକ୍ରମ ଚୂଡାନ୍ତ ପର୍ଯ୍ୟାୟରେ l ଏହି ପୀଠରେ ରବିବାର ସକାଳ ୭.୩୦ ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ସନ୍ଧ୍ୟା ୭ ଟାରେ ଶେଷ ହେବା ନେଇ ମନ୍ଦିରର ଟ୍ରଷ୍ଟ, ପରିଚାଳନା ଏବଂ ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି l ଏହି କାର୍ଯ୍ୟକ୍ରମରେ ୧୦୮ ମାନ୍ୟଗଣ୍ୟ ପଣ୍ଡିତ ମାନେ ଭାଗ ନେବେ l ବର୍ତ୍ତମାନ ବହୁ ପଣ୍ଡିତ ପୀଠରେ ପହଞ୍ଚିଗଲେଣି l ଯଜ୍ଞକୁଣ୍ଡ ପ୍ରସ୍ତୁତ l କର୍ତ୍ତାକର୍ତ୍ତୀ ବସିବା ନେଇ ପିଣ୍ଡିର କାର୍ଯ୍ୟ ଶେଷ ହୋଇଛି l ସେହିପରି ମାଙ୍କ ମନ୍ଦିର ଓ ଚଣ୍ଡୀ ସ୍ଥଳରେ ଫୁଲ ସାଜ୍ଜ ଶେଷ ହୋଇଛି l କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ ଆୟୋଜନ କରାଯାଇଛି l ଭକ୍ତ ମାନେ ମନ୍ଦିର ଅର୍ଥାତ ପାହାଡ଼ ଉପରକୁ ଆସିବା ନେଇ ଛତ୍ରପୁରରୁ ବସ ସେବା ଦିଆଯାଇଛି l କାଞ୍ଚିକାମକୋଟି ପୀଠ ଜଗଦଗୁରୁ ବିଜୟଦାଉ ସରସ୍ବତୀ ଶଙ୍କରାଚାର୍ଯ୍ୟଙ୍କ ସହଯୋଗ ଏବଂ ତାଙ୍କ ଦ୍ୱାରା ପରିଚାଳିତ ଶଙ୍କର ଚକ୍ଷୁଚିକିତ୍ସାଳୟ ଦ୍ୱାରା ଏହି ବସ ସେବା ମାଗଣା ଯୋଗାଯିବ l ସକାଳ ୭ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଏହି ବସ ସେବା ଯୋଗାଇଦିଆଯିବ l ଶଙ୍କର ଚକ୍ଷୁ ଚିକିତ୍ସାଳୟ ଭିଜନକେୟାର କେନ୍ଦ୍ରରୁ ଏହି ବସ ବାହାରି ସହର ଦେଇ ବସ ରାମଚଣ୍ଡୀ ପୀଠରେ ପହଞ୍ଚିବ l ମନ୍ଦିରର ପୂଜା କମିଟି ଙ୍କ ନେତୃତ୍ୱ ରେ ଏହି କାର୍ଯ୍ୟକ୍ରମ ଜୋର ସୋରରେ ଚାଲିଛି l ଟ୍ରଷ୍ଟ ଓ ପରିଚାଳନା କମିଟି ସହଯୋଗ କରୁଛି l ପ୍ରଥମଥର ପାଇଁ ଏହି ଅନୁଷ୍ଠାନ ହେଉଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁ ବହୁ ସଂଖ୍ୟା ରେ ଆସିବା ର ସମ୍ଭାବନା ରହିଛି l ସ୍ଥାନୀୟ ପୁଲିସ ଥାନା ସମେତ ସମସ୍ତ ପ୍ରଶାସନିକକଳ କୁ ସୂଚନା ଦିଆଯାଇଛି l