ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ନଥିଲା, ଥିଲା ବିଜେଡ଼ି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କର

ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବାଲେଶ୍ୱର ଗ୍ରସ୍ଥ କାର୍ଯ୍ୟକ୍ରମ ଓ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ପରିପ୍ରେକ୍ଷୀରେ ଶୋଭରାମପୁର LC 79 ଓଭର ବ୍ରିଜ଼ ଉଦ୍ଘାଟନ କରିଥିଲେ ବାଲେଶ୍ୱର ବାସୀଙ୍କ ପ୍ରଶଂସା ଓ ବିସ୍ଵାଶ ଭାବନା ହେବାର ପ୍ରୟାସ କରିଥିଲେ ମାତ୍ର ସମ୍ପୃକ୍ତ ସଂସ୍ଥା ତରଫରୁ କୌଣସି Security Clearance ନଥିଲା ଏବଂ ଉକ୍ତ ଓଭରବ୍ରିଜ଼ ରେଳ ବିଭାଗର ଅଂଶ ହୋଇଥିଲେ ମଧ୍ୟ ରେଳ ବିଭାଗ ତରଫରୁ କୌଣସି ଅନୁମତି ନିଅ ଯାଇନଥିଲା | ଯାହା ଦ୍ୱାରା କି ଏଥିରୁ ସ୍ପଷ୍ଟ ଯେ ବାଲେଶ୍ୱର ବାସୀଙ୍କ ତୁଚ୍ଛା ପ୍ରସଂଶା ଓ ବିସ୍ଵାଶ ଭାଜନ ହେବା ପାଇଁ ଜନସାଧାରଣ ଙ୍କ ଜୀବନର ସୁରକ୍ଷା ପ୍ରତି କୌଣସି ଭୃକ୍ଷେପ ନାହିଁ | ନିକଟରେ ଏଠାରେ ଏହି ଓଭର ବ୍ରିଜ଼ ଭୁଶୁଡି ଥିଲା | ଏବଂ ପଳାଶୁଣୀ ଠାରେ ମଧ୍ୟ ଓଭର ବ୍ରିଜ଼ ଭୁଶୁଡିବାର ବହୁ ଉଦାହରଣ ରହିଛି, ଏହାର ଯେ ପୁନରାବୃତ୍ତି ନହେବ ବୋଲି ତାର ଗ୍ୟାରେଣ୍ଟି କଣ ମୁଖ୍ୟ ମନ୍ତ୍ରୀ ଦେଇ ପାରିବେ ?ଆମ ଦେଶ ଗଣ୍ତନ୍ତ୍ରଶ ଶାସନ ଦ୍ୱାରା ପରିଚାଳିତ | ନିଜେ ମୁଖ୍ୟମନ୍ତ୍ରୀ ଆମ ରାଜ୍ୟ ଗଣତନ୍ତ୍ରର ମୁଖ୍ୟ ହୋଇଥିବା ବେଳେ ଜିଲ୍ଲା ର ଗଣତନ୍ତ୍ର ମୁଖ୍ୟ ତଥା ସ୍ତନ ସ୍ଥାନୀୟ ସାଂସଦଙ୍କୁ ଉପେକ୍ଷା କରି ନିଜର ଶତପ୍ରତିଶତ ପ୍ରଶଂସା ଓ ବାହା ବାହା ସାଉଣ୍ଟିବା ପାଇଁ ଆମ ଜିଲ୍ଲାର ବିଭିନ୍ନ ପ୍ରକଳ୍ପମାନ ଶିଳାନ୍ୟାସ ଓ ଉଦ୍ଘାଟନ କରିଥିଲେ |ଏଥିରେ ସମସ୍ତ project ରେ କେନ୍ଦ୍ର ସରକାରଙ୍କ ପ୍ରାୟ 60 ପ୍ରତିଶତ ଅଂଶ ଧନ ରହିଛି | ଉଦାହରଣ ସ୍ୱରୂପ NH 16 ରୁ ପଶ୍ଚିମ ବଙ୍ଗ ସୀମା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ରେ ଶତପ୍ରତିଶତ କେନ୍ଦ୍ର ସରକାରଙ୍କ ଅଂଶ ଧନ ରହିଛି ଏବଂ ବାଙ୍କତିରା ବ୍ୟାରେଜ ନିର୍ମାଣରେ କେନ୍ଦ୍ର ସରକାରଙ୍କ 60 ପ୍ରତିଶତ ଅଂଶ ଧନ ରହିଛି | ଏଥିରୁ ସ୍ପଷ୍ଟ ଯେ ଗଣତନ୍ତ୍ର ପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର କୌଣସି ସମ୍ମାନ ନାହିଁ, ଏବଂ ଗଣତନ୍ତ୍ର ର ରକ୍ଷକ ପରିବର୍ତେ ଭକ୍ଷକ ସାଜୁଛନ୍ତି |ବାଲେଶ୍ୱର ଜିଲ୍ଲାର ସ୍ୱାଭିମାନକୁ ଶକ୍ତ କୁଠାରାଘାତ କରି ମାନ୍ୟବର ସାଂସଦଙ୍କୁ ଅସମ୍ମାନ ଓ ଅପଦସ୍ତ କରିବା ପାଇଁ ଏହା ଏକ ସୁପରିକଳ୍ପିତ ଯୋଜନା ବୋଲି ସ୍ପଷ୍ଟ ଅନୁମେୟ ହେଉଛି |LC79 ଓଭର ବ୍ରିଜ଼ ର ସମୁଦାୟ 59 କୋଟି ଖର୍ଚ୍ଚ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କର 20 କୋଟି ଟଙ୍କା ର ଅଂଶଧନ ରହିଛି କିନ୍ତୁ ପ୍ରକଳ୍ପ ଉଦ୍ଘାଟନ ରେ ସ୍ଥାନୀୟ ସାଂସଦ ଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା କିମ୍ବା କୌଣସି ସୂଚନା ଦିଆଯାଇନଥିଲା |ଏପରି ନୀଚ ଚିନ୍ତାଧାରାକୁ ବାଲେଶ୍ୱର ଜିଲ୍ଲା ବିଜେପି ତରଫରୁ ବିରୋଧ ର ଆଶଙ୍କା କୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ କୌଣସି ଆଧାର ନଥାଇ ବାଲେଶ୍ୱର ଜିଲ୍ଲା ର ବିଜେପି ଜିଲ୍ଲା ସଭାପତି ଓ ଅନ୍ୟାନ୍ୟ ସ୍ଥାନୀୟ ବରିଷ୍ଠ କାର୍ଯ୍ୟକର୍ତ୍ତା ଙ୍କୁ ଥାନା କୁ ଆଣି ଅଟକ ରଖିବା ଭଳି ବିଭିନ୍ନ ନିକୃଷ୍ଟ କାର୍ଯ୍ୟମାନ କରିବାର ପ୍ରୟାସ କରାଯାଇଥିଲା ଯାହାକି ଗଣତାନ୍ତ୍ରିକ ବିଚାର ଧାରାର ପରିପନ୍ଥୀ | ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏତାଦୃଶ ଆଚରଣରୁ ସ୍ପଷ୍ଟ ଯେ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାକୁ ଅମଲାତନ୍ତ୍ରିକ ଢାଞ୍ଚାରେ ପରିଣତ କରିବାରେ ବେଶ ପାରଙ୍ଗମ | ଏଭଳି ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା କୁ ଅଫିସର ମାନଙ୍କ ହାତରେ ଟେକି ଦେବାର ହୀନ ପ୍ରୟାସ କୁ ବାଲେଶ୍ୱର ଜିଲ୍ଲା ବିଜେପି ତରଫରୁ ଘୋର ବିରୋଧ କରିବା ସଙ୍ଗେସଙ୍ଗେ ରାଜରାସ୍ତାକୁ ଓଲ୍ହେଇବାକୁ ପଛେଇବ ନାହିଁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ