ଆଜି ରବିବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳ ରୁ …

ମେଷ -ଶୁଭ ରଙ୍ଗ ଧଳା କିମ୍ବା ଗୋଲାପି ଶୁଭଶୁଭ ମିଶ୍ରଫଳ ରହିଛି, ପିତାଙ୍କ ସହିତ ମତାନ୍ତର ହେବ, ତେଣୁ ଦିନର ଦିତିୟାର୍ଦ୍ଧରେ ଦୁର୍ବଳତା ଅନୁଭୁତ ହେବ, ଚୋରି କିମ୍ବା ଅଗ୍ନୀଭୟ ରହିଛି ॥ “ଓଁ କ୍ଲିଂ କୃଷ୍ଣାୟ ଗୋପିଜନବଲ୍ଲଭାୟ ନମଃ” ୨୭ଥର ଜପ କରନ୍ତୁ ॥ ସତର୍କତା ନିଜ ବାକ୍ୟ ଉପରେ ଲଗାମ ଦେବେ ॥
ବୃଷ -ଶୁଭ ରଙ୍ଗ ହଳଦିଆ, ଧଳା॥ ଅଚାନକ ଦୁର୍ଘଟଣା ପ୍ରତି ସତର୍କ ରହିବେ,ରାଜନୈତିକ ବ୍ୟକ୍ତି ବିସଦେଷ ଅଧିକ ଶୁଭଫଳ ପ୍ରାପ୍ତିର ଯୋଗ ରହିଛି, ବିବାହଯୋଗ୍ୟ ପିଲାମାନଙ୍କର ସୁଯୋଗ ଷୃଷ୍ଟି ହେବ ॥ କାହାକୁ କିଛି କମିଟମେଣ୍ଟ କରିବେ ନାହିଁ ॥ ୧୦୮ଥର ଗାୟତ୍ରୀମନ୍ତ୍ର ଜପ କରନ୍ତୁ ॥ ମିଥିନ -ଶୁଭ ରଙ୍ଗ ଲାଲ କିମ୍ବା ସବୁଜ ବାଣିଜ୍ୟିକ, ଲୋକ ସମ୍ପର୍କ କିମ୍ବା ଆଥିକ ଦୃଷ୍ଟିରୁ ପରିସ୍ଥିତି ଭଲ ରହିବ ନାହିଁ କିନ୍ତୁ ଆତ୍ମବଳ ଦୃଢ ରହିବ ନାହିଁ ଫଳରେ ସମସ୍ତ କାମଗୁଡିକ ବାଧାବିଘ୍ନ ମଧ୍ୟରେ ହେବ ॥ ମାଦୁର୍ଗାଙ୍କର ଉପାସନା ସହ ଚାଳିଷା ଜପ କରନ୍ତୁ ॥ ପଶ୍ଚିମ ଦିଗକୁ ଯାତ୍ରା କରନ୍ତୁ ନାହିଁ ॥
କର୍କଟ -ଶୁଭ ରଙ୍ଗ ଧଳା କିମ୍ବା ହଳଦିଆ ଆତ୍ମବଳ ଦୃଢ ରହିବ, ଅାର୍ଥିକ ପରିସ୍ଥିତି ଭଲ ରହିବ, କୌଣସି ଯାନ୍ତ୍ରିକ ଦ୍ରବ୍ୟ ପ୍ରାପ୍ତ ହେବ ॥ ଗୋଲାପି କିମ୍ବା ତମ୍ବାଳିଆ ରଙ୍ଗ ବ୍ୟବହାର କରିବେ ନାହିଁ ॥
ଆଜି ଭଗବାନ ଭୋଳାନାଥଙ୍କର ବ୍ରତ ରଖନ୍ତୁ ॥
ସିଂହ -ଶୁଭ ରଙ୍ଗ ଇସତ୍ ସବୁଜ ଶୁଭ ଦିନଟି ରହିଛି ମୂଖ୍ୟତଃ ପୁରୁଣା ରୋଗର ଉପସମ ସହିତ ବାକିଥିବା ଅର୍ଥପ୍ରାପ୍ତି ଓ ପୁରୁଣା ମାଲିମକୋଦମାରେ ଜୟ ଲାଭ ॥ ମା କାର୍ତ୍ତାୟନିଙ୍କୁ ସୁମରଣା କରି କଳା କୁକୁରଙ୍କୁ ଖାଇବାକୁ ଦିଅନ୍ତୁ ॥ ଲାଲରଙ୍ଗର କିଛିଭି ବ୍ୟବହାର କରନ୍ତୁ ନାହିଁ ॥
କନ୍ୟା – ଶୁଭରଙ୍ଗ ଧଳା ଶୁଭ ଦିନଟିଏ ରହିଛି ପ୍ରତ୍ୟେକ କାର୍ଯ୍ୟରେ ଶୁଭଫଳ ମିଳିବ, ବ୍ୟବସାୟ ବାଣିଜ୍ୟ ତଥା ଚାକିରି ଓ ପାରିବାରିକ ପରିବେଷ ଭଲ ରହିବ ॥ ସାତ୍ବିକ ଭୋଜନ ଭୋକିଲାକୁ ଦିଅନ୍ତୁ ॥
ଅଗ୍ନି ଓ କଳା ଦ୍ରବ୍ୟ ପ୍ରତି ସର୍ତକ ରୁହନ୍ତୁ ॥
ତୁଳା -ଶୁଭରଙ୍ଗ ହଳଦିଆ କିମ୍ବା ଗୋଲାପି ଶୁଭାଶୁଭ ମିଶ୍ରଫଳ ମିଳିବ,ଦିନର ପ୍ରଥମାର୍ଦ୍ଧରେ ଶୁଭଫଳ ଅଧିକ ରହିବ, ମାନସିକ ଶାନ୍ତି ଏବଂ ସ୍ବାସ୍ଥ୍ୟ ଭଲ ରହିବ ॥ ର୍ଅଯଯଥା ଯୋଜନାରେ ସମୟ ନଷ୍ଟ କରିବେ ନାହିଁ ॥ ଗୋମାତାଙ୍କୁ ଗୁଡ ଖାଇବାକୁ ଦିଅନ୍ତୁ ॥
ବିଛା -ଶୁଭ ରଙ୍ଗ ଧଳା ସବୁକ୍ଷେତ୍ରରେ ସହଯୋଗ ମିଳିବ, ମନୋବଳ ସୁଦୃଢ ରହିଵ, ଭୂମି ପ୍ରାପ୍ତିର ଯୋଗ ରହିଛି ॥ ସତର୍କତା କଳା କିମ୍ବା ଲୁହା ଜନିତ ଦ୍ରବ୍ୟ ବ୍ୟବହାର କରିବେ ନାହିଁ॥ ବଜରଙ୍ଗି ବାଣ ଜପ କରନ୍ତୁ ॥
ଧନୁ -ଶୁଭରଙ୍ଗ ଧଳା କର୍ମକ୍ଷେତ୍ରରେ ଶୁଭଫଳ ପ୍ରାପ୍ତିର ଯୋଗ ରହିଛି, ମନୋବଳ ଦୃଢରହିବ ତେଣୁ ଯେକୌଣସି କାମରେ ମନବଳାଇବେ ସଫଳତା ମିଳିବ ॥ କୌଣସି ଭୋକିଲାକୁ ପେଟଭରି ଖାଇବାକୁ ଦିଅନ୍ତୁ ॥ ବାହର ଖାଦ୍ୟ ଖାଆନ୍ତୁ ନାହିଁ ॥
ମକର -ଶୁଭ ରଙ୍ଗ କମଳା ଆର୍ଥିକ ବୋଝ ବଢିବ ତେଣୁ ମାନସିକ ସ୍ତରରେ ବ୍ୟତିବ୍ୟସ୍ତ ରହିବ କିନ୍ତୁ ଅଚାନକ କୌଣସି ଦ୍ରବ୍ୟଲାଭର ସମ୍ଭାବନା ରହିବ ॥ ସତର୍କତା ଗୋଲାପି ଲାଲ କିମ୍ବା ଖଇରିଆ ରଙ୍ଗ ବ୍ୟବହାର କରନ୍ତୁ ନାହିଁ ॥ ଓଁ ସୋମାୟ ନମଃ ୨୭ଥର ଜପ କରନ୍ତୁ ॥
କୁମ୍ଭ -ଶୁଭ ରଙ୍ଗ ମାଟିଆ, ନିଳ ଓ ସବୁଜ ଅଯଥା ବ୍ଯୟ ତଥା ଋଣ କରିବାର ଦୁର୍ଯୋଗ ରହିଛି, ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବେ, ମାନସିକ ସ୍ତରରେ ବିଚଳିତ ରହିବେ॥ ସହଜରେ କାହାକୁ ବିଶ୍ବାସ କରନ୍ତୁ ନାହି ॥ ସ୍ନାନ ପରେ ମହୁ ଖାଇ ଦିନଟି ଆରମ୍ଭ କରିବେ ॥
ମୀନ -ଶୁଭ ରଙ୍ଗ ନିଳ ଓ ହଳଦିଆ ଶୁଭଦିନ ରହିଛି ପ୍ରତ୍ୟେକ କ୍ଷେତ୍ରରେ ସମୟ ସାଥ ଦେବ, ମାନସିକ ସ୍ଥିତି ଶାନ୍ତ ରହିବ ॥ସତର୍କତା ଲାଲ କିମ୍ବା ଖଇରିଆ ରଙ୍ଗ ବ୍ୟବହାର କରନ୍ତୁ ନାହିଁ ॥ ହଳଦିଆ ଖେଚୁଡି ମା ତାରାଙ୍କ ମାମରେ ପୂଜା କରି ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ ॥

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ