ଆଜି ରବିବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳରୁ…
ମେଷ :-ମାନସିକ ଅଶାନ୍ତି ଓ ପାରିବାରିକ କଳହ ଦେଖା ଦେବ ।ଅପରାହ୍ନରେ କୌଣସି ଶୁଭ ଖବର ପାଇ ମନ ଖୁସି ରହିବ ।ମହିଳାମାନେ ଯଗି ରଖି ଚଳନ୍ତୁ ଶାରୀରିକ ପୀଡା ଅନୁଭବ କରିବେ ।ବିବାଦୀୟ ଘଟଣାରେ ନିରବତା ଅବଲମ୍ବନ କରନ୍ତୁ ।ପ୍ରତିକାର ସାତୋଟି ଲାଲ୍ ମନ୍ଦାର ଗ୍ରାମ ଦେବତୀଙ୍କୁ ଚଢାନ୍ତୁ।
ବୃଷ :-ଗୁପ୍ତ ଶତୃ ଭୟ ମନକୁ ବ୍ୟତିବସ୍ତ କରାଇବ ।କର୍ମ କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କର ସାହାଯ୍ୟ ସହାନୁଭୂତି ପାଇବେ ନାହିଁ ।ଅପ୍ରିୟ କଥାବାର୍ତ୍ତା କରନ୍ତୁ ନାହିଁ ।ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ଦେଖା ଦେବ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ନାହିଁ ।ପ୍ରତିକାର ଲକ୍ଷ୍ମୀ ନାରାୟଣଙ୍କ ପାଖରେ ଘିଅ ଦୀପ ଟିଏ ଜାଳନ୍ତୁ ।
ମିଥୁନ :-ପ୍ରତେକଟି ଦିଗରୁ ସଫଳତା ମିଳିବ ।ଶତୃମାନେ ପରାଜିତ ହେବେ ।ସନ୍ତାନ ସନ୍ତତି ମାନଙ୍କ କାର୍ଯ୍ୟ ଆପଣଙ୍କୁ ଆନନ୍ଦ ପ୍ରଦାନ କରିବ ।ବ୍ଯବସାୟୀମାନେ ବ୍ଯବସାୟରେ ଲାଭବାନ ହେବେ ।ମହିଳାମାନେ ଶାନ୍ତି ଅନୁଭବ କରିବେ ପ୍ରତିକାର ତୁଳସୀ ବୃକ୍ଷମୂଳରେ ଜଳ ପ୍ରଦାନ କରନ୍ତୁ ତୁଳସୀ ମୂଳର ମାଟି ମଥାରେ ଲଗାନ୍ତୁ।
କର୍କଟ :-ମାଲିମକଦମାରେ ବିଜୟୀ ହେବେ ।ପୂର୍ବର ଶତୃମାନେ ପରାଜିତ ହେବେ ।ସ୍ଵାଦିଷ୍ଟ ଭୋଜନ ମିଳିବ ।ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ।ରାଜନୀତିଜ୍ଞମାନେ ପ୍ରଶଂସନୀୟ ହେବେ ।ପ୍ରତିକାର ରୁଟିରେ ଗୁଡ ମିଶାଇ ଗାଈକୁ ଖାଇବାକୁ ଦିଅନ୍ତୁ।
ସିଂହ :-ପ୍ରତେକଟି କାର୍ଯ୍ୟରେ ବାଧା ବିଘ୍ନ ଦେଖା ଦେଇପାରେ ।ଅଜଣା ଅଶୁଣା ବ୍ଯକ୍ତିଠାରୁ ଦୂରେଇ ରହନ୍ତୁ ।ଗୃହ ବିବାଦ ଭାତୃ ସମ୍ପର୍କକୁ ନେଇ ଚିନ୍ତିତ ହେବେ ।ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ ନାହିଁ ।ମହିଳାମାନେ ଅପମାନିତ ସମାଲୋଚିତ ହେବେ ।ପ୍ରତିକାର ଗରିବ ଅସହାୟ ବ୍ୟକ୍ତିଙ୍କୁ କିଛି ଖାଇବାକୁ ଦିଅନ୍ତୁ
କନ୍ୟା :-ଶରୀର ଅସୁସ୍ଥ ଓ ମନ ଅସ୍ଥିର ରହିବ ।ପ୍ରତ୍ୟେକ କ୍ଷେତ୍ରରେ ବିଫଳତା ଓ ବାଦବିବାଦ ଦେଖା ଦେବ ।ଯାତ୍ରାରେ ସତର୍କତା ଅବଲମ୍ବନ କରନ୍ତୁ କାରଣ ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ଅମନ ଯୋଗି ହେବେ ।ପ୍ରତିକାର-ନୀଳରଙ୍ଗର ରୁମାଲ ଟିଏ ଆଜି ନିଜ ପାଖରେ ରଖନ୍ତୁ।
ତୁଳା :-ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବେ ।ପାରିବାରିକ ଜୀବନ ସୁଖମୟ ହେବ ।ସ୍ଵାଦିଷ୍ଟ ଭୋଜନ ମିଳିବ ଓ ସଞ୍ଚିତ ଅର୍ଥ ବୃଦ୍ଧି ପାଇବ ।ବ୍ଯବସାୟରେ ପୂର୍ବ ଅପେକ୍ଷା ଆଶାନୁରୂପ ଲାଭବାନ ହେବେ ।ମହିଳାମାନେ ଯଶସ୍ବୀ ହେବେ ।ପ୍ରତିକାର-କୈ।ଣସି ଧାର୍ମିକ ଅନୁଷ୍ଠାନରେ କିଛି ମିଷ୍ଟାନ୍ନ ଦାନ କରନ୍ତୁ।କଉଡ଼ିଟିଏ ନିଜ ପାଖରେ ରଖନ୍ତୁ।
ବିଛା :-ନିଜ ଲୋକମାନଙ୍କ ସହ ହସ ଖୁସିରେ ଦିନଟି କଟାଇବେ ।କାର୍ଯ୍ୟ କ୍ଷେତ୍ରରେ ସୁସମ୍ପର୍କ ବୃଦ୍ଧି ପାଇବ ।ବନ୍ଧୁ ଦର୍ଶନର ସୁଯୋଗ ରହିଛି ।ଧନ ଜନ ମାନ ସମ୍ମାନ ଏସବୁର ଅଧିକାରୀ ହେବେ ।ଲକ୍ଷ୍ୟ ସ୍ଥଳରେ ନିର୍ବିଘ୍ନରେ ପହଞ୍ଚିବେ ।ଯାନବାହନ ଲାଭ ହେବ । ପ୍ରତିକାର କଳା ବିରି ଦୁବଘାସ ଗାଈକୁ ଖାଇବାକୁ ଦିଅନ୍ତୁ।
ଧନୁ :-ବିବାଦୀୟ ଘଟଣାରେ ପରାଜୟ ହେବେ ।ଅପରାହ୍ନରେ କୌଣସି ଦୁଃଖ ପୂର୍ଣ୍ଣ ଖବର ପାଇ ମନ ବିଶାଦ ଗ୍ରସ୍ତ ହେବ ।ଶରୀରର ଯେକୌଣସି ଅଙ୍ଗରେ ଆଘାତ ଲାଗି ପାରେ ।ବ୍ଯବସାୟରେ ଆଶାନୁରୂପ ଲାଭ ମିଳିବ ନାହିଁ ।ମହିଳାମାନେ ଅପମାନିତ ସମାଲୋଚିତ ହେବେ ।ପ୍ରତିକାର ପିତା ମାତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରି କାର୍ଯ୍ୟ କରନ୍ତୁ।
ମକର :-ପାରିବାରିକ ସମ୍ପର୍କରେ ଭୁଲ ବୁଝାମଣା ଦେଖା ଦେବ ।ମହିଳାମାନେ ପରିବାରରେ ଚିନ୍ତିତ ହେବେ । ଯାତ୍ରାରେ ସତର୍କତା ରୁହନ୍ତୁ ଯାତ୍ରା କଷ୍ଟ ଦାୟକ ହେବ ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ନାହିଁ ।ଗୁପ୍ତ ଶତୃମାନେ ସକ୍ରୀୟ ହୋଇ ଉଠିବେ ।ପ୍ରତିକାର ପାଞ୍ଚୋଟି ତ୍ରିଶାଖା ବେଲ ପତ୍ର ମହା ମୃତ୍ଯୁଞ୍ଜୟ ମନ୍ତ୍ରରେ ଶିବଲିଙ୍ଗରେ ଚଢାନ୍ତୁ।
କୁମ୍ଭ :-ଆଜି ଦିନଟି ସମ୍ପୁର୍ଣ୍ଣ ଭଲରେ କଟିବ ।ଯୋଜନାନୁଯାୟୀ କାମ କରି ସେଥିରେ ସଫଳତା ପାଇବେ ।ବନ୍ଧୁ ଦର୍ଶନର ସୁଯୋଗ ରହିଛି ।ପ୍ରେମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ ।ବ୍ଯବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ ।ପ୍ରତିକାର ଅଶ୍ୱତ୍ଥ ବୃକ୍ଷ ମୂଳରେ କଞ୍ଚା କ୍ଷୀରରେ କଳାରାଶି ମିଶାଇ ଢାଳନ୍ତୁ ଓ ସେ ବୃକ୍ଷକୁ ସାତ ଥର ପ୍ରଦକ୍ଷିଣ କରନ୍ତୁ।
ମୀନ :-ଅପ୍ରିୟ ସତ୍ୟ କଥା କହି ଦୋଷି ସାବ୍ଯସ୍ତ ହୋଇପାରନ୍ତି ।ମହିଳାମାନେ ଯଗି ରଖି ଚଳନ୍ତୁ ଶରୀରର ଯେକୌଣସି ଅଙ୍ଗରେ ଆଘାତ ଲାଗି ପାରେ ।ଘରୋଇ କଳହ ଦେଖା ଦେବ ।ଛାତ୍ରଛାତ୍ରୀମାନେ ଉତ୍ସୃଖଳିତ ହେବେ ।ବ୍ଯବସାୟରେ ସ୍ଥିରତା ରହିବ ନାହିଁ ଯାହା ଫଳରେ ଧାର କରଜ କରିବେ।ପ୍ରତିକାର ବୁଲା କୁକୁରକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।