ଆଜି ରବିବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳ ରୁ …
ମେଷ-ଶୁଭ ରଙ୍ଗ ଧଳା ଓ ମାଟିଆ ସମସ୍ତ କ୍ଷେତ୍ରରେ ସୁସମ୍ପର୍କ ରହିବ, ନୂତନ ଯାନବାହାନ କ୍ରୟ କରିବାର ସୁଯୋଗ ରହିବ, ଜାଗାବାଡି,ଠିକାଦାରି, ସାମରିକ ବିଭାଗ, ଔଷଧ ବ୍ୟବସାୟ କ୍ଷେତ୍ରରେ ସୁଫଳ ପ୍ରାପ୍ତ ହେବ ॥କଳା କିମ୍ବା ନିଳ ରଙ୍ଗ ବ୍ୟବହାର କରିବେ ନାହିଁ ॥ ବଜ୍ରଙ୍ଗବାଲୀଙ୍କୁ ଗୋଟା ନଡିଆ ଅର୍ପଣ କରନ୍ତୁ ॥
ବୃଷ-ଶୁଭ ରଙ୍ଗ ଧଳା, କମଳା॥ କର୍ମକ୍ଷେତ୍ରରେ ସାହାର୍ଯ୍ୟ ସହଯୋଗ ମିଳିବ, ବ୍ୟବସାୟରେ ଲାଭ ବଢିବ, ଦାମ୍ପତ୍ୟ କିମ୍ବା ପ୍ରେମିଯୁଗଳ ଙ୍କର ସ୍ଥିତି ଭଲ ରହିବ ॥ ଆଜି ଆମିଷ ଭକ୍ଷଣ କରନ୍ତୁ ନାହିଁ ॥ କୌଣସି କିନ୍ନରଙ୍କୁ କିଛିଭି ଦାନ କରନ୍ତୁ ॥
ମିଥିନ-ଶୁଭ ରଙ୍ଗ ଲାଲ ଗୋଲାପି ଯାନବାହାନ ଜନିତ କ୍ଷୟକ୍ଷତି ହେବ, ମା’ଙ୍କର ସ୍ବାସ୍ଥ୍ୟ ବିଗିଡିବ କିମ୍ବା ଅସହଯୋଗର ସମ୍ମୁଖିନ ହେବେ, ପାରିବାରିକ ସ୍ଥିତି ଭଲରହିବ ନାହିଁ॥ ॥ମାଦକ୍ଷୀଣକାଳୀଙ୍କୁ ଦର୍ଶନ କରନ୍ତୁ ଓ ପିମ୍ପୁଡିଙ୍କୁ ମିଠା ଦିଅନ୍ତୁ ରିଷ୍ଟ କଟିଯିବ ॥
କର୍କଟ -ଶୁଭ ରଙ୍ଗ ଧଳା, ହଳଦିଆ ଓ କମଳା ମାନସିକ ଶାନ୍ତି ସହିତ ଆତ୍ମବଳ ଦୃଢ ରହିବ, ନିଜ ବାକ୍ୟର ସୁମୂଲ୍ୟ ମିଳିବା ସହିତ ମାନସମ୍ମାନ ମିଳିବ ॥ ଛୋଟମୋଟ ଦୁର୍ଘଟଣା ହୋଇପାରେ ସତର୍କ ରହିବେ॥ ମସୁର ଡାଲି ଦାନ କରନ୍ତୁ କିମ୍ବା ଗାଇକୁ ଖାଇବାକୁ ଦିଅନ୍ତୁ ॥
ସିଂହ -ଶୁଭରଙ୍ଗ ଧଳା କର୍ମକ୍ଷେତ୍ରରେ ଶୁଭଫଳ ପ୍ରାପ୍ତିର ଯୋଗ ରହିଛି, ମନୋବଳ ଦୃଢରହିବ ଏବଂ ଯେକୌଣସି କାମରେ ମନବଳାଇବେ ନିଶ୍ଚୟ ସଫଳତା ମିଳିବ ॥ ଭୋକିଲାକୁ ପେଟଭରି ଖାଇବାକୁ ଦିଅନ୍ତୁ ॥ସ୍ନାନପରେ ତୁଳସି କିମ୍ବା ବେଲପତ୍ର ଖାଇଲେ ଅଧିକ ଶୁଭ ॥
କନ୍ୟା -ଶୁଭରଙ୍ଗ ଧଳା,ଧୁସର, ମାଟିଆ କର୍ମକ୍ଷେତ୍ର ଓ ପାରିବାରିକ ପରିବେଷ ଭଲ ରହିବ, ମନମୁତାବକ କାର୍ଯ୍ୟ ସଂପର୍ଣ୍ଣ ହେବାରେ ସମୟ ସାଥ ଦେବ ॥ ସବୁଜ ପରିବା ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ ॥ ଅଯଥା ଉପରେ ପଡି ସାହାଯ୍ୟ କରନ୍ତୁ ନାହିଁ ନଚେତ ହଇରାଣ ହେବେ ॥
ତୁଳା -ଶୁଭରଙ୍ଗ ନିଳ ଏବଂ ଧଳା ମାନ ସମ୍ମାନ ଧନ ଓ ଆତ୍ମବଳ ଦୃଢ ରହିବ, ସବୁକାମ ସହଜରେ ହେବ ମାତ୍ର ଅଚାନକ ସ୍ବାସ୍ଥ୍ୟ ବିଗିଡି ପାରେ ଏବଂ ଘାତବାର ହେତୁ ଶୁଭକର୍ମ ବର୍ଜନିୟ ॥
ଗାଇଙ୍କୁ ଗୁଡ ଖାଇବାକୁ ଦିଅନ୍ତୁ ॥ ମିଠା ଖାଦ୍ୟ ଖାଆନ୍ତୁ ନାହିଁ॥
ବିଛା -ଶୁଭରଙ୍ଗ ଧଳା ଅଶୁଭ ଗ୍ରହଙ୍କର ପ୍ରଭାବ ହେତୁ ଆର୍ଥିକ ଦୁର୍ବଳତା ସହିତ ମାନ, ସମ୍ମାନ ଓ ଲୋକସଂପର୍କ ଦାନ୍ତ ଉଠିବା ବାଧାବିଘ୍ନ ରହିବ ॥ କାହା ସାଥିରେ ବି ଭାଗିଦାରି ହୋଇ କିଛି କରନ୍ତୁ ନାହିଁ ॥ କଳାଛତା କୌଣସି ଅସହାୟ କିମ୍ବା କୃଷ୍ଠରୋଗିକୁ ଦାନ କରନ୍ତୁ ॥
ଧନୁ -ଶୁଭ ରଙ୍ଗ ସବୁଜ କର୍ମକ୍ଷେତ୍ର ଏବଂ ଆଥିକ ସ୍ଥିତିରେ ସମୟ ସାଥ ଦେବ, ମାତ୍ର ପାରିବାରିକ କିମ୍ବା ଲୋକସମ୍ପର୍କ ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ସମୟ ସାଥ ଦେବ ନାହିଁ ॥ ନିଜ ବାକ୍ୟ ପ୍ରତି ସତର୍କ ରହିବେ॥ ମାତାରାଙ୍କର ବିଜମନ୍ତ୍ର ” ଓଁ ହ୍ରୀଂ ସ୍ତ୍ରୀଂ ହୁଂ ଫଟ୍ ତାରା ଦେବୈ ନମଃ ୨୭ଥର ଜପ ॥
ମକର -ଶୁଭ ରଙ୍ଗ ହଳଦିଆ କିମ୍ବା ଗେରୁଆ ସବୁକ୍ଷେତ୍ରରେ ସହଯୋଗ ମିଳିବ, ମନୋବଳ ସୁଦୃଢ ରହିଵ, ଜାଗାବାଡି କିମ୍ବା ଯାନବାହାନ କ୍ଷେତ୍ରରେ ଲାଭ ମିଳିବ’ ନୂତନ ଯୋଜନାରେ ସଫଳ ହେବେ ॥ ଅଯଥା ମତାନ୍ତର ପ୍ରତି ସତର୍କ ରହିବେ ॥ ଓଁ ଆଦିୟ୍ୟାୟ ବିଦ୍ମହେ ଦିବାକରାୟ ଧିମହି ତନ୍ନୋ ରବି ପ୍ରଚୋଦୟାତ୍ ୨୧ଥର ଜପ କରନ୍ତୁ ॥
କୁମ୍ଭ -ଶୁଭ ରଙ୍ଗ ନିଳ ଓ ବାଇଗେଣି ଆର୍ଥିକ ସ୍ଥିତି ସହିତ ପାରିବାରିକ ପରିବେଷ ଭଲ ରହିବ, କର୍ମ କ୍ଷେତ୍ରରେ ଚେଷ୍ଟା କଲେ ଶୁଭଫଳ ନିଶ୍ଚୟ ପ୍ରାପ୍ତ ହେବ ମାତ୍ର ଘାତବାର ହେତୁ ନୁତନ କାର୍ଯ୍ୟ ବର୍ଜନିୟ ॥କାହାକୁ ହତାଦାର କରନ୍ତୁ ନାହିଁ ॥ ସ୍ନାନ ପରେ ମହୁ ଖାଇ ଦିନଟି ଆରମ୍ଭ କରିବେ ॥
ମୀନ -ଶୁଭ ରଙ୍ଗ ଗୋଲାପି ଓ ହଳଦିଆ ଅଶୁଭ ଚନ୍ଦ୍ର ହେତୁ ନୁତନ କାର୍ଯ୍ୟ ଆରମ୍ଭ କରିବେ ନାହିଁ ଏବଂ ପ୍ରତି କାମରେ ବିଘ୍ନ ଆସିବ ତଥାପି ନିଜ ଇଷ୍ଟଦେବଙ୍କୁ ସ୍ମରଣ କରି କାମକଲେ ସୁଫଳ ମିଳିବ ॥
ଯାନବାହାନ ଓ ଅଗ୍ନିଜନିତ କ୍ଷୟକ୍ଷତି ପ୍ରତି ସତର୍କତା ଅବଲମ୍ବନ କରିବେ ॥ କିଛି ଲୁଣ କୌଣସି ଅସହାୟକୁ ଦାନ କରନ୍ତୁ ॥