ଆଜି ରବିବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳରୁ…

ମେଷ :-ଆଜି ଦିନଟି ଶୁଭରେ ଶୁଭରେ କଟିବ, ଆଶାଜନକ ସମସ୍ତ ପରିବେଷ ପରିସ୍ଥିତି ରହିବ, ଶୁଭ ଦିନଟିଏ ରହିବ ଏବଂ ଚେଷ୍ଟା ଅନୁଯାୟୀ ଫଳ ମିଳିବ, ଆଜି କିଛି ଚାଉଳ ପାରାଙ୍କୁ ଦିଅନ୍ତୁ ଅଟକିଥିବା କାମ ପୁରଣ ହେବ

ବୃଷ :-ପାରିବାରିକ ପରିବେଷରେ ଖୁସି ମିଳିବ, ପିଲାଙ୍କର ଚାକିରିର ସୁଯୋଗ ଆସିବ, କର୍ମ କ୍ଷେତ୍ର ସ୍ଥିତିରେ ସୁଧାର ଆସିବ, କୌଣସି ପ୍ରକାର ସହାୟତା ମିଳିବ, ଚାକିରି ବ୍ୟବସାୟରେ ଦାୟିତ୍ବ ବୃଦ୍ଧି ହେବ, ପାରିବାରିକ ଏବଂ ବ୍ୟବସାୟିକ ସମ୍ପର୍କରେ ବୃଦ୍ଧି ଘଟିବ ॥

ମିଥିନ :-କର୍ମ ଏବଂ ଅର୍ଥ ଚିନ୍ତା ଦୁର ହେବ, ବ୍ୟବସାୟ, କଳକାରଖନା କର୍ମଜୀବି, ଓୌଷଧ ବ୍ୟବସାୟୀ ଅଧିକ ଲାଭ ପାଇବେ, ଭାଗ୍ୟ ସହାୟ ହେବେ, ଅଚାନକ ଖୁସିଖବର ମିଳିବ ଏବଂ ମନର ଆଶା ପୁରଣ ହେବ, ଧାର୍ମିକ ଭାବନା ବୃଦ୍ଧି ହେବ, ବ୍ୟାଙ୍କ, ବିମା, ଋଣ ବିଭାଗ କର୍ମି ଯୋଜନା ମୁତାବକ ସଫଳ ହେବେ ॥

କର୍କଟ :-ଅଶୁଭ ଗ୍ରହ ପ୍ରଭାବ ରହିବ ଫଳରେ କୌଣସି ପ୍ରକାରର ଧୋକା ମିଳିବ, ଆଜି ଲାଲ ମନ୍ଦାର ମଙ୍ଗଳା ମନ୍ଦିରରେ ଦିଅନ୍ତୁ, ଗଛିତ ଅର୍ଥବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହି ସଠିକ ନିଷ୍ପତି ନେଇ ନପାରି ମନ ଦୁଃଖ ହେବ, ଜୀବନସାଥିର ଅସହଯୋଗ ହେଉ କିମ୍ବା ସ୍ବାସ୍ଥ୍ୟ ହାନି ଚିନ୍ତାର କାରଣ ହେବ, କୌଣସି କାମରେ ମନ ଲାଗିବ ନାହିଁ ॥

ସିଂହ :-କର୍ମ କ୍ଷେତ୍ରରେ ପରିବର୍ତ୍ତନ ହେବ, ନୂଆକିଛି ଯୋଜନା କରି ସଫଳ ହେବେ, କୌଣସି ପ୍ରକାର ଆର୍ଥିକ ଲାଭ କିମ୍ବା ନୂଆ ସଂପର୍କ ଯୋଡି ହେବ, ସୁଖଶାନ୍ତି ଭରା ପରିବେଷ ମଧ୍ୟରେ ଦିନ କଟିବ, କୌଣସି ପ୍ରକାରର ଲାଭ ହେବ ଏବଂ କୌଣସି ସମସ୍ୟାରୁ ମୁକ୍ତି ପାଇବେ॥

କନ୍ୟା :-ଟଙ୍କପଇସାକୁ ନେଇ ଚିନ୍ତା କମିବ ଏବଂ କୌଣସି ଜାଗାରୁ ଅର୍ଥ ଓ କର୍ମ ପ୍ରାପ୍ତିର ସୂଚନା ମିଳିଵ, ମନର ଯୋଜନା ମୁତାବକ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ, କୌଣସି ପ୍ରକାରେ ଆଜି ଅର୍ଥ ଉପାର୍ଜନ ବଢିବ, ମନ ଉତ୍ସାହିତ ରହିବ ॥

ତୁଳା :-କୌଣସି ବନ୍ଧୁ ଆଜି ସହଯୋଗ କରିବେ ଏବଂ ଯୋଜନା ମୁତାବକ ସଫଳ ହେବେ, ପାରିବାରିକ ଶାନ୍ତି ମିଳିବ, କୌଣସି ପାରିବାରିକ ପରିବେଷରେ ମତାନ୍ତର ରହିବ , ଅଯଥା କଥାରେ ମୁଣ୍ଡ ପୁରାଇ ହଇରାଣ ହେବେ, ଆଜି ମନେ ମନେ ମାଲକ୍ଷ୍ମୀଙ୍କୁ ସୁମରଣା କରନ୍ତୁ କଲ୍ୟାଣ ହେବ ॥

ବିଛା :-ଆଜି ମନର ଆଶା ପୁରଣ ହେବ ନାହିଁ ତେଣୁ ମାନସିକ ଅଶାନ୍ତି ବୃଦ୍ଧି ହେବ ମାତ୍ର ଚାକିରି ରେ ପ୍ରଶଂସିତ ହେବେ, ବ୍ୟବସାୟରେ ଲାଭ ବଢିବ ଏବଂ ପୁରୁଣା ରୋଗରୁ ଉପସମ ମିଳିବ, ନୂଆକରି ଆରମ୍ଭ କରିଥିବା ବ୍ୟବସାୟ କିମ୍ବା ଚାକିରି ରେ ସଫଳତା ମିଳିବ, ବୈବାହିକ ଜୀବନରେ ସୁଖଶାନ୍ତି ବଢିବ ॥

ଧନୁ ରାଶି :-ଆଜି ନିଜର ସଂପର୍କିୟ ଏବଂ ପରିବାର ସହିତ ସମୟ କାଟନ୍ତୁ, ଆଜି କିଛି ଜନହିତକର ବା ନିସ୍ବାର୍ଥ କାମ କରି ପ୍ରଶଂସିତ ହେବେ, କିଛି ଖାଦ୍ୟ କୌଣସି ଭୋକିଲାକୁ ଦିଅନ୍ତୁ କଲ୍ୟାଣ ହେବ, ବନ୍ଧୁପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୁରଣ ହେବ॥

ମକର ରାଶି :-ଆଜି କିଛି ଦୁର୍ବଳ ଅନୁଭବ କରିବେ, ଉଚ୍ଚ ରକ୍ତଚାପ, ସଂକ୍ରମିତ ରୋଗ କିଛି ହେବ, ମାତ୍ର ଚିନ୍ତା କରୁଥିବା ଏବଂ ଚେଷ୍ଟା କରୁଥିବା କାର୍ଯ୍ୟ ହାସଲ ହେବ, ନିଜର ରକ୍ତଦାନ କରନ୍ତୁ କଲ୍ୟାଣ ହେବ ॥

କୁମ୍ଭ ରାଶି :-ଆଜି ଯୋଜନା ମୁତାବକ ସଫଳ ହେବେ ମାତ୍ର ଜୀବନସାଥିର ସ୍ବାସ୍ଥ୍ୟ ବିଗିଡିବ, ଆୟ କରିବାର ସୁଯୋଗ ଷୃଷ୍ଟି ହେବ ଏବଂ ବ୍ୟବସାୟରେ ଲାଭ ବଢିବ ଓ ବିବାହଯୋଗ୍ୟ ପିଲାଙ୍କର ବିବାହ ସମ୍ଭାବନା ଷୃଷ୍ଟି ହେବ, ଛାତ୍ରଛାତ୍ରୀଙ୍କର ପାଠପଢାରେ ଉର୍ଣ୍ଣତି ହେବ, ରାଜନୈତିକ ବ୍ୟକ୍ତି ଯୋଜନାରେ ସଫଳ ହେବେ ମାତ୍ର କିଛି ସଂକ୍ରମିତ ରୋଗ ହେବ, ॥

ମୀନ ରାଶି :-ଭାଗ୍ୟ ଆଜି ଆପଣଙ୍କର ସପକ୍ଷରେ ରହିବେ, ଆଶାତିତ ମାନ ସମ୍ମାନ, ଟଙ୍କାପଇସା, ନିଜର ପରିବାର ସାହିପଡିଶା ସହିତ ସୁସଂପର୍କ ବୃଦ୍ଧି ହେବ, ନିଜର ଆଶା ପୁରଣ ହେବ, ସକାଳୁ ସ୍ନାନସାରି ଗୁରୁଜନ ମାନଙ୍କର ଆର୍ଶିବାଦ ନିଆନ୍ତୁ ଶୁଭରେ ଶୁଭରେ ଦିନ କଟିବ ॥

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ