ଆଜି ରାଜ୍ୟରୁ ପ୍ରାଣ ହରାଇଲେ ୬୪, କରୋନା ସଂକ୍ରମିତ ୨୦୭୦
ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୦୭୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧୯୫ ଜଣ ଥିବା ବେଳେ ଲୋକାଲ୍ କେସ୍ ରହିଛି ୮୭୫। ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଅନୁଗୁଳରୁ ୫୭, ବାଲେଶ୍ୱରରୁ ୧୭୬, ବରଗଡରୁ ୧୫, ଭଦ୍ରକରୁ ୬୬, ବଲାଙ୍ଗୀରରୁ ୭, ବୌଦ୍ଧରୁ ୧୧, କଟକରୁ ୩୧୯, ବେଓଗଡରୁ ୩, ଢେଙ୍କାନାଳରୁ ୪୪, ଗଜପତିରୁ ୬, ଗଞ୍ଜାମରୁ ୧୨, ଜଗତସିଂହପୁରରୁ ୯୭, ଯାଜପୁରରୁ ୧୩୬, ଝାରସୁଗୁଡାରୁ ୮, କଳାହାଣ୍ଡିରୁ ୧୨, କନ୍ଧମାଳରୁ ୧୮, କେନ୍ଦ୍ରପଡାରୁ ୭୭, କେନ୍ଦୁଝରରୁ ୫୬, ଖୋର୍ଦ୍ଧାରୁ ୪୪୬, କୋରାପୁଟରୁ ୨୩, ମାଲକାନଗିରିରୁ ୨୦, ମୟୂରଭଞ୍ଜରୁ ୮୧, ନବରଙ୍ଗପୁରରୁ ୧୧, ନୟାଗଡ଼ରୁ ୫୯, ନୂଆପଡ଼ାରୁ ୭, ପୁରୀରୁ ୧୧୦, ରାୟଗଡାରୁ ୧୮, ସମ୍ବଲପୁରରୁ ୧୬, ସୋନପୁରରୁ ୮, ସୁନ୍ଦରଗଡରୁ ୬୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ରାଜ୍ୟରେ କରୋନାରେ ପ୍ରାଣ ହରାଇଲେ ଆଉ ୬୪ ଜଣ । ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ କରୋନାରେ ମୋଟ ମୃତ୍ୟୁ ସଂଖ୍ୟା ୪୯୨୫ରେ ପହଁଞ୍ଚିଛି । ଖୋର୍ଦ୍ଧାରୁ ସର୍ବାଧିକ ୨୨ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଏହା ପଛକୁ ବରଗଡ଼ରୁ ୧୦,ବାଲେଶ୍ବରରୁ ୮, ସୁନ୍ଦରଗଡ଼ରୁ ୭,ଗଞ୍ଜାମରୁ ୬, କନ୍ଧମାଳ ଓ ସମ୍ବଲପୁରରେ ୨ ଏବଂ ବୌଦ୍ଧ, କଳାହାଣ୍ଡି, କେନ୍ଦ୍ରାପଡ଼ା,ମୟୂରଭଞ୍ଜ, ନୂଆପଡ଼ା, ପୁରୀ ଓ ରାୟଗଡ଼ାରେ ଜଣେ ଲେଖାଏଁ ମୃତ ।ରାଜ୍ୟରେ ଏବେ ଦୈନିକ ମୃତ୍ୟୁ ସଂଖ୍ୟା ଶାଠିଏ ପାର କରିଥିବା ବେଳେ ଆଗକୁ ତୃତୀୟ ଲହର ଆଶଙ୍କା ଥିବାରୁ ଏହା ଉପରେ ବ୍ରେକ୍ ଲଗାଇବା ପାଇଁ ରାଜ୍ୟଠୁ କେନ୍ଦ୍ର ସରକାର ତତ୍ପରତା ଦେଖାଇଲେଣି ।


