ଆଜି ରାଜ୍ୟସ୍ତରୀୟ ପ୍ରତିଭା ମହୋତ୍ସବ
କଣାସ,(ପାହାନ୍ତା ସିଂହ ଅଞ୍ଜଳୀ ସାହୁ):କଣାସ ବ୍ଲକ ଅନ୍ତର୍ଗତ ଗଡମାଟିଆପଡା ଠାରେ ସୋମବାର ଦିନ ଶ୍ରୀ ମହାବୀର ମନ୍ଦିର ସପ୍ତମ ବାର୍ଷିକ ପ୍ରତିଷ୍ଠା ଉତ୍ସଵ ଅବସରରେ ରାଜ୍ୟସ୍ତରୀୟ ପ୍ରତିଭା ମହୋତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବରେ ରାଜ୍ୟ ର ପ୍ରତିଷ୍ଠିତ କଳାକାର ମାନେ ଯୋଗଦାନ କରିବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି। ସେମାନେ ହେଲେ ନାଟ୍ୟକାର, ନିର୍ଦେଶକ ଗୀତିକାର, ସ୍ତମ୍ଭକାର ଶ୍ରୀ ବିଜୟ ଦାସ, ଚଳଚ୍ଚିତ୍ର ଅଭିନେତା ଶ୍ରୀ ଅଶ୍ଵିନୀ କୁମାର ବ୍ରହ୍ମା, ଅଭିନେତା ବୀରେନ ମିଶ୍ର, ଯାତ୍ରା ଅଭିନେତା ସୁଶିଲ କୁମାର ମହାପାତ୍ର ଯୋଗ ଦେବା ସହିତ ରାଜ୍ୟର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେବା ର କାର୍ଯ୍ୟ କ୍ରମ ରହିଛି। ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡିଆ ନବବର୍ଷ ଉପଲକ୍ଷେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ ଓ ସଂଗୀତର ପରିବେଷଣ କରାଯିବ। ଶେଷରେ ଦର୍ଶକ ମାନଙ୍କ ମନୋରଂଜନ ପାଇଁ ରାମନିଳା ନାଟକ ମଂଚସ୍ଥ କରାଯିବାର କାର୍ଯ୍ୟକ୍ରମ ରହିଛି। ପରିଶେଷରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ରହିଛି। ଏହି କାର୍ଯ୍ୟ କ୍ରମ କୁ ମହାବୀର ସାଂସ୍କୃତିକ ପରିଷଦ ର ସଦସ୍ୟ ଓ ଗଡମାଟିଆପଡା ଗ୍ରାମବାସୀ ମାନଙ୍କ ଦ୍ଵାରା ପରିଚାଳିତ ହେଉଅଛି।