ଆଜି ରେକର୍ଡ ‌ସ୍ତରରେ ସର୍ବାଧିକ କରୋନା ଆ‌କ୍ରା‌ନ୍ତ , ଦିନକରେ ୪୦ ହଜାର ଚି‌ହ୍ନଟ, ୧୫୪ ମୃତ

ନୂଆଦିଲ୍ଲୀ (‌ୱାଇଏନ୍‌ଏସ୍‌): ଗତ ୨୪ ଘଣ୍ଟାରେ୪୦ ହଜାର ନୂତନକରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ଦେଶରେ ସମୁଦାୟ ସଂକ୍ରମଣ ସଂଖ୍ୟା ୧.୧୫ କୋଟି ଟପିଯାଇଛି। ଦେଶରେ ଦୈନିକ ନୂତନ ସଂକ୍ରମଣ ସଂଖ୍ୟା ୨୦ ହଜାର ଉପରେ ରହୁଛି। ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୦ ହଜାର କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧୫୪ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୧୫,୧୪,୩୩୧ରେ ପହଞ୍ଚିଛି। ଗତକାଲି ଠାରୁ ଆଜି ୧୮% ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ହୋଇଥିବା ୧୫୪ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୫୯,୩୭୦ରେ ପହଞ୍ଚିଛି। ଏହା ହେଉଛି ସମୁଦାୟ ଆକ୍ରାନ୍ତସଂଖ୍ୟାର ୧.୩୯%। ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨,୭୧,୨୮୨ । ଏହା ହେଉଛି ସମୁଦାୟ ସଂକ୍ରମଣ ସଂଖ୍ୟା ୨.୨୦%। ତେବେ ଏପରି ଯଦି ହୁ ହୁ ହୋଇ କରୋନା ବଢ଼ିଚାଲେ ତେବେ ସରକାର ଏ ଦିଗରେ କଠୋର ନି‌ଷ୍ପ‌ତ୍ତି ‌ଗ୍ରହଣ କରିପାର‌ନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ