ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କୋଲକାତା ମୁହାଁମୁହିଁ
ବାଙ୍ଗାଲୋର, (ଓ୍ବାଇଏନ୍ଏସ୍) : ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଆଇ.ପି.ଏଲ୍ ୨୦୨୩ର ୩୬ ତମ ମ୍ୟାଚରେ ଆଜି ବାଙ୍ଗାଲୋରର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ ଠାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର.ସି.ବି) ଏବଂ ଦୁଇଥର ଚାମ୍ପିଅନ୍ ହୋଇଥିବା କୋଲକାତା (କେ.କେ.ଆର୍) ମଧ୍ୟରେ ଏକ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ରହିଛି । ଆଜିର ଏହି ମ୍ୟାଚ୍ ଟି ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୦୭:୩୦ ଘଣ୍ଟାରେ ଆରମ୍ଭ ହେବ । ଏହି ମ୍ୟାଚକୁ ଉପଭୋଗ କରିବାକୁ ଷ୍ଟାଡିୟମ୍ ରେ କ୍ରିକେଟ ପ୍ରେମୀ ଭରପୁର ରହିବ ସହ ମ୍ୟାଚମଜା ନେବେ. କୋଲକାତା ଚଳିତ ସର୍ଜନରେ ସେତେଟା ଭଲ ପ୍ରଦଶନି କରିନଥିବା ବେଳେ ଏଥିରେ ବିଜୟ ହେବାକୁ ପ୍ରାଣପଣେ ଚେଷ୍ଟା କରିବା.