ଆଜି ର ଦିନରେ ଆରମ୍ଭ ହୋଇଥିଲା ଭାରତୀୟ ଜନତା ପାର୍ଟି

ଏବେ ଦେଶରେ ନିର୍ବାଚନୀ ମାହୋଲ ଚାଲିଛି । କେନ୍ଦ୍ରରେ ଥିବା ବିଜେପି ପୁଣି ଥରେ ଶାସନକୁ ଫେରିବାକୁ ଚେଷ୍ଟା କରୁଛି । ଏହାରି ମଧ୍ୟରେ ଆଜିର ଦିନ ଭାରତୀୟ ଜନତା ପାର୍ଟିର ଇତିହାସକୁ ମନେପକାଇ ଦେଇଛି । ଆଜି ହେଉଛି ୬ ଅପ୍ରେଲ୍, ଯେଉଁ ଦିନ ଭାରତୀୟ ଜନତା ପାର୍ଟିର ଆର୍ବିଭାବ ହୋଇଥିଲା । ସଂସଦରେ ୨ଟି ଆସନ ପାଇଥିବା ବିଜେପି ଆଜି ୨୮୧ଟି ଆସନ ପାଇ ଶାସନ ଗାଦିରେ ବସିଛି ।
୧୯୫୧, ଅକ୍ଟୋବର ୨୧ରେ ଭାରତୀୟ ଜନସଙ୍ଘ ଗଠନ ହୋଇଥିଲା । ଦଳ ଧିରେ ଧିରେ ନିଜର ପ୍ରାଧାନ୍ୟ ବିସ୍ତାର କରିଥିଲା । କିନ୍ତୁ ଏହାରି ମଧ୍ୟରେ ୧୯୭୧ ଲୋକସଭା ନିର୍ବାଚନରେ କଂଗ୍ରେସକୁ ବହୁଳ ମାତ୍ରାରେ ଭୋଟ୍ ମିଳିଥିଲା ଏବଂ ଦଳ ସରକାର ଗଢ଼ିବାକୁ ସକ୍ଷମ ହୋଇଥିଲା । ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଦେଶର ପ୍ରଥମ ମହିଳା ପ୍ରଧାନ ମନ୍ତ୍ରୀ ହେଲେ । ଏହି ନିର୍ବାଚନରେ ଜନସଙ୍ଘକୁ ମଧ୍ୟ ୨୨ଟି ଆସନ ମିଳିଥିଲା । ଇନ୍ଦିରା ୧୯୭୫ରେ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଦେଲେ । ଯେଉଁଥିରେ ଜନସଂଘର ନେତା ଓ କାର‌୍ୟ୍ୟକର୍ତ୍ତାଙ୍କୁ ଗିରଫ କରାଯାଇ ଜେଲ୍ରେ ଭର୍ତ୍ତି କରାଗଲା ।
ଏହି ସମୟରେ ବହୁତ ଦଳ ବିଲୟ ହୋଇଗଲା ଏବଂ ଜନତା ପାର୍ଟୀର ଉଦୟ ହେଲା । ଜରୁରୀକାଳିନ ହଟିବା ପରେ ଜନସଙ୍ଘ ଦଳ ଜନତା ପାର୍ଟିରେ ମିଶିଲା । ୧୯୮୦ରେ ଜନତା ପାର୍ଟି ମଧ୍ୟରେ ବି ବିଶୃଙ୍ଖଳା ଦେଖାଦେଲା । ଏହା ପରେ ଭାରତୀୟ ଜନତା ପାର୍ଟି ଗଠନ ହେଲା । କିନ୍ତୁ ସେହିବର୍ଷ ନିର୍ବାଚନରେ ପୁଣି ଇନ୍ଧିରା ଗାନ୍ଧୀଙ୍କୁ ସଫଳତା ମିଳିଥିଲା ।
ସେପଟେ ଭାଜପା ବୋଫର୍ସ ମାମାଲାକୁ ନେଇ ଦୁର୍ନୀତି ବିରୋଧରେ ଆନ୍ଦୋଳନ କଲା । ୧୯୮୯ରେ ବିଜେପି ଏବଂ ଶିବସେନା ମଧ୍ୟରେ ମେଣ୍ଟ ହେଲା । ଏହା ପରେ ଲୋକସଭାରେ ୨ଟି ଆସନ ପାଇଥିବା ବିଜେପିକୁ ୮୫ଟି ସିଟ୍ ମିଳିଥିଲା । ସେହିପରି ୧୯୯୧ରେ ୧୨୦ଟି ଆସନରେ ବିଜେପିର ବିଜୟ ହେଲା ଏବଂ ମୁରଲୀ ମନୋହର ଯୋଶୀଙ୍କୁ ଦଳର ସଭାପତିଭାବେ ନିଯୁକ୍ତି କରାଗଲା । ଏହାରି ମଧ୍ୟରେ ଦଳ ଉତ୍ତର ପ୍ରଦେଶ, ବିହାର, ଓଡ଼ିଶା, ଗୋଆ, ଗୁଜରାଟରେ ବିଧାନସଭା ନିର୍ବାଚନରେ ବି ସଫଳତା ପାଉଥିଲା । ସେପଟେ ଦଳର ବର୍ଷୀୟାନ ନେତା ଲାଲକୃଷ୍ଣ ଆଡ଼ଭାନୀ ସମୋନାଥରୁ ଅଯୋଧ୍ୟା ଯାଏଁ ରାମ ରଥ ଯାତ୍ରା ଆରମ୍ଭ କରିଥିଲେ । ଯାହାକୁ ତତ୍କାଳୀନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଅଟକାଇଥିଲେ ।
୧୯୯୬ରେ ଲୋକସଭା ନିର୍ବାଚନରେ ୧୬୧ଟି ଆସନ ପାଇ ଅଟଳ ବିହାରି ବାଜପେୟୀ ପ୍ରଧାନମନ୍ତ୍ରୀ ହେଲେ । ମାତ୍ର ୧୩ ଦିନରେ ସରକାର ଭାଙ୍ଗିଗଲା । ୧୯୯୮ରେ ଏନ୍ଡିଏ ନେତୃତ୍ୱରେ ଦଳ ନିର୍ବାଚନ ଲଢ଼ିଲା ଏବଂ ପୁନର୍ବାର ବାଜପେୟୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ । ୧୯୯୦ରେ ୩୦୩ ଆସନରେ ବିଜୟୀ ହେଲା ଓ ତୃତୀୟ ଥର ପାଇଁ ବାଜପେୟୀ ଦେଶର ପ୍ରଧାନମନ୍ତ୍ରୀ ହେଲେ । କିନ୍ତୁ ଏହା ପରେ ୨୦୦୪ ଓ ୨୦୦୯ରେ ବିଜେପିକୁ ଆଉ ସଫଳତା ମିଳିଲା ନାହିଁ ।
୨୦୧୪ରେ ଆସିଲା ପରିବର୍ତ୍ତନ । ଗୁଜୁରାଟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ନରେନ୍ଦ୍ର ମୋଦୀଙ୍କୁ ଦଳ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା । ମେ ୨୬, ୨୦୧୪ର ଆସିଥିବା ଫଳାଫଳ ସମସ୍ତଙ୍କୁ ଆଚମ୍ବିତ କରିଥିଲା । ମେଣ୍ଟକୁ ବାଦ ଦେଲେ କେବଳ ବିଜେପି ୨୮୨ ଆସନରେ ବିଜୟୀ ହୋଇଥିଲା । ଶେଷରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ