ଆଜି ଶନିବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳ ରୁ …

ମେଷ -ଶୁଭ ରଙ୍ଗ ଧଳା ଓ ଗୋଲାପି ନୂତନ ଯାନବାହାନ ଏବଂ ଯୋଗାଯୋଗ ଷୃଷ୍ଟି କରୁଥିବା ଯନ୍ତ୍ର କିଣିବେ, ସର୍ବସୁଖ ସହିତ ନିଜ ମା’ଙ୍କର ଆର୍ଶିବାଦ ପ୍ରାପ୍ତ ହେବ, ପ୍ରେମ ସହିତ ଜଡିତ ପିଲା ମାନଙ୍କର ଅତିଶୁଭ, ମାତ୍ର ଆର୍ଥାଭାବ ଲାଗି ରହିବ ॥ ଗୃହରେ ଡାଳିମ୍ବ, ଅଁଳା ଓ ବେଲ ଏକତ୍ର ଲଗାଇ ପୂଜାକଲେ ଅତି ଶୁଭ ଆକଷ୍ମିକ ଦୁର୍ଘଟଣା ପ୍ରତି ସତର୍କତା॥

ବୃଷ -ଶୁଭ ରଙ୍ଗ ହଳଦିଆ, ଧଳା ଓ ସବୁଜ ॥ ଅଚାନକ କୌଣସି ଦ୍ରବ୍ୟ କିମ୍ବା ଅର୍ଥ ଲାଭ ମିଳିବ,ରାଜନୈତିକ ବ୍ୟକ୍ତିବିଶେଷ ଅଧିକ ଶୁଭଫଳ ପ୍ରାପ୍ତିର ଯୋଗ ରହିଛି, ବିବାହଯୋଗ୍ୟ ପିଲାମାନଙ୍କର ସୁଯୋଗ ଷୃଷ୍ଟି ହେବ, ବ୍ୟବସାୟିମାନେ ଯାହା ଚେଷ୍ଟା କରିବେ ଶୁଭଫଳ ମିଳିବ ॥ ଲିମ୍ବ ଓ ଅଶୋକ ବୃକ୍ଷ ଗୃହରେ ରଖି ପୂଜାକଲେ ସର୍ବଶୁଭ ॥
ଚୋରିଭୟ ପ୍ରତି ସତର୍କ ॥

ମିଥିନ-ଶୁଭ ରଙ୍ଗ ଲାଲ, ଖଇରିଆ କିମ୍ବା ସବୁଜ ବାଣିଜ୍ୟିକ, ଲୋକ ସମ୍ପର୍କ କିମ୍ବା ଆଥିକ ଦୃଷ୍ଟିରୁ ପରିସ୍ଥିତି ଭଲ ରହିବ ନାହିଁ କିନ୍ତୁ ଆତ୍ମବଳ ଦୃଢ ରହିବ ଫଳରେ ସମସ୍ତ କାମଗୁଡିକ ସହଜରେ ହୋଇଯିବ ॥ ଅପାମାରଗ ଓ ଚନ୍ଦନ ବୃକ୍ଷ ଗୃହରେ ରଖି ପୂଜାକଲେ ଶୁଭ ॥ ଦାମ୍ପତ୍ୟ ସଂର୍ପକ ଓ ବ୍ୟବସାୟରେ କ୍ଷତି ପ୍ରତି ସତର୍କ ରହିବେ ॥

କର୍କଟ-ଶୁଭ ରଙ୍ଗ ଧଳା କିମ୍ବା ହଳଦିଆ ଆତ୍ମବଳ ଦୃଢ ରହିବ, ଅାର୍ଥିକ ପରିସ୍ଥିତି ଭଲ ରହିବ, କୌଣସି ଯାନ୍ତ୍ରିକ ଦ୍ରବ୍ୟ ପ୍ରାପ୍ତ ହେବ ॥ ଖିରିକାଞ୍ଚନ ବୃକ୍ଷକୁ ଗୃହରେ ରଖି ପୂଜାକଲେ ଶୁଭ ॥
ଅଯଥା ବିଶୃଙ୍ଖଳା ଠାରୁ ଦୁରେଇ ରୁହନ୍ତୁ ॥

ସିଂହ-ଶୁଭ ରଙ୍ଗ ସବୁଜ ଓ ପାଉଁସିଆ ଶୁଭ ଦିନଟି ରହିଛି ମୂଖ୍ୟତଃ ପୁରୁଣା ରୋଗର ଉପସମ ସହିତ ବାକିଥିବା ଅର୍ଥପ୍ରାପ୍ତି ଓ ପୁରୁଣା ମାଲିମକୋଦମାରେ ଜୟ ଲାଭ ॥ ଅର୍କ ଓ ବେଲ ବୃକ୍ଷ ଓ ତୁଳସି ଗୃହରେ ରଖି ପୂଜାକଲେ ସର୍ବରିଷ୍ଠ ଖଣ୍ଡନ ହେବ ॥ ନିଜର ଅହଂକାର ପ୍ରତି ସତର୍କ ରହିବେ ନଚେତ ନିଜର କ୍ଷତି ହେବ ॥

କନ୍ୟା-ଶୁଭରଙ୍ଗ ଧୂସର ଓ ସବୁଜ ଅଯଥା ବ୍ଯୟ ତଥା ଋଣ କରିବାର ଦୁର୍ଯୋଗ ରହିଛି, ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବେ, ମାନସିକ ସ୍ତରରେ ବିଚଳିତ ରହିବେ॥ ମନି ପ୍ଲାଣ୍ଟ ଏବଂ ବୁଧଦାରକ ଗଛ ରଖି ପ୍ରତିଦିନ ପୂଜା କରନ୍ତୁ ॥ଅଯଥା ବ୍ୟୟପ୍ରତି ସତର୍କତା ସହିତ ଉତ୍ତର-ପଶ୍ଛିମ ଦିଗକୁ ଯାତ୍ରା କରିବେ ନାହିଁ ॥

ତୁଳା -ଶୁଭରଙ୍ଗ ନିଳ ଓ ଗୋଲାପି ଶୁଭ ଦିନଟିଏ ରହିଛି ପ୍ରତ୍ୟେକ କାର୍ଯ୍ୟରେ ଶୁଭଫଳ ମିଳିବ, ବ୍ୟବସାୟ ବାଣିଜ୍ୟ ତଥା ଚାକିରି ଓ ପାରିବାରିକ ପରିବେଷ ଭଲ ରହିବ ॥ ଗୃହରେ ବାସଙ୍ଗ ବୃକ୍ଷ ରଖି ପୂଜା କରନ୍ତୁ ଶୁଭ ॥ ବିଳାସବ୍ୟସନ ଠାରୁ ଦୁରେଇ ରୁହନ୍ତୁ ॥

ବିଛା-ଶୁଭ ରଙ୍ଗ ଧଳା ଶୁଭଚନ୍ଦ୍ର ରହିଛନ୍ତି ସମସ୍ତ ଶୁଭକାମ ସହିତ ମନ ମଧ୍ୟରେ ଥିବା ପ୍ରତି ଆଶା ପୁରଣ ପାଇଁ ଚେଷ୍ଟା କରନ୍ତୁ ନିଶ୍ଚୟ ସୁଫଳ ମିଳିବ ॥ ଗୃହରେ ବେଲ ଗଛ ଓ ଫେଙ୍ଗସୁଇ ବାମ୍ବୁ ବୃକ୍ଷ ରଖି ପୂଜା କର ॥ ଅଯଥା ଝଗଡା ଓ ଅର୍ଥବ୍ୟୟ ପ୍ରତି ସତର୍କ ॥

ଧନୁ-ଶୁଭରଙ୍ଗ ସବୁଜ ଓ ପାଉଁସିଆ କର୍ମକ୍ଷେତ୍ରରେ ବାଦବିବାଦର ସମ୍ଭାବନା, ଶରିରପିଡା ସହିତ ମନସ୍ତାପ ରହିବ ॥ କଦଳି ଓ ବର ବୃକ୍ଷକୁ ପୂଜା କରିବେ ॥ ପ୍ରତି ମୂହୁର୍ତ୍ତରେ ସତର୍କ ରହିବେ ॥

ମକର-ଶୁଭ ରଙ୍ଗ କମଳା, ହଳଦିଆ ଏବଂ ମାଟିଆ ଅଚାନକ କୌଣସି ଦ୍ରବ୍ୟଲାଭର ସମ୍ଭାବନା ରହିଛି ତା ସହିତ ସମୟ ସାଥ ଦେବ ତେଣୁ ମନଭିତରେ ଥିବା କାଯ୍ୟସିଦ୍ଧି ମିଳିବ ॥ଗୃହରେ ବାରିଅଁଳା ଓ ଶମି ବୃକ୍ଷ ରଖି ପୂଜା କରିବେ ॥ ଅଚାନକ ସ୍ବାସ୍ଥ୍ୟହାନି କିମ୍ବା ଛୋଟମୋଟ ଦୁଘଟଣା ପ୍ରତି ସତର୍କ ॥

କୁମ୍ଭ-ଶୁଭ ରଙ୍ଗ ସବୁଜ, ନିଳ, ବାଇଗେଣି ସବୁକ୍ଷେତ୍ରରେ ସହଯୋଗ ମିଳିବ, ମନୋବଳ ସୁଦୃଢ ରହିଵ, ଭୂମି ପ୍ରାପ୍ତିର ଯୋଗ ରହିଛି ॥ ଗୃହରେ ଅଶ୍ୱତ୍ଥ ବୃକ୍ଷ କୁଣ୍ଡରେ ଲଗାଇ ପୂଜା କରନ୍ତୁ ଶୁଭଫଳ ପ୍ରାପ୍ତ ହେବ ॥ ପାରିବାରିକ କଳହ କିମ୍ବା ବ୍ୟବସାୟ ଜନିତ ସତର୍କତା ॥

ମୀନ -ଶୁଭ ରଙ୍ଗ ନିଳ ଓ ହଳଦିଆ ପ୍ରତ୍ୟେକ କ୍ଷେତ୍ରରେ ସମୟ ସାଥ ଦେବ, ମାନସିକ ସ୍ଥିତି ଶାନ୍ତ ରହିବ ମାତ୍ର କିଛି ଅଚାନକ କ୍ଷତି ହୋଇପାରେ ସତର୍କ ରହିବେ ॥ ଗୃହରେ ବ୍ରହ୍ମଜଷ୍ଠୀ କିମ୍ବା ଦେବଦାରୁ ବୃକ୍ଷ ଲଗାଇ ପୂଜା କରିବେ ॥ ଯାନବାହାନ କିମ୍ବା ଯାଗାବାଡି ଜନିତ କ୍ଷୟକ୍ଷତି ପ୍ରତି ସତର୍କ ॥

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ