ଆଜି ଶନିବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳରୁ…

ମେଷ :-ଚାକିରି ବ୍ୟବସାୟ ଉଭୟ କ୍ଷେତ୍ରରେ ଶୁଭ ପରିବେଷ ମିଳିବ, ପିଲାମାନେ ମହିଳାମାନେ ଆଶା ଠାରୁ ଅଧିକ ଖୁସିରେ ରହିବେ, ମନମୁତାବକ ଆୟ କରିବାର ସୁଯୋଗ ଷୃଷ୍ଟି ହେବ, ଶିକ୍ଷାବିଭାଗ, ଠିକାଦାରି, କଳକବଜା, ପୁସ୍ତକ ମୁଦ୍ରଣ, ଆର୍ଥିକ କାରାବାର, ଜାଗାବାଡି ଗୃହନିର୍ମାଣ ଆଦି କର୍ମ ସହିତ ଜଡିତ ବ୍ୟକ୍ତିବିଶେଷ ଆଶାତିତ ଫଳ ପାଇବେ॥

ବୃଷ :-ଅଂଶୀଦାର ବ୍ୟବସାୟରେ ଲାଭବାନ ହେବେ ନାହିଁ ମାତ୍ର ଜାଗାବାଡି ଏବଂ ଗୃହନିର୍ମାଣ ବ୍ୟବସାୟରେ ଲାଭ ହେବ, ଦୁରଯାତ୍ରା ସଫଳ ରହିବ, ଅର୍ଥଚିନ୍ତା ଦୁର ହେବ ଏବଂ ମାନସିକ ଶାନ୍ତି ବଢିବ, ଯାନ୍ତ୍ରିକ ବିଭାଗ ଜନିତ ଚାକିରି ବା ଆୟର ବାଟ ମିଳିବ, ମନ ଉଗ୍ରସ୍ବଭାବ ଭରା ରହିବ, ତେଣୁ ଦିନର ଅଧିକାଂଶ ସମୟ ନିରବ ରହିବା ଶୁଭ ॥

ମିଥିନ :-ଟଙ୍କପଇସାକୁ ନେଇ ଚିନ୍ତା କମିବ ଏବଂ କୌଣସି ଜାଗାରୁ ଅର୍ଥ ଓ କର୍ମ ପ୍ରାପ୍ତିର ସୂଚନା ମିଳିଵ, ନୂଆ ଭୁମି କ୍ରୟ, ଗାଡି କ୍ରୟ, ରୋଜଗାର ପନ୍ଥା, ଔଷଧ ଏବଂ ଖେଳ ସାମଗ୍ରୀ ଜନିତ ବ୍ୟବସାୟ ଆଦି କ୍ଷେତ୍ରରେ ଶୁଭଫଳ ମିଳିବ ମାତ୍ର ହିସାବ ଠାରୁ ଅଧିକ ଖର୍ଚ୍ଚ ହେବ, ମନ ବିଚଳିତ ରହିବ ॥

କର୍କଟ :-ପାରିବାରିକ ପରିବେଷରେ ଖୁସି ମିଳିବ, ପିଲାଙ୍କର ଚାକିରିର ସୁଯୋଗ ଆସିବ, କର୍ମ କ୍ଷେତ୍ର ସ୍ଥିତିରେ ସୁଧାର ଆସିବ, ସରକାରି ସହାୟତା ମିଳିବ, ପରିବାରରେ ଦାୟିତ୍ବ ବୃଦ୍ଧି ହେବ,ପାରିବାରିକ ସମ୍ପର୍କରେ ଆନନ୍ଦ ମିଳିବ, ବିଷ୍ଣୁ ସହସ୍ରନାମ ଶୁଣନ୍ତୁ କଲ୍ୟାଣ ହେବ॥

ସିଂହ :-ଆଜି ରିଷ୍ଟପୂର୍ଣ୍ଣ ଦିବସ ରହିବ ତେଣୁ ମଥାରେ ରକ୍ତ ଚନ୍ଦନ ଲଗାନ୍ତୁ ରିଷ୍ଟ ଖଣ୍ଡନ ହେବା ସହିତ ମନ ସକରାତ୍ମକ ଓ ଶାନ୍ତ ରହିବ, କୌଣସି ପ୍ରକାରେ ସୁଖଶାନ୍ତି କ୍ଷୁର୍ଣ୍ଣ ହେବ, ମନ ଦ୍ବନ୍ଦ ମଧ୍ୟରେ ରହିବ, କାହା ସହିତ ମତାନ୍ତର ହେବ ତେଣୁ ଦୁନଭରି ନିରବ ରହିବେ ମାତ୍ର କୌଣସି ସମସ୍ୟାରୁ ମୁକ୍ତି ପାଇବେ ମାତ୍ର ସନ୍ତାନ ମାନଙ୍କୁ ନେଇ ଚିନ୍ତିତ ରହିବେ ॥

କନ୍ୟା :-ଅଚାନକ ଖୁସିଖବର ମିଳିବ, ନୂତନ କର୍ମସଂସ୍ଥାନର ସୁଯୋଗ ଷୃଷ୍ଟି ହେବ, ପିଲାଙ୍କର ଉଚ୍ଚଶିକ୍ଷା ପ୍ରତି ଆଗ୍ରହ ବଢିବ ମାତ୍ର ଚାକିରି ବ୍ୟବସାୟରେ ସତର୍କ ରହିଥିବେ ନଚେତ କ୍ଷୟକ୍ଷତି ହେବ, ମହିଳାମାନେ ଦୁର୍ବଳତା ଅନୁଭବ କରିବେ॥

ତୁଳା :-କୌଣସି ପ୍ରକାର ଯୋଜନାରେ ସଫଳ ହେବେ, ଆୟରେ ବୃଦ୍ଧିହେବ, କୌଣସି ଅତିତର ଯୋଜନାରେ ସଫଳ ହେବେ, କପଡା ବ୍ୟବସାୟ, ଜଳ ଏବଂ ମୃଦୁପାନିୟ ବ୍ୟବସାୟ, ଔଷଧ ବ୍ୟବସାୟରେ ଉର୍ଣ୍ଣତି ଆନୁଭୁତ ହେବ, ମହିଳା ମାନଙ୍କର ମନର ଆଶା ପୁରଣ ହେବ, ପିଲାମାନଙ୍କର ଭବିଷ୍ୟତର ପାଠପଢା ଚାକିତି କ୍ଷେତ୍ରରେ ଶୁଭ ଖବର ମିଳିବ॥

ବିଛା :-ମନର ଆଶା ପୁରଣ ହେବ, ଚେଷ୍ଟା କରୁଥିବା କାମଗୁଡିକରେ ସଫଳ ହେବେ ତେଣୁ ମାନସିକ ଶାନ୍ତି ପ୍ରାପ୍ତ ହେବ, ଚାକିରିରେ ଶୁଭତ୍ବ ଏବଂ ବ୍ୟବସାୟରେ ଲାଭ ବଢିବ, ପୁରୁଣା ରୋଗରୁ ଉପସମ ମିଳିବ, ଶତୃଭୟ ଥିଲେ ପରିବର୍ତ୍ତନ ହେବ, ପିଲାମନଙ୍କର ଭବିଷ୍ୟତର ପାଠପଢା ଏବଂ କର୍ମନିଯିକ୍ତିକୁ ନେଈ ନିଷ୍ପତି ନେବାରେ ମନ ବିଚଳିତ ରହିବ॥

ଧନୁ ରାଶି :-ଆଜି କୌଣସି ଅଚାନକ ଖର୍ଚ୍ଚ ବଢିବ କିମ୍ବା କାହା ସହିତ ମନାନ୍ତର ମତାନ୍ତର ହେବ ତେଣୁ କୌଣସି ତରବରିଆ ନିଷ୍ପତି ନେବେ ନାହିଁ, ପାରିବାରିକ ଜୀବନରେ କିଛି ଭୁଲ ନିଷ୍ପତି ନେଇ ପଶ୍ଚାତାପ କରିବେ, ଅଯଥା ଖର୍ଚ୍ଚ ବଢିବ, ବନ୍ଧୁମୀଳନ ବଢିବ॥

ମକର ରାଶି :-କୌଣସି ପ୍ରକାରର ଧୋକା ମିଳିବ, ଚେଷ୍ଟା କରୁଥିବା କାର୍ଯ୍ୟ ବିଗିଡି ଯିବ, ଗଛିତ ଅର୍ଥବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହି ସଠିକ ନିଷ୍ପତି ନେଇ ନପାରି ମନ ଦୁଃଖ ହେବ, ହଳଦି ଅକ୍ଷତ ଓ ଚନ୍ଦନ ମଥାରେ ଟିକା ଲଗାନ୍ତୁ, ଗୁରୁଜନଙ୍କର ଆଶିବାଦ ନିଅନ୍ତୁ ॥

କୁମ୍ଭ ରାଶି -:ମାନ ସମ୍ମାନ,ଧନ କ୍ଷେତ୍ରରେ ଶୁଭଫଳ ମିଳିବ, କୌଣସି ଦିଗରୁ ରୋଜଗାର ନିମନ୍ତେ ସୁଯୋଗ ମିଳିବ, ନୂତନ ପ୍ରକଳ୍ପର ସନ୍ଧାନ ମିଳିବ, ମୋଟରଯାନ ଏବଂ କଳକାରଖାନା ସମ୍ବନ୍ଧିୟ କ୍ଷେତ୍ରରେ ରୋଜଗାରର ବାଟ ଫିଟିବ, କୌଣସି ପ୍ରକାର ପୁରୁଣା ରୋଗର ଉପଷମ ହେବ, ପିଲାମାନେ ଆଶା ଠାରୁ ଅଧିକ ଶୁଭଫଳ ପାଇବେ॥

ମୀନ ରାଶି :-ଆଜି ଦିନଟି ଶୁଭରେ ଶୁଭରେ କଟିବ, ଆଶାଜନକ ସମସ୍ତ ପରିବେଷ ପରିସ୍ଥିତି ରହିବ, ଆଜି ବାଧାବିଘ୍ନ ରହିବ ତେଣୁ କିଛି ଚାଉଳ ଏବଂ ଗହମ ପାରାଙ୍କୁ ଦିଅନ୍ତୁ ଅଟକିଥିବା କାମ ପୁରଣ ହେବ॥

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ