ଆଜି ଶୁକ୍ରବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳରୁ…
ମେଷ :-ଆଜି ଶାରୀରିକ ପୀଡ଼ା ମାନସିକ ଦୁଶ୍ଚିନ୍ତା କର୍ମକ୍ଷେତ୍ରରେ ଅସ୍ଥିରତା ଦେଖାଦେଇପାରେ। କାର୍ଯ୍ୟ କ୍ଷେତ୍ରରେ ଉଚ୍ଚ ଅଧିକାରୀମାନଙ୍କ ସହିତ ସାବଧାନ ପୂର୍ବକ କାର୍ଯ୍ୟ କରନ୍ତୁ। ସନ୍ତାନମାନଙ୍କର ସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ। ପ୍ରତିଦ୍ୱନ୍ଦୀ ନିଜର ଚାଲରେ ସଫଳ ହେବେ।ପ୍ରତିକାର ହନୁମାନ ଦର୍ଶନ କରିବା ସହିତ ଚାଳିଶା ପାଠ କରନ୍ତୁ।
ବୃଷ :-ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ସୁଯୋଗ ମିଳିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ଭଲ ରହିବ । ମିତ୍ରମାନଙ୍କଠାରୁ ଶୁଭ ସମାଚାର ମିଳିପାରେ।ପ୍ରତିକାର ମହାପ୍ରଭୁ ନୃସିଂହ କବଚ ପାଠ କରନ୍ତୁ।
ମିଥୁନ :-ଆଜି ଆପଣଙ୍କ ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ଯ୍ୟରେ ସଫଳତା ଏବଂ ଯଶ ପ୍ରାପ୍ତି ହେବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। ସ୍ଵାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭ ହେବ। ଅଫିସ୍ ରେ ମନମାଳିନ୍ୟ ହୋଇପାରେ। ତେଣୁ ସାବଧାନତା ଅବଲମ୍ବନ କରନ୍ତୁ। ପ୍ରତିକାର ସାତଟି ଦୁବ ଓ ପାନ ପତ୍ର ଗଣେଶଙ୍କୁ ଚଢାନ୍ତୁ।
କର୍କଟ :-ଆଜି ଯଗିରଖି ଚଳନ୍ତୁ ଦିନର ଆରମ୍ଭ ଚିନ୍ତା ଏବଂ ଉଦ୍ଵେବେଗ ସହିତ କଟିବ। ସ୍ଵାସ୍ଥ୍ୟଗତ କାରଣ ଯୋଗୁ ଚିକିତ୍ସକଙ୍କ ପରାମର୍ଶ ନେବା ପାଇଁ ବାଧ୍ୟ ହେବେ। ଆକସ୍ମିକ ଧନ ଖର୍ଚ୍ଚ ହୋଇପାରେ। ପ୍ରେମ ପ୍ରସଂଗରେ ମନମାଳିନ୍ୟ ହୋଇପାରେ। ଯାତ୍ରାରେ ଅସୁବିଧା ଆସିପାରେ ।ପ୍ରତିକାର ଶିବ ଦର୍ଶନ କରିବା ସହିତ ସାତଟି ତ୍ରିଶାଖା ବେଲ ପତ୍ର ମହା ମୃତ୍ୟୁଞ୍ଜୟ ମନ୍ତ୍ରରେ ଶିବଲିଙ୍ଗ ଉପରେ ଚଢାନ୍ତୁ।
ସିଂହ :-ଆଜି ନକାରାତ୍ମକ ବିଚାର ମାନସିକ ଦୁଶ୍ଚିନ୍ତା ସୃଷ୍ଟି କରିବ। ଶାରୀରିକ ଏବଂ ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିବେ। ମାତା-ପିତାଙ୍କର ସହିତ ମତଭେଦ ହୋଇପାରେ। ଜମି, ବାସଗୃହ ତଥା ବାହନ ଆଦିର କାଗଜପତ୍ରରେ ସ୍ବାକ୍ଷର କଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ।ପ୍ରତିକାର ଓଁ ଘୃଣି ସୂର୍ଯ୍ଯାୟ ନମଃ ଏହି ମନ୍ତ୍ରରେ ଗୁଡ଼ ପାଣିରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ।
କନ୍ୟା :-ଆଜି ଭାବି ବିଚାରି କୌଣସି କାର୍ଯ୍ୟ କରନ୍ତୁ ବିଳମ୍ବରେ କାର୍ଯ୍ୟସିଦ୍ଧି ହେବ। ପ୍ରତିଯୋଗୀମାନେ ପରାଜିତ ହେବେ।ଭାଇବନ୍ଧୁ ଏବଂ ପଡ଼ୋଶୀମାନଙ୍କ ସହିତ ଖୂବ ଭଲ ସମ୍ପର୍କ ରହିବ। ଆର୍ଥିକ ଲାଭ ମଧ୍ୟ ହେବ।କୈ।ଣସି ଶୁଭ ଖବର ଶୁଣିପାରନ୍ତି।ପ୍ରତିକାର-: ନାରାୟଣଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶ ଥର ଜପ କରନ୍ତୁ।
ତୁଳା :-ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବା ପୂର୍ବରୁ ଭାବି ବିଚାରି ନିଅନ୍ତୁ। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ରଖିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଭଲ ରହିବ। ଅପରାହ୍ନରେ କୋୖଣସି ଶୁଭ ଖବର ଶୁଣିପାରନ୍ତି। ପ୍ରତିକାର କୈାଣସି ଅସହାୟ ବ୍ୟକ୍ତିକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।
ବିଚ୍ଛା :-ଆଜି ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ। କୁଟୁମ୍ବ ଏବଂ ମିତ୍ରମାନଙ୍କ ସହିତ କୈାଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ ଆୟ ବୃଦ୍ଧି ଘଟିବ।ଅପେକ୍ଷା କରିଥିବା ଶୁଭ ସମାଚାର ପ୍ରାପ୍ତ ହେବ।ପ୍ରତିକାର ସାତଟି ଲାଲ୍ ରଙ୍ଗର ମନ୍ଦାର ମା ପାର୍ବତୀଙ୍କୁ ଚଢାନ୍ତୁ।
ଧନୁ :-ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ଯଗିରଖି ଚଳନ୍ତୁ ଦିନ ଆପଣଙ୍କପାଇଁ ଟିକେ କଷ୍ଟଦାୟକ ହୋଇପାରେ। ସ୍ଵାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ।ପାରିବାରିକ ସମ୍ପର୍କ ଭିତରେ ମନୋମାଳିନ ଦେଖାଦେଇପାରେ । ଅଧିକ ଖର୍ଚ୍ଚ ହେବାରୁ ଧାର କରଜ କରିବାକୁ ପଡିପାରେ ପ୍ରତିକାର ହନୁମାନଙ୍କ ସିନ୍ଦୂର ମଥାରେ ଲଗାନ୍ତୁ ଓ ହନୁମାନ ଚାଳିଶା ପାଠ କରନ୍ତୁ।
ମକର :-ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆଜିର ଦିନ ଶୁଭ ଫଳ ପ୍ରଦାନ କରିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ସପରିବାର କୈାଣସି ମାଙ୍ଗଳିକ ବିଷୟରେ ଆଲୋଚନା କରି ଆଲୋଚନାକୁ ଶେଷ ପର୍ଯ୍ୟାୟରେ ପହ଼଼ଞ୍ଚାଇବେ ପୁତ୍ର ଓ କନ୍ୟାଙ୍କର ବୈବାହିକ ସମସ୍ୟାର ସମାଧାନ ହେବ।ପ୍ରତିକାର ଶିବ ଦର୍ଶନ କରିବା ସହିତ ପ୍ରଭୁଙ୍କ ପାଖରେ କର୍ପୁର ଆଳତୀ କରି ଆଳତୀର କଳାକୁ ମୁଣ୍ଡରେ ମାରନ୍ତୁ।
କୁମ୍ଭ :-ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ନିର୍ଵିଘ୍ନରେ ସମ୍ପୂର୍ଣ୍ଣ ହେବ, ଯେଉଁଥିପାଇଁ ଆପଣ ଖୁସି ରହିବେ। ଚାକିରି-ବ୍ୟବସାୟ କ୍ଷେତ୍ରରେ ପରିସ୍ଥିତି ଅନୁକୂଳ ରହିବ ଏବଂ କାର୍ଯ୍ୟରେ ସଫଳତା ମିଳିବ। ଗୃହସ୍ଥ ଜୀବନରେ ଆନନ୍ଦ ରହିବ। ଧନ ପ୍ରାପ୍ତି ଏବଂ ପଦୋନ୍ନତିର ଯୋଗଅଛି।ପ୍ରତିକାର କୁଆ ଏବଂ କୁକୁରକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।
ମୀନ :-ଆଧ୍ୟାତ୍ମିକତା ଦିଗରେ ମନୋନିବେଶ କରିବେ। ଅଚାନକ ଧନ ଲାଭ ହେବ କିନ୍ତୁ ସଞ୍ଚୟ ନହୋଇ ଅଯଥା ବ୍ୟୟ ହୋଇଯାଇ ପାରେ । ଶତ୍ରୁମାନେ ପରାଜିତ ହେବେ। ଅପ୍ରିୟ ସତ୍ୟ କଥା କହି ଦୋଷୀ ସାବ୍ୟସ୍ତ ହୋଇ ମନସ୍ତାପ କରିବେ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ। ପ୍ରତିକାର କଞ୍ଚା କ୍ଷୀରରେ କଳାରାଶି ମିଶାଇ ଅଶ୍ବତ୍ଥ ବୃକ୍ଷ ମୂଳରେ ଢାଳନ୍ତୁ।


