ଆଜି ଶୁକ୍ରବାର (୨୭.୦୬.୨୦୨୫) ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳରୁ…

ମେଷ :- ବ୍ୟବସାୟୀମାନେ କରୁଥିବା ବ୍ୟବସାୟରେ ଲାଭବାନ ହେବେ । ଉଚ୍ଚ ଅଧିକାରୀଙ୍କ ସହ ଭଲ ସମ୍ପର୍କ ରଖନ୍ତୁ ଆପଣଙ୍କୁ ବହୁତ ସାହାଯ୍ୟ ମିଳିବ । ଆଶା କରୁଥିବା ଦିଗରୁ ଅର୍ଥ ପାଇବା କଷ୍ଟକର ହୋଇପାରେ । ମନଗଢା କଥା କହି ବନ୍ଧୁମାନେ ଆପଣଙ୍କୁ ଅସୁବିଧାରେ ପକାଇ ପାରନ୍ତି ।

ବୃଷ :- ଅଯଥା ଖର୍ଚ୍ଚରୁ ନିଜକୁ ରୋକିବାକୁ ହେବ ନଚେତ ଆବଶ୍ୟକତା ସମୟରେ ଆପଣଙ୍କ ପାଖରେ ପଇସାର ଅଭାବ ଦେଖାଯାଇପାରେ । ମହିଳାମାନେ ପରିବାରରେ ପୃଷ୍ଟି ସାଧନ ପାଇଁ ପ୍ରୟାସ କରିବେ । ଆଇନ ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂର ହେବ ।  ନୂତନ ବାହନ ଆଦି ପ୍ରାପ୍ତି ହେବାର ଯୋଗ ଅଛି ।

ମିଥୁନ :- ନିଜର କର୍ତ୍ତବ୍ୟନିଷ୍ଠା ଫଳରେ ପରିବାରର ଲୋକମାନଙ୍କ ଠାରୁ ବହୁତ ଭଲପାଇବା ପାଇବେ । ପରୀକ୍ଷାର୍ଥୀମାନେ ସଫଳ ହୋଇ ଉଚ୍ଚ ପଦ ହାସଲ କରିପାରନ୍ତି ।  କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତିବିଶେଷଙ୍କ ଦ୍ୱାରା ପ୍ରତିବନ୍ଧକ ଦେଖାଦେଇପାରେ । କୌଣସି ଲୋକଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ ।

କର୍କଟ :- ପରିବାରରେ ନୂଆ ଦାୟିତ୍ୱ ଗ୍ରହଣ କରିବେ । ବୁଝି ବିଚାରି ସମସ୍ୟାର ସମାଧାନ କରିବେ । ସମାଜ ସେବାରେ ମନ ବଳାଇବେ । ସଙ୍ଗୀତରେ ରୁଚି ରଖିଥିବା ଲୋକଙ୍କୁ ଭଲ ଗୁରୁ ମିଳିବେ । ଚାକିରିଆ ଅଫିସ୍ କାମରେ ଦୂର ଜାଗାକୁ ଯାତ୍ରା କରିବେ ।

ସିଂହ :- କର୍ମକ୍ଷେତ୍ରରେ ନିବେଶ କରିଲେ ଉନ୍ନତି ହେବା ସହ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ । ବ୍ୟବସାୟୀମାନେ ଆବଶ୍ୟକତାଠାରୁ ଅଧକ ଆଦାନ ପ୍ରଦାନ କରିବେ । ପାରିବାରିକ ସମସ୍ୟା କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବେ । ପିଲାମାନେ ସବୁକ୍ଷେତ୍ରରେ ସଫଳତା ହାସଲ କରିବେ ।

କନ୍ୟା :- କର୍ମ କ୍ଷେତ୍ରରେ  ଶତ୍ରୁତା ବୃଦ୍ଧି  ହୋଇପାରେ । ପ୍ରିୟ ବନ୍ଧୁଙ୍କ ସହିତ ଗପସପରେ ସମୟ ବିତାଇବେ । ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ । ଚାକିରି କ୍ଷେତ୍ରରେ ପ୍ରିୟପାତ୍ର ହୋଇପାରନ୍ତି । କୌଣସି ଦୂର ସ୍ଥାନକୁ ତୀର୍ଥ ଯାତ୍ରାର ସୁଯୋଗ ପାଇବେ ।  ଆପଣଙ୍କ ଆୟ ପୂର୍ବ ପରି ରହିବ । ସମାଜରେ ମାନ ସମ୍ମାନ ପାଇପାରନ୍ତି ।

ତୁଳା :- ପରିବାରରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ବନ୍ଧୁମାନେ ଆପଣଙ୍କ ଘରକୁ ହଠାତ୍ ଆସିପାରନ୍ତି । କର୍ମ କ୍ଷେତ୍ରରେ ସତର୍କରେ ଚଳନ୍ତୁ ନହେଲେ ଝାମେଲା ଅଧିକ  ବଢିଯାଇପାରେ । ଚଳଚିତ୍ର ଆଦି କ୍ଷେତ୍ରରେ ବିଶେଷ ଲାଭବାନ ହେବେ । ଅଳ୍ପ ଖର୍ଚ୍ଚରେ ଆବଶ୍ୟକତା ଚଳାଇ ନେବାକୁ ଚିନ୍ତା କରିପାରନ୍ତି ।

ବିଛା :- ବାପାମାଆଙ୍କ ପରାମର୍ଶ ଆପଣଙ୍କ ଲାଗି ଫଳପ୍ରଦ ସାବ୍ୟସ୍ତ ହେବ । ସାଙ୍ଗସାଥିମାନଙ୍କ ପାଇଁ ଅଧିକ ଖର୍ଚ୍ଚ କରିପାରନ୍ତି । ଆପଣ ଅଜ୍ଞାତ ବିପଦର ସମ୍ମୁଖିନ ହୋଇପାରନ୍ତି । କର୍ମ ତତ୍ପରତା ହେତୁ ଆଗେଇ ଚାଲିବେ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ । 

ଧନୁ :- ଶିକ୍ଷାରେ ପ୍ରଗତି ହେବାର ସମ୍ଭାବନା ଅଛି । ଯେକୈାଣସି କାମରେ ଯଥେଷ୍ଟ ଲାଭବାନ୍ ହେବ । ବ୍ୟବସାୟ କ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନଚେତ୍ ଠକାମିରେ ପଡିବେ । ନୂତନ ଘର ତିଆରି କରିପାରନ୍ତି । ମହିଳାମାନେ ପୂଜା ପାଠରେ ମନୋନିବେଶ କରିପାରନ୍ତି ।  

ମକର :- କାରବାରରେ  ସଫଳତା ପାଇବେ । ଲେଖାପଢା ପ୍ରତି ଆଗ୍ରହ ରୁଚି ବଢିବ । ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ । ମହିଳାମାନେ ସରକାରୀ ଚାକିରିର ସୁଯୋଗ ପାଇବେ । ଅର୍ଜିତ ଧନ ଓ ମାନ ହାନି ଘଟିପାରେ । ଦୈବୀ ଆଶୀର୍ବାଦରୁ ସମସ୍ୟାଗୁଡିକ ସେତେ ଗୁରୁତ୍ୱର ହେବ ନାହିଁ । ଦୂର ଯାତ୍ରାରେ ଲକ୍ଷଣ ପୂରଣ କରିପାରନ୍ତି ।

କୁମ୍ଭ :- ସମାଜ ସେବାରେ ମନ ବଳାଇବେ । ଆଶା କରୁଥିବା ଦିଗରୁ ଅର୍ଥ ପାଇବା କଷ୍ଟକର ହୋଇପାରେ । ଆଇନ ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂର ହେବ । ନୂତନ ବାହନ ଆଦି ପ୍ରାପ୍ତି ହେବାର ଯୋଗ ଅଛି । ପରିବାରରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ବନ୍ଧୁମାନେ ଆପଣଙ୍କ ଘରକୁ ହଠାତ୍ ଆସିପାରନ୍ତି ଯାହା ଆପଣ ଙ୍କୁ ଆନନ୍ଦ ଦେବ ।

ମୀନ :- ଚାକିରି କ୍ଷେତ୍ରରେ ପ୍ରିୟପାତ୍ର ହୋଇପାରନ୍ତି । କୌଣସି ଦୂର ସ୍ଥାନକୁ ତୀର୍ଥ ଯାତ୍ରାର ସୁଯୋଗ ପାଇବେ ।  ଆପଣଙ୍କ ଆୟ ପୂର୍ବ ପରି ରହିବ । ସମାଜରେ ମାନ ସମ୍ମାନ ପାଇବେ । କୌଣସି ଲୋକଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ । ପ୍ରିୟ ବନ୍ଧୁଙ୍କ ସହିତ ଗପସପରେ ସମୟ ବିତାଇବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ