ଆଜି ଶେଷ ରଜ ପୁଣି ଅପେକ୍ଷା ଆର ବର୍ଷକୁ
( ଦିପ୍ତି ): ବନସ୍ତେ ଡାକିଲା ଗଡ ବରଷକେ ଥରେ ଆସିଛି ରଜଲୋ ଘେନି ନୂଆ ସଜବାଜ , ଗାଁ ଠାରୁ ସହର ସବୁଠି ପିଠା ପଣା ବାସ୍ନାରେ ମହକି ଉଠୁଛି ପୁରପଲ୍ଲୀ ଆଜି ଶେଷ ରଜ । ତିନି ଦିନ ରଜ ଉସବର ଆଜି ହେଉଛି ଅନ୍ତିମ ଦିବସ । ପିଠା ମିଠା ପାନର ମହକରେ ଗାଁ ହୋଇଛି ସୁଗନ୍ଧିତ । ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଦୋଳି ,ବାଗୁଡି ଓ ତାସ ଖେଳରେ ନିଜକୁ ସାମିଲ କରିଛନ୍ତି । ଝିଅ ମାନେ ସକାଳୁ ସକାଳୁ ସଜବାଜ ହୋଇ ସତେ ଯେପରି ସାଧବ ବୋହୁ ଭଳି ସଜେଇ ହୋଇ ପାନ ଖାଇ ଗୋଡରେ ଅଳତା ଲଗାଇ ରଜଦୋଳିର ମଜା ନେଉଛନ୍ତି । ରଜ ଓଡିଶାର ଏକ ପାରମ୍ପରିକ ଓ ଗଣପର୍ବ । ରଜ ୪ ଦିନ କୁ ସଜବାଜ ଦ୍ୱିତୀୟ ଦିନକୁ ପହିଲି ରଜ ,ତୃତୀୟ ଦିବସକୁ ରଜ ସଂକ୍ରାନ୍ତି ଶେଷ ଦିନକୁ ଶେଷ ରଜ ରୁପେ ପାଳନ କରାଯାଏ । ଇତିହାସରେ ବର୍ଣ୍ଣିତ ଅଛି ରଜ ଶବ୍ଦର ଅର୍ଥ ରଜବତୀ ହେବା । ଯାହା ପୃଥିବୀକୁ ମାତା ଭାବରେ ବଣ୍ଣନା କରି ବଷାଁର ଆଗମନରେ ସେ ରଜସ୍ୱଳା ହେବାର ନୂତନ ଶସ୍ୟ ଜନ୍ମ ନେବାର ଭାବନା ପରିପ୍ରକାଶ କରିଥାଏ । ଏହି ସମୟରେ ଚାଷୀ ମାନେ ବସୁମତି କୁ ଓ ନିଜର କୃଷି ଉପକରଣ ହଳ ଲଙ୍ଗଳକୁ ପୂଜା କରିବା ସହିତ ଚାଷ କାର୍ଯ୍ୟରୁ ସଂମ୍ପୂର୍ଣ୍ଣ ନିର୍ବୁତ୍ତ ରହନ୍ତି । ଆଉ ଏହି ସମୟରେ କୁମାରୀ କନ୍ୟା ମାନେ ବସୁମତି ମାତା ଉପରେ ଖାଲି ଗୋଡରେ ଚାଲନ୍ତି ନାହିଁ ବୋଲି ପଂରମ୍ପରା ରହିଛି । ସେଥିପାଇଁ ସେମାନେ କଦଳୀ ପାଟୁଙ୍ଗା ତିଆରି ଚପଲ କରି ପିନ୍ଧିବାର ବିଧି ରହିଛି । କିନ୍ତୁୁ ଆଜିର ସେ ରଜର ବାସ୍ନା ଓ ମହକ ଧିରେ ଧିଲେ ଲୋପ ପାଇବାରେ ଲାଗିଛି ।