ଆଜି ସଂସଦରେ ଉପସ୍ଥାପିତ ହେବ ଟ୍ରିପଲ ତଲାକ୍ ବିଲ୍
(ଯୁଗାବ୍ଦ ନ୍ୟୁଜ୍) ଆଜି ରାଜ୍ୟସଭାରେ ଉପସ୍ଥାପିତ ହେବ ମୋଦୀ ସରକାରଙ୍କ ବହୁପ୍ରତିକ୍ଷିତ ଟ୍ରିପଲ ତଲାକ୍ ବିଲ୍ ।ଏହି ବିଲ୍ଟି ଲୋକସଭାରେ ପାରିତ ହେବାପରେ ସଂସଦର ଉଚ୍ଚ କକ୍ଷ ରାଜ୍ୟସଭାରେ ଗୃହିତ କରିବା ପାଇଁ ଚାହୁଁଛନ୍ତି କେନ୍ଦ୍ରସରକାର । ବିଲ୍ ଟି ଆବତ ହେବାକୁ ଥିବାରୁ ସବୁ ବିଜେପି ସାଂସଦ ମାନେ ଗୃହରେ ଉପସ୍ଥିତ ରହିବାକୁ ଦଳ ତରଫରୁ ହ୍ୱିପ୍ ଜାରି କରାଯାଇଛି। ଅନ୍୍ୟପଟେ ବିଲ୍ କୁ ସମର୍ଥନ କରିବ ବୋଲି ବିଜୁ ଜନତା ଦଳର ସାଂସଦ ପ୍ରସନ୍ନ ଆଚାର୍ୟ୍ୟ ସୂଚନା ଦେଇଛନ୍ତି । ବିଲ୍ ଟି ଲୋକସଭାରେ ପାରିତ ହୋଇଥିବାରୁ ରାଜ୍ୟସଭାରେ ପାରିତ କରିବା ପାଇଁ କେନ୍ଦ୍ରସରକାର ଚାହୁଁଛନ୍ତି । କିନ୍ତୁ ଆବଶ୍ୟକ ସଂଖ୍ୟା ରାଜ୍ୟସଭାରେ ନଥିବାରୁ ସରାକାର ଆଞ୍ଚଳିକ ପାର୍ଟି ଉପରେ ଭରସା କରୁଛନ୍ତି । ଏହି ପ୍ରକ୍ରିୟାରେ ସାମିଲ ହେବ ନାହିଁ ଜେଡିସ୍ ବୋଲି କହିଛି । ଏହି ବିଲ୍ଟି କୁ ପାରିତ କରିବା ପାଇଁ ୧୨୧ ଟି ଭୋଟର ଆବଶ୍୍ୟକତା ରହିଛି ।


