ଆଜି ସଂସଦ ଟିଭିର ଉଦଘାଟନ
ନୂଆଦିଲ୍ଲୀ : ଆଜି ଉପରାଷ୍ଟ୍ରପତି ଏବଂ ରାଜ୍ୟସଭାର ସଭାପତି ଏମ୍. ଭୈଙ୍କିୟା ନାଇଡୁ ସଂସଦ ଟିଭିର ଉଦ୍ଘାଟନ କରିବେ । ସଂସଦ ଭବନସ୍ଥିତ ଏନେକ୍ସିରେ ସନ୍ଧ୍ୟା ୬ଘଂଟା ସମୟରେ ଉଦ୍ଘାଟନ ସମାରୋହର ଆୟୋଜନ କରାଯିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ଅଧ୍ୟକ୍ଷ ଓମ୍ ବିରଲା ସମେତ ଅନ୍ୟ ଗଣମାନ୍ୟ ଲୋକ ଉପସ୍ଥିତ ରହିବେ । ତେବେ ଗତ ମାର୍ଚ୍ଚ ମାସରେ ରାଜ୍ୟସଭା ଏବଂ ଲୋକସଭା ଟିଭିର ବିଲୟ କରାଯାଇଥିଲା । ରାଜ୍ୟସଭାର ସଭାପତି ଏବଂ ଲୋକସଭା ଅଧ୍ୟକ୍ଷଙ୍କ ସହମତି ପରେ ଏହା ଫଇସଲା କରାଯାଇଥିଲା । ସଂସଦ ଟିଭିର ଉଦ୍ଘାଟନ ପରେ ସଂସଦର ଦୁଇ ସଦନର କାର୍ଯ୍ୟକ୍ରମ ଗୋଟିଏ ଚ୍ୟାନେଲ୍ରେ ଦେଖାଯାଇପାରିବ ।