ଆଜି ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସର ଟ‌କ୍କର

ନୂଆଦିଲ୍ଲୀ (‌ୱାଇଏନ୍‌ଏସ୍‌): ପ୍ରଥମ ବିଜୟ ଲକ୍ଷ୍ୟରେ ଆଇପିଏଲ୍‌-୨୦୨୧ର ନବମ ଲିଗ୍‌ ମୁକାବିଲାରେ ଶନିବାର ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ । ଲଗାତର ଭାବେ ୨ଟି ମ୍ୟାଚ୍‌ରେ ପରାଜିତ ହୋଇଥିବା ଡେଭିଡ୍‌ ୱାର୍ଣ୍ଣରଙ୍କ ସନ୍‌ରାଇଜର୍ସ ଏହି ମ୍ୟାଚ୍‌ ଜିତି ପଏଣ୍ଟ ଖାତା ଖୋଲିବା ଲକ୍ଷ୍ୟରେ ରହିବ । ଅନ୍ୟ ପଟରେ ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ଜାରି ରଖିବାକୁ ପ୍ରୟାସ କରିବ । ହାଇଦ୍ରାବାଦ ଚିପକ୍‌ରେ ଖେଳିଥିବା ପ୍ରଥମ ଦୁଇଟି ଯାକ ମ୍ୟାଚ୍‌ରେ ପରାଜିତ ହୋଇଥିଲା । ପ୍ରଥମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (୧୦ରନ୍‌ରେ) ଏବଂ ଦ୍ୱିତୀୟ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ( ୬ରନ୍ )ଠୁ ହାରିଯାଇଥିଲା । ବ୍ୟାଟିଂ ବିଭାଗର ନୈରାଶ୍ୟଜନକ ପ୍ରଦର୍ଶନ ଦଳ ପରାଜୟର ମୁଖ୍ୟ କାରଣ ଥିଲା । ଉପଯୁକ୍ତ ବ୍ୟାଟିଂ କ୍ରମ ଚୂଡ଼ାନ୍ତ କରିବା ଜରୁରୀ ହୋଇପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ