ଆଜି ସରିବ ପ୍ରଚାର, ୨୧ ରେ ନିର୍ବାଚନ
(ଯୁଗାବ୍ଦ ନ୍ୟୁଜ )ବିଜେପୁର ପାଇଁ ସୋମବାର ହେବ ମତଦାନ । ଏହା ପୂର୍ବରୁ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ଭୋଟର ମାନଙ୍କୁ ଆକୃଷ୍ଟ କରିବା ପାଇଁ ଜୋର ଧରିଛି ପ୍ରଚାର । ଶନିବାର ପ୍ରଚାରର ଶେଷ ଦିନ ହୋଇଥିବାରୁ ସମସ୍ତ ରାଜନୈତିକ ଦଳ ପ୍ରଚାର ଅଭିଯାନକୁ ଜୋରସୋର କରିଥିବା ଦେଖିବାକୁ ମିଳିଛି। ଶାନ୍ତିଶୃଙ୍ଖଳାରେ କିପରି ଭୋଟଗ୍ରହଣ ହେବ ସେଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବରଗଡ଼ ଜିଲାପାଳ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ଭୋଟ ଗ୍ରହଣ ଲାଗି ବିଜେପୁରରେ ମୋଟ ୨୮୫ଟି ବୁଥ୍ କରାଯାଇଛି। ସେଗୁଡ଼ିକ ମଧ୍ୟରୁ ୧୩୫ଟି ବୁଥ୍ ସମ୍ବେଦନଶୀଳ। ଏହି ସମ୍ବେଦନଶୀଳ ବୁଥଗୁଡ଼ିକରେ ସିସିଟିଭି କ୍ୟାମେରା ଲଗାଯିବାର ବ୍ୟବସ୍ଥା ହୋଇଛି। ଭୋଟରମାନେ ୧୧ ପ୍ରକାର ପରିଚୟପତ୍ର ଦେଇ ମତଦାନ କରିପାରିବେ। ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ କହିଛନ୍ତି।


