ଆଜି ସର୍ବାଧିକ ଗଞ୍ଜାମରୁ ୨୧୫ ଚିହ୍ନଟ
ଛତ୍ରପୁର, (ୱାଇଏନ୍ଏସ୍): ଲମ୍ଫମାରୁଛି କରୋନା । ଦିନକୁ ଦିନ ରାଜ୍ୟରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି । ଆଜି ସର୍ବାଧିକ ଗଞ୍ଜାମରୁ ୨୧୫ ଚିହ୍ନଟ ହୋଇଛନ୍ତି । ଗଞ୍ଜାମର ସ୍ଥିତି ଅଣାୟତ ହେବାରେ ଲାଗିଛି । ଆଜି ପୁଣି ୫୨୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୩୮ କ୍ଵାରେଣ୍ଟିନ ସେଣ୍ଟରରୁ ହୋଇଥିବା ବେଳେ ୧୮୯ ଜଣ ସ୍ଥାନୀୟ ସଂକ୍ରମିତ। ଏହାକୁ ମିସାଇ ରାଜ୍ୟରେ ୧୦ ହଜାର ୬୨୪କୁ ବୃଦ୍ଧି ପାଇଛି ।ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ମିଳିଛି। ଅନ୍ୟପଟେ ଆଜି ରାଜ୍ୟରେ 6 ଜଣଙ୍କର ମୁଣ୍ଡ ନେଇଛି କରୋନା । ଏହାସହ ଗଞ୍ଜାମରୁ ଆଜି ମଧ୍ୟ 3 ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏହାକୁ ମିସାଇ ଗଞ୍ଜାମରେ ମୋଟ 27 ଜଣଙ୍କର ମୃତ୍ୟୁ ଘଟିଛି l


