ଆଜି ସାବିତ୍ରୀ ଅମାବାସ୍ୟା ସ୍ୱାମୀଙ୍କ ଦୀର୍ଘାୟୁ ମନାସୀ ବ୍ରତ ପାଳୁଛନ୍ତି ସଧବା : ବିଭିନ୍ନ ମନ୍ଦିର ରେ ବ୍ରତଧାରୀଶ୍ରଦ୍ଧାଳୁ ଙ୍କ ଭିଡ଼
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ଆଜି ସାବିତ୍ରୀ ଅମାବାସ୍ୟା । ସ୍ୱାମୀଙ୍କ ମଙ୍ଗଳ ମନାସୀ ବ୍ରତ ପାଳୁଛନ୍ତି ସଧବା ଶ୍ରଦ୍ଧାଳୁ । ଯମରାଜଙ୍କ ପଛରେ ଯାଇ ସ୍ୱାମୀ ସତ୍ୟବାନଙ୍କ ଜୀବନ ଫେରାଇ ଆଣିଥିଲେ ସାବିତ୍ରୀ । ହିନ୍ଦୁ ଶାସ୍ତ୍ରର ସେହି ପୌରାଣିକ କଥାକୁ ମନେ ପକାଇ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ପୂଜା କରୁଛନ୍ତି ବିବାହିତା ମହିଳାମାନେ । ସକାଳୁ ସକାଳୁ ନୂଆ ଶାଢୀ, ଶଙ୍ଖା, ସିନ୍ଦୁର, ଅଳତା ନାଇଁ ବିଭିନ୍ନ ଫଳ ଓ ଫୁଲରେ ନୈବେଦ୍ୟ ସଜାଡିଛନ୍ତି । ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଅଞ୍ଚଳ ରେ ଘରେ ଘରେ ବି ସାବିତ୍ରୀଙ୍କ ପ୍ରତିମା ଗଢି ବା ଫୋଟ ଚିତ୍ର ସମ୍ମୁଖ ରେ ବ୍ରତ କଥା ଗାଇ ପୂଜା କରୁଛନ୍ତି ସଧବା ନାରୀ ।ସାବିତ୍ରୀ ପୂଜା ପାଇଁ ବିଭିନ୍ନ ମନ୍ଦିରରେ ସଧବାଙ୍କ ଭିଡ ଦେଖିବାକୁ ମିଳିଛି । ଗତ ଦୁଇବର୍ଷ ଧରି କରୋନା ପାଇଁ କଟକଣାରେ ସାବିତ୍ରୀ ବ୍ରତ ପାଳନ କରାଯାଉଥିଲା । ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ ରହିଥିଲା । କିନ୍ତୁ ଚଳିତବର୍ଷ କରୋନା ସଂକ୍ରମଣ ହ୍ରାସ ପାଇ ଥିବାରୁ ଭକ୍ତଙ୍କୁ ମନ୍ଦିରରେ ପୂଜା କରିବାର ଅନୁମତି ମିଳିଛି ।କରଞ୍ଜିଆ ର ବିଭିନ୍ନ ମନ୍ଦିର ମାନଙ୍କ ରେ ବ୍ରତ କରିବାକୁ ଶ୍ରଦ୍ଧାଳୁ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏହିବର୍ଷ ଫଳ ଦର ମଧ୍ୟ ଅଧିକ ରହିଥିବା ସତ୍ୱେ ଗାତଦୁଇଦିନ ଧରି ଫଳ ଓ ଶାଢ଼ୀ ଦୋକାନରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା ।


