ବିଜେପିର ଅଫିସିଆଲ ୱେବସାଇଟ୍ ହ୍ୟାକ
ବିଜେପିର ଅଫିସିଆଲ ୱେବସାଇଟ୍ ହ୍ୟାକ୍ ହୋଇଥିବା ନେଇ ସୋଶାଲ ମିଡିଆରେ ଘୁରି ବୁଲୁଛି। ହ୍ୟାକ୍ ହୋଇଥିବା ନେଇ ଖବର ମିଳିବା ପରେ ଦଳୀୟ ଆଇଟି ସେଲ ପକ୍ଷରୁ ସାମୟିକ ଭାବରେ ୱେବସାଇଟ୍କୁ ବନ୍ଦ ରଖାଯାଇଥିବାବେଳେ ଏହାକୁ ହ୍ୟାକ୍ କରିଥିବା ନେଇ କୌଣସି ହ୍ୟାକର ଏଯାଏ ନିଜକୁ ଦାୟୀ କରିନାହାନ୍ତି।କଂଗ୍ରେସର ଟ୍ୱିଟର ମ୍ୟାନେଜର ଦିବ୍ୟା ସ୍ପନ୍ଦନା ପ୍ରଥମେ ଏହି ବିଷୟରେ ଟ୍ୱିଟ୍ କରି ଜଣାଇଥିଲେ। ସେ ଏହି ଅବସରରର ସୁଯୋଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜର୍ମାନୀ ଚାନ୍ସେଲର ଆଞ୍ଜେଲା ମର୍କେଲଙ୍କ ଫଟୋ ଥିବା ଏକ ମଜାଳିଆ ଭିଡିଓ ପୋଷ୍ଟ କରିଥିଲେ