ଆଜି ସୁନୀଲ ବଂଶଲଙ୍କ ଶିମିଳିପାଳ ଗସ୍ତ
ବାରିପଦା,(ମୁରାରୀ ମୋହନ ମହାପାତ୍ର): ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଦଳର ପଶ୍ଚିମବଙ୍ଗ, ତେଲେଙ୍ଗାନା ଏବଂ ଓଡ଼ିଶା ପ୍ରଭାରୀ ଥିବା ସୁନୀଲ ବଂଶଲ ବୁଧବାର ଶିମିଳିପାଳ ଗସ୍ତରେ ଆସୁଛନ୍ତି. ସନ୍ଧ୍ୟା ବେଳେ ତାଙ୍କୁ ଯଶିପୁରର ଖଇରୀ ବଙ୍ଗଳା ଠାରେ ଦଳୀୟ ନେତା କର୍ମୀଙ୍କ ଦ୍ୱାରା ସ୍ୱାଗତ କରାଯିବାପରେ ସେ ଶିମିଳିପାଳରେ ଥିବା ଗୁରଗୁଡ଼ିଆ ଠାରେ ରାତ୍ରିଯାପନ କରିବେ. ଗୁରୁବାର ଦିନ 11 ଟା ବେଳେ ସେଠାରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ରୂପେ ଏକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି. ଏହି ସଭାରେ ଶିମିଳିପାଳ ବନାଞ୍ଚଳରେ ବସବାସ କରୁଥିବା ବିରଳ ଆଦିମ ଜନଜାତି ଖଡିଆ, ମାଙ୍କିଡିଆ ମାନଙ୍କୁ ଭେଟି ସେମାନଙ୍କୁ ଦଳର ସଦସ୍ୟ କରାଇବା ପାଇଁ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି. ତାଙ୍କ ସହିତ ଯଶିପୁର ବିଧାୟକ ତଥା ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗୀୟ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ଦଳୀୟ ସୂତ୍ରରୁ ଜଣା ପଡ଼ିଛି.