ଆଜି ସୋମବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳରୁ…

ମେଷ :-ମାନସିକ ଅସ୍ଥିରତା ଲାଗି ରହିବ । ସନ୍ତାନ ସନ୍ତତି ମାନଙ୍କ କାର୍ଯ୍ୟକଳାପ ପାଇଁ ଚିନ୍ତିତ ହେବେ। ଗୃହାରମ୍ଭ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ମହିଳାମାନେ ଗୃହ କର୍ମରେ ବ୍ଯସ୍ତ ରହିବେ । ଶାରୀରିକ ପୀଡା ଦେଖାଦେବ।ପ୍ରତିକାର- ହନୁମାନଙ୍କୁ ସାତଟି ଲାଲ୍ ରଙ୍ଗର ମନ୍ଦାର ଫୁଲ ଚଢ଼ାନ୍ତୁ।

ବୃଷ :-ସମସ୍ତ କାମ ସହଜ ଓ ସୁବିଧାରେ ହୋଇ ଯିବ । କରି ଥିବା ଋଣ ଆଜି ପରିଶୋଧ କରିବେ ।ଦୂରଯାତ୍ରାର ଯୋଗ ରହିଛି । ପାରିବାରିକ ଜୀଜୀବନ ସୁଖମୟ ହେବ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଆଶାନୁରୂପ ଲାଭ ମିଳିବ।ପ୍ରତିକାର- ପିତା ଓ ମାତାଙ୍କର ପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ

ମିଥୁନ :-ଆର୍ଥିକ ଉନ୍ନତି ହେବା ସହ ପୂର୍ବର ସମସ୍ୟା ସମାଧାନ ହୋଇ ଯିବ।ନିଜର ଆଚାର ବ୍ଯବହାର ଦ୍ବରା ଅନ୍ୟକୁ ଅନୁପ୍ରାଣିତ କରିବେ । । ବାଣିଜ୍ୟ, ବ୍ଯବସାୟରେ ଲାଭବାନ ହେବେ । ମହିଳା ମାନଙ୍କ ପାଇଁ ଦିନଟି ସୁଖ ପ୍ରଦ ହେବ। ଛାତ୍ର ଛାତ୍ରୀ ମାନେ ବିଦ୍ୟାରେ ସଫଳତା ହାସଲ କରିବେ‌‌। ପ୍ରତିକାର- ରକ୍ତ ଚନ୍ଦନର ଟିକା ମଥାରେ ଲଗାନ୍ତୁ।

କର୍କଟ :-ପ୍ରତ୍ୟେକ କ୍ଷେତ୍ରରେ ସମ୍ମାନର ଅଧିକାରୀ ହେବେ । ଶିଳ୍ପ,ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ ।ଛାତ୍ର ଛାତ୍ରୀମାନେ ବିଦ୍ୟାରେ ସଫଳତା ଲାଭ କରିବେ। କୌଣସି ଅନୁଷ୍ଠାନର ଉତ୍ସବରେ ସମ୍ମାନୀତ ହୋଇପାରନ୍ତି।ପ୍ରତିକାର- ଧଳା ରଙ୍ଗର ରୁମାଲ କିମ୍ବା ଧଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ।

ସିଂହ :-ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ ।ପରିବାରର ହସ ଖୁସି ପୂର୍ବ ପରି ଅତୁଟ ରହିବ । ମହିଳାମାନଙ୍କ କାର୍ଯ୍ୟ ପ୍ରଶଂସନୀୟ ହେବ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଶୁଭ ଫଳ ମିଳିବ।ପ୍ରତିକାର- କୈାଣସି ଅସହାୟ ବ୍ୟକ୍ତିଙ୍କୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା :-ଦ୍ୱନ୍ଦ୍ୱରେ ପଡି ବନ୍ଧୁଙ୍କ କଥା ଠିକ୍‌ ଭାବେ ବୁଝି ପାରିବେନି । ଆଜି ଅପରାହ୍ନରେ ନୂତନ ଖବର ପାଇ ମନ ଆନନ୍ଦିତ ହେବ । ଆଇନ ଅଦାଲତ, ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ । ଛାତ୍ର ଛାତ୍ରୀମାନେ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ଅର୍ଜନ କରିବେ‌ ‌॥ପ୍ରତିକାର – ଓଁ ନମଃ ଶିବାୟ ମନ୍ତ୍ରରେ ପାଞ୍ଚଟି ତ୍ରୀଶାଖା ବେଲପତ୍ର ଶିବଲିଙ୍ଗ ଉପରେ ଚଢ଼ାନ୍ତୁ।

ତୁଳା :-କୌଣସି ବ୍ୟକ୍ତିଙ୍କ ନିକଟରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହେବେ । ଆଜି ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡିପାରେ, ବ୍ୟବସାୟରେ ବିବାଦୀୟ ପରିସ୍ଥିତି ଦେଖାଦେବାର ସମ୍ଭାବନା ରହିଛି । ମହିଳାମାନେ ଅପମାନିତ ହେବେ । ଶାରୀରିକ ମାନସିକ ପାରିବାରିକ ସମସ୍ୟା ମନକୁ ବିଚଳିତ କରିବ ।ପ୍ରତିକାର- ପଦ୍ମଫୁଲଟିଏ ମା ଲକ୍ଷ୍ମୀଙ୍କୁ ଚଢାନ୍ତୁ ।

ବିଛା :-ଆଶା କରିଥିବା ଅର୍ଥ ସାମାନ୍ୟ ବିଳମ୍ବରେ ପାଇବେ । ପରୋକ୍ଷ ଶତ୍ରୁତା କାରଣରୁ ଯୋଜନା ଗୁଡିକ ଠିକ୍‌ ଭାବେ କାର୍ଯ୍ୟକାରୀ ହେବ ନାହିଁ । ଘରେ ବନ୍ଧୁ ମିଳନ ଓ ଖୁସୀର ଆସର ଜମିପାରେ । ବିଗତଦିନର ଘଟଣାକୁ କେନ୍ଦ୍ରକରି କର୍ମକ୍ଷେତ୍ରରେ କିଛି ଅଘଟଣ ଆଶଙ୍କା କରି ମନ ବିବ୍ରତ ରହିପାରେ । ପ୍ରତିକାର- ହନୁମାନଙ୍କ ପାଖରେ ରାଶି ତେଲରେ ଦୀପ ଟିଏ ଜାଳନ୍ତୁ ହନୁମାନ ଚାଳିଶା ପାଠ କରନ୍ତୁ।

ଧନୁ :-ଅନ୍ୟମନସ୍କ କାରଣରୁ କିମ୍ବା ପକେଟମାର ଜନିତ ଧନହାନିର ଆଶଙ୍କା ଦେଖାଦେବ । ପୂର୍ବାଷାଢା ନକ୍ଷତ୍ର ସକାଶେ କର୍ମକ୍ଷେତ୍ରରେ ଆଶାନୁରୂପକ ସଫଳତା ହାସଲ କରିିବେ । କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହୋଇପାରେ।ପ୍ରତିକାର- ତୁଳସୀ ଚଉରା ପାଖରେ ଘୃତ ଦୀପଟିଏ ଜାଳନ୍ତୁ

ମକର :-ଚେଷ୍ଟା କରୁଥିବା କାମଗୁଡିକ ଆଶାନୁରୂପ ନହେବା କାରଣରୁ ମନ ଅସନ୍ତୋଷ ରହିପାରେ। ଅତିଥି କିମ୍ବା ବନ୍ଧୁଙ୍କ କାର୍ଯ୍ୟ କଳାପରେ ଅସନ୍ତୁଷ୍ଟ ରହିପାରନ୍ତି।କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବାର ସୂଚନା ରହିଛି । ପ୍ରତିକାର- ମିଠା ଦହି ଖାଇ କାର୍ଯ୍ୟ କ୍ଷେତ୍ରକୁ ଯାଆନ୍ତୁ

କୁମ୍ଭ :-ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ନିର୍ଦ୍ଦିଷ୍ଟ ସ୍ଥାନରେ ଉପସ୍ଥିତ ନ ଥିବା ବନ୍ଧୁଙ୍କୁ ଅପେକ୍ଷା କରି ବିରକ୍ତ ହେବେ। ଅଫିସରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ଯାତ୍ରା, ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ରରେ ସୁଫଳ ପାଇବେ। ପାରିବାରିକ ଜୀବନରେ ସତର୍କତା ଅବଲମ୍ବନ କରନ୍ତୁ, ଅନ୍ୟଥା ସମସ୍ୟା ଉପୁଜିବାର ସମ୍ଭାବନା ରହିଛି ।ପ୍ରତିକାର- ଗ୍ରାମ ଦେବତୀଙ୍କୁ ବନଦୁର୍ଗା ମନ୍ତ୍ରରେ ସାତଟି ଲାଲ୍ ରଙ୍ଗର ମନ୍ଦାର ଫୁଲ ଚଢ଼ାନ୍ତୁ

ମୀନ :-ପ୍ରତ୍ୟେକ କାର୍ଯ୍ଯରେ ସାହାଯ୍ୟ ସହଯୋଗ ମିଳିବ । ବ୍ୟବସାୟ ପରିବହନ ସଭାସମିତି, ଆନୁଷ୍ଠାନିକ କ୍ଷେତ୍ରରେ ଶୁଭ ଫଳ ପାଇବେ । ବ୍ୟବସାୟ ପ୍ରତିଷ୍ଠାନ, ନିର୍ମାଣାଧୀନ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟିହେବ। ପ୍ରତିକାର-ନାରାୟଣଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶଥର ଜପ କରନ୍ତୁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ