ଆଜି ସୋମବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳରୁ…

ମେଷ :-ନିଜ ବନ୍ଧୁପରିଜନରେ କିମ୍ବା ସମାଜରେ ସମ୍ମାନ ବୃଦ୍ଧି ହେବ, ବ୍ୟବସାୟରେ ଲାଭ ବୃଦ୍ଧି ହେବ, ବନ୍ଧୁପରିଜନଙ୍କର ସହଯୋଗ ମିଳିବ ଓ କର୍ମକ୍ଷେତ୍ରରେ ଅଭିବୃଦ୍ଧି ଷୃଷ୍ଟି ହେବ, ଅତିପରିଚିତ ବା ନିଜ ଲୋକଠାରୁ ଧୋକା ମିଳିବ, ଅଚାନକ ମନସ୍ତାପ ବଢିବ ॥
ବୃଷ :-ନିଜର ବାହାନ ଜନିତ ଭୟ ରହିଛି ସତର୍କ ରହିଥିବେ, ମହିଳାମାନେ ରୋଷେଇ କଲାବେଳେ ଏବଂ ପାରିବାରିକ ଜିବନରେ ସତର୍କତାର ସହିତ ରୁହନ୍ତୁ, ପାରିବାରିକ ଅଶାନ୍ତି, ଚାକିରି କିମ୍ବା ବ୍ୟବସାୟରେ ଭୁଲବୁଝାବଣା ରହି ଅପମାନିତ ହେବେ, କର୍ମକ୍ଷେତ୍ରରେ ଅଶାନ୍ତି ଗାଳିମନ୍ଦ ମିଳିବା ସହିତ ବ୍ୟୟ ବୃଦ୍ଧି ଓ ବାଧାବିଘ୍ନର ଶିକାର ହେବେ॥
ମିଥିନ :-ଟଙ୍କପଇସାର ଅଭାବ ରହିବ, କିନ୍ତୁ କିଛି ନୁଆ କାମର ସନ୍ଧାନ ମିଳିବ, ପ୍ରାପ୍ତ ବୟସ ପିଲାଙ୍କର ବିବାହର ସମ୍ଭାବନା ଷୃଷ୍ଟି ହେବ, କୌଣସି ଅଚାନକ ଅଯଥା ବ୍ୟୟଭାର ବଢିବ କିମ୍ବା କାହା ସହିତ ମନାନ୍ତର ମତାନ୍ତର ହେବ, ହନୁମାନ ଚାଳିଷା ପାଠ କରିବେ, ମାନସମ୍ମାନ ଓ ଆର୍ଥିକ ଉର୍ଣ୍ଣତି ହେବ, କାହାକୁ ସାହାର୍ଯ୍ୟ କରି ଆତ୍ମତୃପ୍ତି ପାଇବେ ॥
କର୍କଟ :-ଜିବନସାଥି ସହ ମତାନ୍ତର ହେବ, ଧନ ମାନ ସମ୍ମାନ କ୍ଷେତ୍ରରେ କମି ପରିଲିକ୍ଷିତ ହେବ, ମନ ଦୁର୍ବଳ ରହିବ,  କର୍ମଚାପ କିଛି କିଛି ରହିବ, କିନ୍ତୁ ଆଥିକ ଲାଭ କିମ୍ବା ଚେଷ୍ଟା କରୁଥିବା କୌଣସି କାର୍ଯ୍ୟ ସହଜରେ ପୁରଣ ହେବ,  ଚେଷ୍ଟା ଅନୁଯାୟୀ ଫଳ ମିଳିବ, ମନ ଶାନ୍ତ ରହିବ ମାତ୍ର ରାଜଦଣ୍ଡର ସୁଚନା ରହିବ ॥
ସିଂହ :-ପିଲାମାନଙ୍କର ଉଚ୍ଚ ଶିକ୍ଷାରେ ଋଚି ବଢିବ ଏବଂ ମାନସିକ ଶାନ୍ତି ବଢିବ, ଆଜି ସ୍ନାସନପରେ ବିଷ୍ଣୁ ନଭଗବାନଙ୍କୁ ସ୍ମରଣକରି ଦେବଦାରୁ ବୃକ୍ଷମୂଳରେ ଜଳ ଦିଅନ୍ତୁ କଲ୍ୟାଣକାରୀ ହେବ, କୌଣସି ଦ୍ରବ୍ୟ ଲାଭ, ବାଦବିବାଦରେ କିମ୍ବା କୌଣସି ସମସ୍ୟାରୁ ମୁକ୍ତି ପାଇବେ॥
କନ୍ୟା :-ଭୁମି କ୍ରୟ କିମ୍ବା ନୂତନ ଗୃହନିର୍ମାଣ କରିବେ ଏବଂ ରାଜକୃପା ଓ ଦେବକୃପା ବଳରେ କର୍ମୋଣ୍ଣତି ଏବଂ ପଦପଦବି ଲାଭ ହେବ, ଆର୍ଥିକ ସମୃଦ୍ଧି, ଯଶ ଓ ପଦ ମର୍ଯ୍ୟଦା ବୃଦ୍ଧି, ବିଳାସ ଦ୍ରବ୍ୟ  ଲାଭ ସୁଚନା ରହିବ, ପିଲାଙ୍କ ନିମନ୍ତେ ଶୁଭ କର୍ମର ସମ୍ଭାବନା ଷୃଷ୍ଟି ହେବ, ସନ୍ତାନବର୍ଗରେ ଶୁଭଫଳ ପାଇବେ ॥
ତୁଳା :-କୌଣସି ପ୍ରକାରେ ଆର୍ଥିକ ଅଭିବୃଦ୍ଧି, ଠିକାଦାରି କିମ୍ବା ସରକାରଙ୍କର କୌଣସି ଯୋଜନାରେ ଲାଭାନ୍ବିତ ହେବେ, ପାରିବାରିକ ଶାନ୍ତି ମିଳିବ, ଅସହାୟକୁ ସେବା କରିବାର ସୁଯୋଗ ପାଇବେ, ପିଲାମନଙ୍କୁ ନୁଆକିଛି ଶୁଭ ଖବର ମିଳିବ, ଜିବନର କୌଣସି ଲକ୍ଷ ପୂର୍ଣ୍ଣ ହେବ, ଅଧିକ ଭ୍ରମଣ କଷ୍ଟ ମିଳିବ, ସ୍ୱାସ୍ଥ୍ୟପିଡା ରହିବ ମାତ୍ର ଆର୍ଥିକ ଦିଗଟି ସ୍ୱଛଳ ରହିବ ଏବଂ କର୍ମକ୍ଷେତ୍ରରେ ସମୟ ସାଥ ଦେବ ॥
ବିଛା :-ମାନସିକ ଅଶାନ୍ତି ବୃଦ୍ଧି ହେବ, ଆର୍ଥିକ ଅଭାବ ସହିତ କର୍ମକ୍ଷେତ୍ରରେ ଅଶୁଭ ସୂଚନା ମିଳିବ, କର୍ମକ୍ଷେତ୍ରରେ କର୍ମଚାପ, ଭାତୃବର୍ଗରେ ମତାନ୍ତର ସହିତ ମାନସିକ ଚିନ୍ତା ବଢିବ, କୌଣସି ଯୋଜନାରେ ଅସଫଳ ହେବେ, ଆର୍ଥିକ ଦୁର୍ବଳତା ପରିଲିକ୍ଷିତ ହେବ, ମନ ଚିନ୍ତାଗ୍ରସ୍ତ ରହିବ ॥
ଧନୁ ରାଶି :-ପୂର୍ବ ସ୍ଥିତିରେ ସୁଧାର ଆସିବ, କୌଣସି ସହାୟତା ମିଳିବ, କିନ୍ତୁ ଅଭାବ ଲାଗିରହିବ, ପାରାଙ୍କୁ ଖାଇବାକୁ ଦିଅନ୍ତୁ, ସମୟ ଏବଂ ପରିସ୍ଥିତି ଆପଣଙ୍କର ବିପକ୍ଷରେ ଯିବ, ଦାୟିତ୍ବ ବଢିବ,ପାରିବାରିକ ସମ୍ପର୍କରେ ତିକ୍ତତା ମିଳିବ, ପାରିବାରିକ ଖୁସି ମିଳିବ, ପିଲାମାନେ ଖୁସିଖବର ପାଇବେ, ନିଜ ପାଖପଡୋସିଙ୍କର ସହଯୋଗ ମିଳିବ॥
ମକର ରାଶି :-ଅଚାନକ ସୁ-ଖବର ପ୍ରାପ୍ତ ହେବ, କୌଣସି ବ୍ୟବସାୟିକ ଯୋଜନାରେ ସଫଳ ହେବେ, ବନ୍ଧୁପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ସିଦ୍ଧି ହେବ, କର୍ମଗତ ଶୁଭଫଳ ପାଇବେ, ସ୍ୱାସ୍ଥ୍ୟଗତ ଅସୁବିଧା ରହିବ,  ଦୁରଯାତ୍ରା କରନ୍ତୁ ନାହିଁ ଏବଂ ଗଛ କିମ୍ବା ଯାନବାହାନ ଚଢନ୍ତୁ ନାହିଁ  ॥
କୁମ୍ଭ ରାଶି :-ଜମିବାଡି ସଙ୍କ୍ରାନ୍ତିୟ କିମ୍ବା ମାତୃ ବର୍ଗରେ କିମ୍ବା ଯାନବାହାନ ଜନିତ କ୍ଷୟକ୍ଷତି ରହିବ ତେଣୁ ଆଜି ସତର୍କ ରହିବେ, ଜୀବନସାଥିଙ୍କର ସ୍ବାସ୍ଥ୍ୟଗତ ଅସୁବିଧା ହେବ, ଅର୍ଥ ବ୍ୟୟ ଏବଂ ମାନସିକ ଅଶାନ୍ତି ରହିବ, କର୍ମକ୍ଷେତ୍ରରେ କିଛି ଭୁଲ ନିଷ୍ପତି ନେଇ ପଶ୍ଚାତାପ କରିବେ, ଅଯଥା ଅର୍ଥହାନି ହେବ॥
ମୀନ ରାଶି :-ଉତ୍ସାହ ଉଦ୍ଦିପନା, ସଫଳତା ସହିତ ପାରିବାରିକ ଶାନ୍ତି ବଜାୟ ରହିବ, ମନ ଅଶାନ୍ତ ରହିବ,ପରିବାର ସଦସ୍ୟଙ୍କ ସହ ମତାନ୍ତର ରହିବ, ପେଟ ଜନିତ ବ୍ୟଥା ଏବଂ ସ୍ନାୟୁଗତ ଦୁର୍ବଳତା ସହିତ ଟଙ୍କାର ଅଭାବ ରହିବ ଆଜି ସ୍ନାନପରେ ଓଁ ସୋଂ ସୋମାୟ ନମଃ ୧୦୮ଜପ କରିବେ  ॥
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ