ଆଜି ହେଉଛି ଜାତୀୟ କୃମି ମୁକ୍ତ ଦିବସ

(ଯୁଗାବ୍ଦ ନ୍ୟୁଜ ) , ସମଗ୍ର ଦେଶକୁ କୃମି ମୁକ୍ତ କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରତିବର୍ଷ ଅଗଷ୍ଟ ୮ ତାରିଖକୁ ଜାତୀୟ କୃମି ମୁକ୍ତ ଦିବସ ରୁପେ ପାଳନ କରାଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ଭାରତରେ ଚାରିରୁ କମ ବୟସର ୨୪୧ କୋଟିରୁ ଉର୍ଦ୍ଧ ଶିଶୁମାନଙ୍କୁ କୃମି ସଂକ୍ରମିତ ଜନିତ ରୋଗରେ ଆକ୍ରାନ୍ତ ହୋଇଥିବାବେଳେ ସମଗ୍ର ବିଶ୍ୱରେ ୮୩୬ କୋଟିରୁ ଉର୍ଦ୍ଧ ଶିଶୁମାନେ କୃମି ସଂକ୍ରମିତ ହେଉଛନ୍ତି ।
କୃମିରୁ ରକ୍ଷା ପାଇବା ନିମନ୍ତେ :
– କୃମିନାଶକ ଔଷଧ ବା ଆଲବେଣ୍ଡାଜୋଲ୍ ଉଭୟ ଶିଶୁ ଓ ବୟସ୍କଙ୍କ ପାଇଁ ସଂପୂର୍ଣ୍ଣ ନିରାପଦ ଅଟେ।
– ଖାଦ୍ୟ ଖାଇସାରିବା ପରେ କୃମିନାଶକ ଔଷଧକୁ ଚୋବେଇ ଖାଇବା ଉଚିତ। ଏହାସତ୍ତ୍ବେ ଯଦି ବଟିକାର କିଛି ଅଂଶ ତଣ୍ଟିରେ ଲାଗିଯାଏ ତାହେଲେ ପିଲାର ମୁହଁକୁ ତଳକୁ କରି ଶୁଆଇ ଦେଇ ପିଠି ଥାପୁଡେଇଲେ ବଟିକାଟି ପାଟି ବାହାରକୁ ଚାଲି ଆସିବ।
– ପିଲା ଦୀର୍ଘଦିନ ଧରି କୃମି ସଂକ୍ରମଣ ହୋଇଥିଲେ ବି ଏହାର ଲକ୍ଷଣ ଦେଖାଯାଇ ନଥାଏ। ପିଲା କୃମିଦ୍ବାରା ଅଧିକ ସଂକ୍ରମିତ ହୋଇଥିବା ସ୍ଥଳେ କୃମିନାଶକ ବଟିକାର କିଛି ପାର୍ଶ୍ବପ୍ରତିକ୍ରିୟା ହୋଇପାରେ। ଉଦାହରଣ ସ୍ବରୂପ ବାନ୍ତି ଉଠେଇବା, ପେଟ କାଟିବା, ଝାଡା, ଅବସାଦ ଆଦି ଲକ୍ଷଣ।
– ତେବେ ଏହି ପାର୍ଶ୍ବପ୍ରତିକ୍ରିୟା ସାମୟିକ ସମୟ ପାଇଁ। ଏହାକୁ ଯେ କୌଣସି ସ୍ଥାନରେ ସହଜରେ ପରିଚାଳନା କରିହେବ।
– ଏପରି ପରିସ୍ଥିତିରେ ପିଲାକୁ ଖୋଲା ଛାଇ ସ୍ଥାନରେ ବସେଇ  ପାଣି ପିଇବାକୁ ଦିଅନ୍ତୁ। ଅତ୍ୟାବଶ୍ୟକ ସ୍ଥଳେ ନିକଟସ୍ଥ ସ୍ବାସ୍ଥ୍ୟକର୍ମୀ, ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ।
– କୃମି ନାଶକ ବଟିକା ସେବନଦ୍ବାରା ରକ୍ତହୀନତା ନିୟନ୍ତ୍ରଣ ହୋଇଥାଏ। ପିଲା ଅଧିକ ଖାଦ୍ୟ ଗ୍ରହଣ କରିପାରନ୍ତି। ପିଲାଙ୍କ ପାଠପଢାରେ ସ୍ଥିରତା, ଦକ୍ଷତା ବୃଦ୍ଧି, ବିଦ୍ୟାଳୟରେ ଉପସ୍ଥାନ ଠିକ୍ ରୂପେ ହୋଇଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ