ଆଜି ହେଉଛି ଶିଶୁ ଦିବସ

ଆଜି ହେଉଛି ଶିଶୁ ଦିବସ ଅର୍ଥାତ ଭାରତ ବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନ ଦିନ କୁ ସାରା ଦେଶରେ ଶିଶୁ ଦିବସ ଭାବରେ ପାଳନ କରାଯାଏ। କୁନି କୁନି କଳିକାଙ୍କୁ ଭଲପାଉଥିବା ନେହେରୁ ନିଜ ଜନ୍ମ ଦିନକୁ ଶିଶୁଙ୍କ ପାଇଁ ସମର୍ପିତ କରିଥିଲେ । ତେଣୁ ତ ନଭେମ୍ବର ୧୪କୁ ଶିଶୁ ଦିବସ ଭାବେ ପାଳନ କରାଯାଏ । ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ଜନନାୟକ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଆଜି ୧୩୦ତମ ଜୟନ୍ତୀ । ଦେଶର ଭବିଷ୍ୟତ ନିର୍ମାଣରେ ଶିଶୁଙ୍କୁ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି କଥାକୁ ମର୍ମେ ମର୍ମେ ହୃଦୟଙ୍ଗମ କରିଥିଲେ ନେହେରୁ । ଫୁଲ ଭଳି ଛୋଟ ପିଲାଙ୍କୁ ସ୍ନେହ କରୁଥିଲେ ଚାଚା ନେହେରୁ । ପ୍ରତି ମୁହୁର୍ତ୍ତରେ ତାଙ୍କ କଥା ଚିନ୍ତା କରୁଥିଲେ । ଦେଶର ଗୌରବ, ଦେଶ ନିର୍ମାଣରେ ତାଙ୍କ ଭୂମିକା ଓ ଅଙ୍ଗୀକାରବଦ୍ଧତାକୁ ବୁଝିଥିଲେ ନେହେରୁ । ତେଣୁ ତ ତାଙ୍କୁ ଆଦରରେ ଚାଚା ବୋଲି ଡକାଯାଏ । ଶିଶୁ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ